ETV Bharat / bharat

ମହାପ୍ରଭୁ ଜଗନ୍ନାଥଙ୍କ ରଙ୍ଗ ପରି ହେବ ନେତାଜୀଙ୍କ ପ୍ରତିମୂର୍ତ୍ତିର ରଙ୍ଗ: ଅଦୈତ୍ୟ ଗଡନାୟକ

author img

By

Published : Jan 25, 2022, 9:30 PM IST

ଇଣ୍ଡିଆ ଗେଟ୍ ନିକଟରେ ନିର୍ମାଣ ହେବାକୁ ଥିବା ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ପ୍ରତିମୂର୍ତ୍ତିର ରଙ୍ଗ ମହାପ୍ରଭୁ ଜଗନ୍ନାଙ୍କ ରଙ୍ଗ ପରି ହେବ । ଅଧିକ ପଢନ୍ତୁ

ମହାପ୍ରଭୁ ଜଗନ୍ନାଥଙ୍କ ରଙ୍ଗ ପରି ହେବ ନେତାଜୀଙ୍କ ପ୍ରତିମୂର୍ତ୍ତିର ରଙ୍ଗ: ଅଦୈତ୍ୟ ଗଡନାୟକ
ମହାପ୍ରଭୁ ଜଗନ୍ନାଥଙ୍କ ରଙ୍ଗ ପରି ହେବ ନେତାଜୀଙ୍କ ପ୍ରତିମୂର୍ତ୍ତିର ରଙ୍ଗ: ଅଦୈତ୍ୟ ଗଡନାୟକ

ନୂଆଦିଲ୍ଲୀ: ଇଣ୍ଡିଆ ଗେଟ୍ ନିକଟରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ପ୍ରତିମୂର୍ତ୍ତି ସ୍ଥାପନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଘୋଷଣା ପରେ ଦେଶର କୋଣ ଅନୁକୋଣରରେ ଏହାକୁ ସ୍ବାଗତ କରାଯାଉଛି । ଏହିପରିପ୍ରେକ୍ଷୀରେ ମୂର୍ତ୍ତିକୁ ନେଇ ଏକ ବଡ ଖୁଲାସା କରିଛନ୍ତି କାରିଗର ଅଦୈତ୍ୟ ଗଡନାୟକ । ସେ କହିଛନ୍ତି ନେତାଜୀଙ୍କ ପ୍ରତିମୂର୍ତ୍ତି ଓଡିଶାର ଆରଧ୍ୟ ଦେବ ପ୍ରଭୁ ଜଗନ୍ନାଥଙ୍କ ରଙ୍ଗ ପରି ହେବ ।

ମୂର୍ତ୍ତିର ରଙ୍ଗକୁ ନେଇ ଗଡନାୟକ କହିଛନ୍ତି ଯେ, ପ୍ରଭୁ ଜଗନ୍ନାଥଙ୍କ ରଙ୍ଗ କଳା । ଦେଶର ପ୍ରବେଶ ଦ୍ବାରରେ ସେହି ରଙ୍ଗ ପରି ଏକ ପ୍ରତିମୂର୍ତ୍ତି ନିଶ୍ଚିତ ଏକ ଶକ୍ତି ଯୋଗାଇବ । ଗଡନାୟକ ଆହୁରି ମଧ୍ୟ କହିଛନ୍ତି, ଏହି ପ୍ରତିମୂର୍ତ୍ତିର 28 ଫୁଟ ଲମ୍ବ ଏବଂ 8x8 ଫୁଟ ଗ୍ରାନାଇଟ୍ ସ୍ଲାବରୁ ଖୋଦିତ କରାଯିବ । ମୁଁ ଚାହେଁ ଗ୍ରାନାଇଟ୍ ଜେଟ୍ ବ୍ଲାକ୍ ହେଉ ।

ଏହା ମଧ୍ୟ ପଢନ୍ତୁ:- ଇଣ୍ଡିଆ ଗେଟରେ ନେତାଜୀଙ୍କ ହୋଲୋଗ୍ରାମ ପ୍ରତିମୂର୍ତ୍ତି ଉନ୍ମୋଚନ କଲେ ପ୍ରଧାନମନ୍ତ୍ରୀ

ତିନୋଟି ସ୍ଥାନ- ମୈସୁରୁ, ବେଙ୍ଗାଲୁରୁ ଏବଂ ତେଲେଙ୍ଗାନାରୁ ଗ୍ରାନାଇଟ୍ ଆଣିବାକୁ ବନ୍ଦୋବସ୍ତ କରାଯାଇଛି । ସଠିକ୍ ସ୍ଲାବ୍ ବାଛିବା ପାଇଁ ଖୁବଶୀଘ୍ର ସ୍ଥାନ ପରିଦର୍ଶନ କରିବି ବୋଲି ଗଡନାୟକ କହିଛନ୍ତି।

ସେ କହିଛନ୍ତି, “ମୁଁ ଓଡିଶାର ଏବଂ ବହୁତ ଭାଗ୍ୟବାନ ଯେ, ଏପରି ଏକ ମହାନ ବ୍ୟକ୍ତିତ୍ୱଙ୍କ ପ୍ରତିମୂର୍ତ୍ତି ଖୋଦିତ କରିବାର ସୁଯୋଗ ମୋତେ ମିଳିଛି ଏବଂ ଯେଉଁ ମହାପୁରୁଷଙ୍କ ପ୍ରତିମୂର୍ତ୍ତି ନିର୍ମାଣ କରିବି ସେ ମଧ୍ୟ ମୋ ରାଜ୍ୟର । ଏହି ପ୍ରତିମୂର୍ତ୍ତି ଅଗଷ୍ଟ ୧୫ ସୁଦ୍ଧା ପ୍ରସ୍ତୁତ ହୋଇଯିବ ଏବଂ ସ୍ବାଧୀନତା ଦିବସରେ ଉନ୍ମୋଚିତ ହେବ ବୋଲି ଗଡନାୟକ କହିଛନ୍ତି ।

ଅଦୈତ୍ୟ ଗଡନାୟକ କିଏ ?:-

ତେବେ ଅଦୈତ ହେଉଛନ୍ତି ନ୍ୟାସନାଲ ଗ୍ୟାଲେରୀ ଅଫ ମଡେର୍ଣ୍ଣ ଆର୍ଟର ମହା ନିର୍ଦ୍ଦେଶକ । ତାଙ୍କ ଘର ଢେଙ୍କାନାଳ ଜିଲ୍ଲା ନେଉଳପୋଇ ଗାଁରେ । ସେ ବିକେ କଲେଜ୍ ଅଫ ଆର୍ଟ୍ସ ଆଣ୍ଡ କ୍ରାଫ୍ଟସରୁ କଳାରେ ଶିକ୍ଷା ଗ୍ରହଣ କରିବା ପରେ ଦିଲ୍ଲୀ ଆର୍ଟ କଲେଜ୍‌ରୁ ପାଠପଢା ପୂରା କରିଛନ୍ତି ।

ସେହିପରି ଗଡନାୟକ, ଲଣ୍ଡନର ସ୍ଲେଡ୍ ସ୍କୁଲ୍ ଅଫ ଫାଇନ୍ ଆର୍ଟ୍ସରେ କଳାରେ ଶିକ୍ଷା ଗ୍ରହଣ କରିଛନ୍ତି । ଏହି ପ୍ରସିଦ୍ଧ ମୂର୍ତ୍ତିକାରିଗର ଅନେକ ପୁରସ୍କାରରେ ସମ୍ମାନିତ ହୋଇଛନ୍ତି । ସେ ୧୯୯୩ରେ ରାଷ୍ଟ୍ରୀୟ ଲଳିତ କଳା ଏକାଡେମୀ ପୁରସ୍କାର, ୧୯୯୯ରେ ଓଡିଶା ଲଳିତ କଳା ଏକାଡେମୀ ପୁରସ୍କାରରେ ସମ୍ମାନିତ ହୋଇଛନ୍ତି ।

ଅଦ୍ଵୈତଙ୍କ ସବୁଠୁ ପ୍ରସିଦ୍ଧ ପ୍ରକଳ୍ପରେ ରାଜଘାଟରେ ଗାନ୍ଧୀଙ୍କ ଦାଣ୍ଡି ମାର୍ଚ୍ଚର ପ୍ରତୀମା ସାମିଲ୍ । ତାଙ୍କର ସ୍ଥାପତ୍ୟକୁ ଲଣ୍ଡନରେ ମଧ୍ୟ ସ୍ଥାନ ମିଳିଛି ।

୨୦୧୬ ରେ ନ୍ୟାସନାଲ ଗ୍ୟାଲେରୀ ଅଫ ମଡେର୍ଣ୍ଣ ଆର୍ଟର ନିର୍ଦ୍ଦେଶକ ହୋଇଥିଲେ ଗଡନାୟକ । ଏହା ପୂର୍ବରୁ ସେ ଭୁବନେଶ୍ଵରର କେଆଇଆଇଟି ବିଶ୍ଵ ବିଦ୍ୟାଳୟରେ ସ୍କୁଲ ଅଫ ସ୍କଲ୍ପଚରର ନେତୃତ୍ଵ ନେଇଥିଲେ । ବିଶ୍ଵ ବିଦ୍ୟାଳୟ ପରିସରରେ ସେ ଏକ ମୁର୍ତ୍ତିକାର ପାର୍କ ନିର୍ମାଣ କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.