ETV Bharat / bharat

ରାଜସ୍ଥାନରେ ନୂଆ ୨୨ Omicron କେସ୍, କ୍ୟାବିନେଟ ବୈଠକ ଡାକିଲେ ମୁଖ୍ଯମନ୍ତ୍ରୀ

ରାଜସ୍ଥାନରେ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି ଓମିକ୍ରନ୍ ସଂକ୍ରମଣ । ଆଜି ଓମିକ୍ରନର 22 ଟି ନୂଆ ମାମଲା ସାମ୍ନାକୁ ଆସିବା ପରେ ସରକାରଙ୍କ ଚିନ୍ତା ବଢିଛି । ସନ୍ଧ୍ୟାରେ କ୍ୟାବିନେଟ ମନ୍ତ୍ରୀ ପରିଷଦର ଏକ ବୈଠକ ଡାକିଥିଲେ ମୁଖ୍ୟମନ୍ତ୍ରୀ ଅଶୋକ ଗେହେଲଟ । ଅଧିକ ପଢନ୍ତୁ

author img

By

Published : Dec 29, 2021, 9:59 PM IST

କ୍ୟାବିନେଟ ବୈଠକ ଡାକିଲେ ମୁଖ୍ଯମନ୍ତ୍ରୀ
ରାଜସ୍ଥାନରେ ୨୨ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ, କ୍ୟାବିନେଟ ବୈଠକ ଡାକିଲେ ମୁଖ୍ଯମନ୍ତ୍ରୀ ଗେହେଲୋଟ

ଜୟପୁର: ରାଜସ୍ଥାନରେ ଦ୍ରୁତ ଗତିରେ ବଢିବାରେ ଲାଗିଛି ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା । ଆଜି (ବୁଧବାର) ଓମିକ୍ରନ୍ ଭାରିଏଣ୍ଟର 22 ଟି ନୂଆ ମାମଲା ଦେଖିବାକୁ ମିଳିଛି ରାଜସ୍ଥାନରେ । ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ଅଜମେରରେ ସର୍ବାଧିକ 10 ଜଣ ଆକ୍ରାନ୍ତ ଥିବା ରାଜସ୍ଥାନ ସ୍ବାସ୍ଥ୍ୟ ବିଭାଗ କହିଛି ।

ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ଅନୁସାରେ, ଓମିକ୍ରନ୍ ଭ୍ୟାରିଏଣ୍ଟ 10 ଜଣ ଆକ୍ରାନ୍ତ ଅଜମେରରୁ, ଜୟପୁରରୁ 9 ଆକ୍ରାନ୍ତ, ଭିଲୱାଡାରୁ 2 ଜଣ ଏବଂ ଯୋଧପୁରରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସୂଚନା ମିଳିଛି । ଏହି ଆକ୍ରାନ୍ତଙ୍କ ମଧ୍ୟରେ ୪ଜଣ ବିଦେଶାଗତ ମଧ୍ୟ ରହିଥିବା ବେଳେ ସେମାନଙ୍କ ସଂସ୍ପର୍ଶରେ ଆସି ଅନ୍ୟମାନେ ସଂକ୍ରମିତ ହୋଇଥିବା ଅନୁମାନ କାରଯାଉଛି । ରାଜସ୍ଥାନରେ ବର୍ତ୍ତମାନ ପର୍ଯ୍ୟନ୍ତ 68 ଓମିକ୍ରନ ଭ୍ୟାରିଏଣ୍ଟରେ ଆକ୍ରାନ୍ତ ହୋଇସାରିଲେଣି । ସେଥିମଧ୍ୟରୁ 39 ଜଣ ଜୟପୁରର, ୪ ଜଣ ସିକରରୁ, 17 ଜଣ ଅଜମେରରୁ 4 ଜଣ, ଉଦୟପୁରରୁ 4 ଜଣ, ଭିଲୱାଡାର ଦୁଇଜଣ ଯୋଧପୁର ବୋଲି ସ୍ବାସ୍ଥ୍ୟ ବିଭାଗ କହିଛି ।

ରାଜସ୍ଥାନରେ ଓମିକ୍ରନ୍ ସଂକ୍ରମଣର ବିପଦକୁ ଦୃଷ୍ଟିରେ ରଖି ସନ୍ଧ୍ୟାରେ ମନ୍ତ୍ରୀ ପରଷଦର ବୈଠକ ଡାକିଥିଲେ ମୁଖ୍ୟମନ୍ତ୍ରୀ ଅଶୋକ ଗେହେଲଟ । ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ଅନୁଷ୍ଠିତ ହେବାକୁ ଥିବା ଏହି ବୈଠକରେ ମନ୍ତ୍ରୀମାନଙ୍କ ସହ ବିଶେଷଜ୍ଞ ତଥା ଡାକ୍ତରମାନେ ମଧ୍ୟ ଏଥିରେ ସାମିଲ ହୋଇଥିଲେ ।

ତେବେ ଓମିକ୍ରନ ସଂକ୍ରମଣର ବୃଦ୍ଧି ମଧ୍ୟରେ ଗେହେଲୋଟ୍ ସରକାର ରାଜ୍ୟରେ କିଛି କୋରୋନା କଟକଣା ଜାରି କରିବା ନେଇ ମଧ୍ୟ ଅନୁମାନ କରାଯାଉଛି । ଦିଲ୍ଲୀ ସମେତ ଅନ୍ୟ କେତେକ ରାଜ୍ୟରେ ଲାଗୁ କରାଯାଇଥିବା ପ୍ରତିବନ୍ଧକ ପରେ ବର୍ତ୍ତମାନ ରାଜସ୍ଥାନ ସରକାର ମଧ୍ୟ ରାତ୍ରିକାଳୀନ କର୍ଫ୍ୟୁ, ବିବାହ ସମାରୋହ କଟକଣା ଓ ସର୍ବସାଧାରଣ ସ୍ଥାନରେ ଭିଡ ନିୟନ୍ତ୍ରଣ ପାଇଁ କଟକଣାକୁ ବୃଦ୍ଧି କରିପାରନ୍ତି । ଏହା ସହିତ, ବିଦ୍ୟାଳୟ ଓ ମହାବିଦ୍ୟାଳୟ ସମେତ ଅନ୍ୟ ଶିକ୍ଷାନୁଷ୍ଠାନ ସମ୍ପର୍କରେ ମଧ୍ୟ କିଛି ନିର୍ଦ୍ଦିଷ୍ଚ ଗାଇଡଲାଇନ ଆଣିପାରନ୍ତି ରାଜସ୍ଥାନ ସରକାର ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.