ETV Bharat / bharat

ଆଜି ବାରଣାସୀ ବୁଲିବେ ନେପାଳ ପ୍ରଧାନମନ୍ତ୍ରୀ ଶେର ବାହାଦୂର

author img

By

Published : Apr 3, 2022, 12:03 PM IST

ତିନି ଦିନିଆ ଭାରତ ଗସ୍ତରେ ଆସି ଆଜି ନେପାଳ ପ୍ରଧାନମନ୍ତ୍ରୀ ଶେର ବାହାଦୂର ଦେଓବା ଏକ ସ୍ବତନ୍ତ୍ର ବିମାନ ଯୋଗେ ବାରାଣାସୀରେ ପହଞ୍ଚିବେ। ତାଙ୍କୁ ସ୍ବାଗତ କରିବା ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ଅଧିକ ପଢ଼ନ୍ତୁ

ଆଜି ବାରଣାସୀରେ ପହଁଞ୍ଚିବେ ନେପାଳ ପ୍ରଧାନମନ୍ତ୍ରୀ ଶେର ସିଂ

ବାରାଣାସୀ: 3 ଦିନିଆ ଭାରତ ଗସ୍ତରେ ଆସି ଆଜି ବାରଣାସୀ ଯିବେ ନେପାଳ ପ୍ରଧାନମନ୍ତ୍ରୀ ଶେର ବାହାଦୂର ଦେଓବା । ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ପ୍ରଥମେ ସେ ବାରଣାସୀର ଲାଲ ବାହାଦୂର ଶାସ୍ତ୍ରୀ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ପହଞ୍ଚିବେ । ଏହା ପୂର୍ବରୁ ସିଏମ୍ ଯୋଗୀ ଆଦିତ୍ୟନାଥ ନିଜେ ବାରଣାସୀରେ ପହଞ୍ଚି ପ୍ରଧାନମନ୍ତ୍ରୀଙ୍କ ଆଗମନ ନେଇ ସମସ୍ତ ପ୍ରସ୍ତୁତିର ଟିକିନିକି ଯାଞ୍ଚ କରିଛନ୍ତି।

ଏପରିକି ଶ୍ରୀ କାଶୀବିଶ୍ବନାଥ ମନ୍ଦିର, କାଳଭୈରବ ମନ୍ଦିର ବ୍ୟତୀତ ଲଳିତା ଘାଟରେ ଅବସ୍ଥିତ ନେପାଳ ମନ୍ଦିର ପର୍ଯ୍ୟନ୍ତ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରିଥିଲେ । ସେହିପରି ନେପାଳ ପରମ୍ପରାରେ ବାରଣାସୀରେ ଅନୁଷ୍ଠିତ ହେବାକୁ ଥିବା ଏକ ସ୍ବତନ୍ତ୍ର ପୂଜାର ତଦାରଖ ସହ ଏଠାରେ ରହୁଥିବା 9 ନେପାଳୀ ବୃଦ୍ଧ ମାତାଙ୍କୁ ମଧ୍ୟ ଭେଟି ସେମାନଙ୍କ ସୁସ୍ଥତା ପଚାରି ବୁଝିଛନ୍ତି । ଶେର ବାହାଦୂରଙ୍କ ଆଗମନ ପାଇଁ ସହରର 15 ଟି ସ୍ଥାନରେ ସାଂସ୍କୃତିକ ବିଭାଗ ଦ୍ବାରା ବିଭିନ୍ନ କାର୍ଯ୍ୟକ୍ରମ ପରିବେଷଣ ହେବ । ଏଥିରେ ଧୋବି ନୃତ୍ୟ, ପାଇକ ନୃତ୍ୟ ବ୍ୟତୀତ ନେପାଳର ଆଦିବାସୀ ନୃତ୍ୟ ଏବଂ ସଂସ୍କୃତି ସହିତ ଭାରତର ସଂସ୍କୃତି ଏବଂ ପରମ୍ପରା ଦେଖାଯିବ।

ଶେର ବାହାଦୂର ବାରାଣାସୀରେ ପହଁଞ୍ଚିବା ପରେ ହୋଟେଲ ତାଜରେ ରହିବେ । ସେଠାରେ କିଛି ସମୟ ରହି ବିଶ୍ରାମ ନେଇ ସିଧାସଳଖ କାଳଭୈରବୀ ମନ୍ଦିରକୁ ଯିବେ। ତାଙ୍କ ପତ୍ନୀ ଅର୍ଜୁ ରାଣା ଦେବୁବା ମଧ୍ୟ ତାଙ୍କ ସହ ଉପସ୍ଥିତ ରହିବେ। ପରେ ଶ୍ରୀ କାଶୀ ବିଶ୍ବନାଥ ମନ୍ଦିରରେ ମଧ୍ୟ ବିଶେଷ ଉପାସନା କରିବେ। ଏଠାରେ ପ୍ରାୟ 40 ମିନିଟ୍ ରହିବା ପର ବିଶ୍ବନାଥ ଧାମ ଦର୍ଶନ ସହିତ ସ୍ଥାପିତ ଭାରତ ନେପାଳର ସଂସ୍କୃତି ଉପରେ ଏକ ସ୍ବତନ୍ତ୍ର ପ୍ରଦର୍ଶନୀ ମଧ୍ୟ ଦେଖିବେ । ପରେ ସିଧା ସଳଖ ବିଶ୍ବନାଥ ଧାମର ଲଲିତା ଘାଟକୁ ଯାଉଥିବା ନୂତନ ରାସ୍ତାରୁ ପାଦରେ ଚାଲି ନେପାଳର ପଶୁପତିନାଥ ମନ୍ଦିରର ରୁଦ୍ରାଭିଷେକ କରିବେ ।

ଏହା ସହିତ ସେ ଏଠାରେ ରହୁଥିବା ନେପାଳୀ ପରିବାରକୁ ଭେଟି ସେଠାରୁ ହୋଟେଲ ତାଜ ଯିବେ । ଯେଉଁଠାରେ ସିଏମ୍ ଏବଂ କାଶୀର କିଛି ବିଶିଷ୍ଟ ନେତାଙ୍କ ସହିତ ତାଙ୍କର ସାକ୍ଷାତ ଏବଂ ମଧ୍ୟାହ୍ନ ଭୋଜନ ପାଇଁ ବ୍ୟବସ୍ଥା କରାଯାଇଛି । କାଶୀରେ ପ୍ରାୟ ୬ ଘଣ୍ଟା ରହିବା ପରେ ସେ ରାତି ପ୍ରାୟ 3 ଟାରେ କାଶୀରୁ ବିଦାୟ ନେବେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.