ETV Bharat / bharat

ଅଧିକ କୋଭିଡ-19 ଟିକା ପାଇଁ ଭାରତ ଓ ଚୀନ୍ ଉପରେ ନେପାଳର ନଜର - ଭୂତାଣୁ ସଂକ୍ରମଣର ଦ୍ବିତୀୟ ଲହରୀ

କୋରୋନା ଭୂତାଣୁ ସଂକ୍ରମଣର ଦ୍ବିତୀୟ ଲହରୀ ଲେକଙ୍କ ମଧ୍ୟରେ ଭୟ ସୃଷ୍ଟି କରିଛି । ଏଥି ପାଇଁ ଅଧିକ କୋଭିଡ-19 ଟିକା ପାଇଁ ଭାରତ ଓ ଚୀନ୍ ଉପରେ ନେପାଳ ନଜର ରଖିଛି । ଅଧିକ ପଢନ୍ତୁ...

କୋଭିଡ-19
କୋଭିଡ-19
author img

By

Published : Mar 24, 2021, 12:12 PM IST

କୋରୋନା ଭୂତାଣୁ ସଂକ୍ରମଣର ଦ୍ବିତୀୟ ଲହରୀ ଭୟ ବଢୁଥିବାରୁ ନେପାଳ ତାହାର ଦୁଇ ବିଶାଳ ପଡ଼ୋଶୀ ରାଷ୍ଟ୍ର ଭାରତ ଓ ଚୀନରୁ କିପରି କୋଭିଡ-19 ପ୍ରତିଷେଧକ ଟିକା ବହୁ ପରିମାଣରେ ପାଇପାରିବ ସେ ନେଇ କାଠମାଣ୍ଡୁରେ ଥିବା ଭାରତୀୟ ଓ ଚୀନ୍ କୂଟନୀତିଜ୍ଞଙ୍କ ସହ ଜୋରସୋରରେ ବିଚାରବିମର୍ଶ ଚଳାଇଛି ।

ଯଦିଓ ନେପାଳ ଚୀନରୁ ଉପହାର ସ୍ବରୂପ ସିନୋଫାର୍ମ ପ୍ରସ୍ତୁତ କିଛି ଟିକା ପାଇଛି ତଥାପି ବର୍ଷକ ଭିତରେ ଦେଶର ଅଧିକାଂଶ ଲୋକଙ୍କୁ ଟିକା ଦେବା ନେଇ କରିଥିବା ଯୋଜନା ସକାଶେ ଭାରତରୁ ଟିକା ନେବା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ।

ଭାରତ ତାହାର ‘ଭ୍ୟାକ୍ସିନ୍ ଡିପ୍ଲୋମାସୀ’ ଆରମ୍ଭ କରି ଅନୁଦାନ ହୋଇପାରେ କିମ୍ବା ଉପହାର ଭାବେ ସେରମ ଇନିଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ଦ୍ବାରା ନିର୍ମିତ 10 ଲକ୍ଷ କୋଭିସିଲଡ୍ ଟିକା ନେପାଳକୁ ଯୋଗାଇ ଦେଇଛି । ଏହା ପାଇବା ପରେ ନେପାଳ ଜାନୁଆରୀ 27ରେ ତାହାର ଟୀକାକରଣ ଅଭିଯାନ ଆରମ୍ଭ କରିଛି ।

ଖୁବଶୀଘ୍ର ନେପାଳ ସେରମ୍ ଠାରୁ ଆହୁରି ଅଧିକ କୋଭିସିଲଡ୍ ଟିକା କିଣିବ ଏବଂ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ-ହୁ ଦ୍ବାରା ପରିଚାଳିତ କୋଭାକ୍ସ ଫ୍ୟାସିଲିଟି ଅଧିନରେ ଅଧିକ ଆସ୍ତ୍ରାଜେଙ୍କା ଟିକା କାଠମାଣ୍ଡୁରେ ପହଞ୍ଚିଛି । କମ୍ ଉନ୍ନତ ରାଷ୍ଟ୍ରଗୁଡ଼ିକୁ ଟିକା ଯୋଗାଇବା ପାଇଁ ହୁ ଏପରି ଏକ ବ୍ୟବସ୍ଥା ଗ୍ରହଣ କରିଛି ।

ଏସବୁ ସହାୟତାରେ ସ୍ବାସ୍ଥ୍ୟକର୍ମୀ, ସୁରକ୍ଷା କର୍ମୀ, ସରକାରୀ ଅଧିକାରୀ, ରାଜନେତା, ସାମ୍ବାଦିକ ଏବଂ 65 ବର୍ଷରୁ ଅଧିକ ବରିଷ୍ଠ ନାଗରିକଙ୍କ ସମେତ 17 ଲକ୍ଷ ଲୋକଙ୍କୁ ନେପାଳରେ ଟିକା ଦିଆଯାଇଛି ।

କୋରୋନା ଭୂତାଣୁ ସଂକ୍ରମଣର ଅଧିକ ଭୟ ଏବଂ ଜୀବନ ପ୍ରତି ଥିବା ଅଧିକ ଭୟ ଥିବା ଅଧିକରୁ ଅଧିକ ଲୋକଙ୍କୁ ଦ୍ବିତୀୟ ପର୍ଯ୍ୟାୟରେ ଟିକା ଦେବା ପାଇଁ ନେପାଳ ଯୋଜନା କରିଛି ।

ଭାରତର ସେରମ ଇନିଷ୍ଟିଚ୍ୟୁଟରୁ ଅଧିକ କୋଭିସିଲଡ ପାଇବା ଅପେକ୍ଷାର ରହିବା ସହିତ ନେପାଳ ଆହୁରି ମଧ୍ୟ ବେଜିଂରୁ ଅଧିକ ଟିକା ପାଇବା ନେଇ ନଜର ରଖିଛି ।

କାଠମାଣ୍ଡୁରେ ଥିବା ଦିଲ୍ଲୀ ଓ ବେଜିଂର ରାଷ୍ଟ୍ରଦୂତଙ୍କ ସହିତ ଏବେ ଆଲୋଚନା ଚଳାଇଥିବା ନେପାଳର ସ୍ବାସ୍ଥ୍ୟ ମନ୍ତ୍ରୀ ହ୍ରିଦୟେଶ ତ୍ରିପାଠୀ କହିଛନ୍ତି ଯେ, ସିନୋଫାର୍ମ ପ୍ରସ୍ତୁତ 8 ଲକ୍ଷ ଟିକା ଆଣିବା ପାଇଁ ନେପାଳ ଏ ସପ୍ତାହରେ ଚୀନକୁ ଏକ ବିମାନ ପଠାଉଛି ।

କିନ୍ତୁ ଏହା ବି ଯଥେଷ୍ଟ ହୋଇନପାରେ । କାରଣ ନେପାଳ ପାଖାପାଖି 3 କୋଟି ଲୋକଙ୍କ ମଧ୍ୟରୁ 2 କୋଟି ଲୋକଙ୍କୁ ବର୍ଷକ ଭିତରେ ଟିକା ଦେବାକୁ ନେପାଳ ଯୋଜନା ରଖିଛି । ଏହା ଅର୍ଥ 18 ବର୍ଷରୁ କମ୍ ବୟସ୍କଙ୍କୁ ବାଦ୍ ଦେଇ ଦେଶର ସମସ୍ତଙ୍କୁ ଆସନ୍ତା ଜାନୁଆରୀ ସୁଦ୍ଧା ଟିକା ଦେବାକୁ ନେପାଳ ଲକ୍ଷ୍ୟ ରଖିଛି ।

ଭାରତର ସେରମ୍ ଇନିଷ୍ଟିଚ୍ୟୁଟ ନେପାଳର କୋଭିଡ-19 ପ୍ରତିଷେଧକ ଯୋଜନାରେ ସାହାଯ୍ୟ କରିପାରେ ବୋଲି ସ୍ବାସ୍ଥ୍ୟ ମନ୍ତ୍ରୀ ହ୍ରିଦୟେଶ ତ୍ରିପାଠୀ ଆଶା ରଖିଛନ୍ତି । ସେ ଡିଜିଟାଲ ସମ୍ବାଦପତ୍ର setopati.com କୁ କହିଛନ୍ତି ଯେ,“ ଟିକା ଯୋଗାଣ ନେଇ ସେରମ୍ ସହିତ ନେପାଳର ଦୀର୍ଘ ଦିନର ସମ୍ପର୍କ ରହିଛି । ଅତୀତରେ ମଧ୍ୟ ଏହା ଆମକୁ ଟିକା ଯୋଗାଇ ଆସିଛି ଏବଂ ଆଶା କରୁଛୁ ଏବେ ପର୍ଯ୍ୟାପ୍ତ ପରିମାଣର କୋଭିସିଲଡ ଯୋଗାଇ ଦେବାରେ ସକ୍ଷମ ହେବ।”

ନେପାଳ ଚାହୁଁଛି ଏହାର ଉପଯୁକ୍ତ ଦର ରହିବ । ପ୍ରାରମ୍ଭିକ ଅବସ୍ଥାରେ ସେରମ ନେପାଳ ପାଇଁ କୋଭିସିଲଡ ଡୋଜ୍ ପିଛା 4 ଡଲାର ଦର ଲଗାଉଛି । ଅନ୍ୟ କମ୍ପାନି ଟିକା ତୁଳନାରେ ଏହାର ଦର ଠିକ୍ ବୋଲି ସରକାରୀ ଅଧିକାରୀ ଭାବୁଛନ୍ତି । ନେପାଳ ଅଧିକ ପରିମାଣର କୋଭିସିଲଡ ଅପେକ୍ଷାରେ ଥିବା ବେଳେ ଦେଶର ସ୍ବାସ୍ଥ୍ୟ ବିଭାଗ କର୍ତ୍ତୃପକ୍ଷ କୋଭିସିଲଡ ଟିକା ମହଙ୍ଗା ହେଉଥିବା ନେଇ ସାମାନ୍ୟ ବିଚଳିତ ହୋଇପଡ଼ିଛନ୍ତି । ନେପାଳ ଏବେ ଯେଉଁ ଅର୍ଡର ଦେଇଛି ତାହା ପାଇଁ କୋଭିସିଲଡ ଦର ଡୋଜ୍ ପିଛା 5 ଆମେରିକୀୟ ଡଲାରକୁ ବଢାଇ ଦେଇଛି ।

ସ୍ବାସ୍ଥ୍ୟ ମନ୍ତ୍ରୀ ତ୍ରିପାଠୀ କହିଛନ୍ତି ଯେ, ସପ୍ଲାଇ କରୁଥିବା ଏଜେଣ୍ଟ 10 ପ୍ରତିଶତ କମିଶନ ଚାର୍ଜ କରୁଥିବାରୁ କୋଭିସିଲଡ ଦର ମହଙ୍ଗା ହୋଇଯାଇଛି । ସେ ଆହୁରି ବି କହିଛନ୍ତି ଯେ, ଏପରି କମିଶନି ଆଦାୟ ଏଡାଇବାକୁ ପ୍ରୟାସ କରୁଛୁ, ଯେଉଁ କାରଣରୁ ଏହା ମିଳିବାରେ କିଛିଟା ବିଳମ୍ବ ଘଟିଛି ।

ମାର୍ଚ୍ଚ 15 ସୁଦ୍ଧା ନେପାଳ 22 ଲକ୍ଷରୁ ଅଧିକ ପିସିଆର ଟେଷ୍ଟ କରିଥିବା ବେଳେ 2 ଲକ୍ଷ 75 ହଜାର କୋରୋନା ସଂକ୍ରମଣ ମାମଲା ପଜିଟିଭ୍ ରେକର୍ଡ ହୋଇଥିଲା । ଏମାନଙ୍କ ମଧ୍ୟରୁ 3 ହଜାର 14 ଜଣଙ୍କର ମୃତ୍ୟୁ ଘଟିଥିଲା । ଏବେ ମୁଖ୍ୟତଃ ଭାରତ ଏବଂ ଅନ୍ୟ ଦେଶରୁ ଫେରୁଥିବା ଅଧିକାଂଶ ଲୋକ କୋରୋନା ଭୂତାଣୁ ସଂକ୍ରମିତ ଚିହ୍ନଟ ହେଉଥିବାରୁ ଦ୍ବିତୀୟ ଲହରୀ ଭୟ ବଢିବାରେ ଲାଗିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.