ETV Bharat / bharat

ଦ୍ରୁତ ଗତିରେ ବଢୁଛି ସଡ଼କ ଯୋଗାଯୋଗ; ଦିନକୁ ନିର୍ମାଣ ହେଉଛି 30 କିମିରୁ ଅଧିକ ଜାତୀୟ ରାଜପଥ - road Network

ଆମେ ଯଦି ଗତ ଏକ ଦଶନ୍ଧିର ପରିସଂଖ୍ୟନକୁ ଦେଖିବା, ସଡ଼କ ନିର୍ମାଣ ବର୍ଷକୁ ବର୍ଷ ବଢିବାରେ ଲାଗିଛି । ଫଳରେ ଟେଣ୍ଡର ପ୍ରକ୍ରିୟାଠାରୁ ଆରମ୍ଭ କରି ସଡ଼କ ନିର୍ମାଣ ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ ଦେଶବ୍ୟାପୀ ସଡ଼କ ନେଟୱର୍କ ବଢିବାରେ ଲାଗିଛି । ଅଧିକ ପଢନ୍ତୁ...

ଦ୍ରୁତ ଗତିରେ ବଢୁଛି ସଡ଼କ ଯୋଗାଯୋଗ; ଦିନକୁ ନିର୍ମାଣ ହେଉଛି 30 କିମିରୁ ଅଧିକ ଜାତୀୟ ରାଜପଥ

author img

By

Published : Mar 23, 2021, 6:29 PM IST

Updated : Mar 24, 2021, 8:01 AM IST

ହାଇଦ୍ରାବାଦ: ଯେ କୌଣସି ସହର, ରାଜ୍ୟ କିମ୍ବା ଦେଶ ପାଇଁ ସଡ଼କ ହେଉଛି ଜୀବନରେଖା। ରାସ୍ତାଘାଟ ହେଉଛି ବିକାଶର ପ୍ରଥମ ମାପକାଠି। ରାସ୍ତାଘାଟ ଜରିଆରେ ହିଁ ସରକାର ଲୋକଙ୍କ ମଧ୍ୟରେ ଥିବା ବ୍ୟବଧାନ କମାନ୍ତି ଏବଂ ଲୋକେ ଏହାଦ୍ବାରା ଦୈନିକ ଆବଶ୍ୟକତା ପୂରଣ କରିବା ସହ ନାନାଦି ସୁବିଧା ପାଇଥାନ୍ତି । ଯାହା ଫଳରେ ରାଜନେତାମାନେ ସେମାନଙ୍କ ନିର୍ବାଚନ ପ୍ରତିଶ୍ରୁତି ବେଳେ ଭଲ ରାସ୍ତା ନିର୍ମାଣ କଥା କହିଥାନ୍ତି ।

କେନ୍ଦ୍ର ସଡ଼କ ପରିବହନ ଓ ଜାତୀୟ ରାଜପଥ ମନ୍ତ୍ରାଳୟ ଅନୁଯାୟୀ ଦେଶରେ ମୋଟ 62 ଲକ୍ଷ 15 ହଜାର 797 କିମି ରାସ୍ତା ରହିଛି । ଏହା ମଧ୍ୟରୁ 1 ଲକ୍ଷ 36 ହଜାର କିମି ହେଉଛି ଜାତୀୟ ରାଜପଥ । ଦେଶରେ ଜାତୀୟ ରାଜପଥ ହେଉଛି ମୋଟ ରାସ୍ତାର ମାତ୍ର 2.19 ପ୍ରତିଶତ । କିନ୍ତୁ ଜାତୀୟ ରାଜପଥ ହିଁ ମୋଟ ଟ୍ରାଫିକର ବୋଝ ନେଇଥାଏ । ମାର୍ଚ୍ଚ 24ରେ ଜାତୀୟ ସଡ଼କ ଏବଂ ଜାତୀୟ ରାଜପଥ ବୈଠକ 2021 ଆୟୋଜନ କରାଯାଉଛି । ଏହି ଭର୍ଚୁଆଲ ବୈଠକରେ ଅନେକ ପ୍ରସଙ୍ଗ ଉପରେ ଆଲୋଚନା କରାଯିବ। ଜାତୀୟ ରାଜପଥ ସଂପ୍ରସାରଣ ଏବଂ ଦେଶରେ ରାସ୍ତାଘାଟର ମାନ ଉପରେ ବି ଆଲୋଚନା ହେବ।

ବର୍ଷକୁ ବର୍ଷ ବଢିବାରେ ଲାଗିଛି ନିର୍ମାଣ ସ୍ଥାନ

ଆମେ ଯଦି ଗତ ଏକ ଦଶନ୍ଧିର ପରିସଂଖ୍ୟନକୁ ଦେଖିବା, ସଡ଼କ ନିର୍ମାଣ ବର୍ଷକୁ ବର୍ଷ ବଢିବାରେ ଲାଗିଛି । ଫଳରେ ଟେଣ୍ଡର ପ୍ରକ୍ରିୟାଠାରୁ ଆରମ୍ଭ କରି ସଡ଼କ ନିର୍ମାଣ ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ ଦେଶବ୍ୟାପୀ ସଡ଼କ ନେଟୱର୍କ ବଢିବାରେ ଲାଗିଛି ।

ଚଳିତ ବର୍ଷ ଏବଂ ଆଗାମ ଆର୍ଥିକ ବର୍ଷଗୁଡିକ ପାଇଁ ସଡକ ନିର୍ମାଣର ଠିକା ଦେବା ସଂଖ୍ୟା ବଢିଚାଲିଛି । ପୂର୍ବ ବର୍ଷ ଗୁଡ଼ିକରେ ମିଳିଥିବା ଭଲ ଫଳାଫଳରେ ଉତ୍ସାହିତ ସରକାର ପୂର୍ବ ବର୍ଷ ଗୁଡ଼ିକ ତୁଳନାରେ ଆଗାମୀ ଆର୍ଥିକ ବର୍ଷ ନିମନ୍ତେ ଅଧିକ ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି । 2021-22 ବର୍ଷ ପାଇଁ ସରକାର 12 ହଜାର କିଲୋମିଟର ରାସ୍ତା ନିର୍ମାଣ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି, ଯାହାକି ନିଶ୍ଚିତ ଭାବେ ଉଲ୍ଲେଖନୀୟ ।

ଦିନକୁ ନିର୍ମାଣ ହେଉଛି 30 କିମି ଜାତୀୟ ରାଜପଥ

ଗତ କିଛି ବର୍ଷ ହେଲା ସାରାଦେଶରେ ସଡ଼କ ନିର୍ମାଣରେ ଅନେକ ଅଗ୍ରଗତି ଘଟିଛି । ଆମେ ଯଦି ଗତ ତିନି ବର୍ଷରେ ଜାତୀୟ ରାଜପଥ ନିର୍ମାଣର ସଂଖ୍ୟାକୁ ଦେଖିବା ତାହେଲେ ହାରାହାରି ଦେଶରେ 10 ହଜାର କିଲୋମିଟର ଜାତୀୟ ରାଜପଥ ନିର୍ମାଣ ହୋଇଛି । 2021 ଫେବ୍ରୁଆରି 5 ଯାଏଁ ମିଳିଥିବା ତଥ୍ୟ ଅନୁଯାୟୀ ଚଳିତ ଆର୍ଥିକ ବର୍ଷରେ ମୋଟ 9 ହଜାର 242 କିମି ରାଜପଥ ନିର୍ମାଣ ହୋଇଛି। ଏହିପରି ଭାବେ ପ୍ରତିଦିନ ପ୍ରାୟ 30 କିମି (29.81କିମି) ଜାତୀୟ ରାଜପଥ ନିର୍ମାଣ କରାଯାଇଛି ।

ଦେଶସାରା ଲମ୍ବିଥିବା ଜାତୀୟ ରାଜପଥ ନେଟୱର୍କ

ଜାତୀୟ ରାଜପଥ ନେଟୱର୍କ ସାରା ଦେଶରେ ଲମ୍ବି ହୋଇ ରହିଛି । ଏସବୁ ଜାତୀୟ ରାଜପଥ ସହାୟତାରେ ଦେଶର ସମସ୍ତ ଭାଗକୁ ଅନ୍ୟ ସମସ୍ତ ଭାଗ ସହିତ ସଂଯୋଗ କରାଯାଇଛି । ଏସବୁ ସଡ଼କକୁ ଧନ୍ୟବାଦ, ଏହାଦ୍ବାରା ବିକାଶ ଦିଲ୍ଲୀ ଓ ମୁମ୍ବାଇ ପରି ବଡ଼ ବଡ଼ ସହରରୁ ଯାଇ ଗାଁଗଣ୍ଡା ଏବଂ ଦୁର୍ଗମ ଅଞ୍ଚଳରେ ପହଞ୍ଚି ପାରୁଛି ।

ଜାତୀୟ ରାଜପଥ ନେଟୱର୍କ ପ୍ରତିଦିନ ଦେଶରେ ବଢ଼ି ବଢ଼ି ଚାଲିଛି । ଜାତୀୟ ରାଜପଥ ଦେଶର ପ୍ରତ୍ୟେକ ରାଜ୍ୟରେ ବଢି ବଢି ଚାଲିଛି । ଏଥିପାଇଁ କେନ୍ଦ୍ର ସରକାରଙ୍କ ଦ୍ବାରା ବଜେଟ୍ ବ୍ୟବସ୍ଥା ବି କରାଯାଇଛି । ବିଗତ ତିନି ବର୍ଷର ପରିସଂଖ୍ୟନ ରିପୋର୍ଟ ଅନୁଯାୟୀ ଦେଶର ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସୀତ ଅଞ୍ଚଳରେ ସଡ଼କ ନିର୍ମାଣ ପାଇଁ ବିଭିନ୍ନ ପର୍ଯ୍ୟାୟରେ ବଜେଟରେ କୋଟି କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି ।

ଲୋକସଭାରେ ଏକ ପ୍ରଶ୍ନର ଉତ୍ତରରେ ସରକାର ଦେଶର ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସୀତ ଅଞ୍ଚଳରେ ଜାତୀୟ ରାଜପଥ ନିର୍ମାଣ ପାଇଁ ବଜେଟରେ ହୋଇଥିବା ବ୍ୟୟ ବରାଦ ଏବଂ ଖର୍ଚ୍ଚର ପରିମାଣ ସମ୍ପର୍କରେ ବିସ୍ତୃତ ତଥ୍ୟ ଦେଇଛନ୍ତି । ଗତ ତିନିବର୍ଷରେ ଜାତୀୟ ରାଜପଥ ନିର୍ମାଣ ବାବଦରେ ସର୍ବାଧିକ ବଜେଟ ବ୍ୟୟ ବରାଦ ଓ ଖର୍ଚ୍ଚ ମହାରାଷ୍ଟ୍ର ଖାତାକୁ ଯାଇଛି ।

Last Updated : Mar 24, 2021, 8:01 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.