ETV Bharat / bharat

ନେପାଳ ସେନାକୁ ଭାରତୀୟ ସେନାର 1 ଲକ୍ଷ କୋଭିଡ୍ ଟିକା ଉପହାର

author img

By

Published : Mar 29, 2021, 8:28 AM IST

Updated : Mar 29, 2021, 8:50 AM IST

ନେପାଳ ଆର୍ମିକୁ 1 ଲକ୍ଷ କୋରୋନା ଟିକା ଉପହାରରେ ଦେଲା ଇଣ୍ଡିଆନ ଆର୍ମି । ଟିକା ଧରି ନେପାଳର ତ୍ରିଭୁବନ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ପହଞ୍ଚିଲା ଏୟାର ଇଣ୍ଡିଆ ବିମାନ। ମଜଭୁତ ହେବ ଉଭୟ ଦେଶର ସମ୍ପର୍କ। ଅଧିକ ପଢନ୍ତୁ...

ନେପାଳ ସେନାକୁ ଭାରତର 1 ଲକ୍ଷ କୋଭିଡ୍ ଟିକା ଉପହାର

କାଠମାଣ୍ଡୁ: ନେପାଳକୁ ଭାରତ ବଢାଇଲା ସହାୟତାର ହାତ। ଦେଶର ସେନାକୁ 1 ଲକ୍ଷ କୋଭିଡ୍ ଟିକା ଉପହାର ଦେଇଛି ଭାରତୀୟ ସେନା। ରବିବାର ଭାରତୀୟ ସେନା ଏହି ଟିକାକୁ ନେପାଳ ସେନାଙ୍କୁ ହସ୍ତାନ୍ତର କରିଛି।

ଏୟାରଇଣ୍ଡିଆ ବିମାନ ଯୋଗେ ଭ୍ୟାକ୍ସିନ ଭାରତୀୟ ସେନା ଅଧିକାରୀମାନେ ତ୍ରିଭୁବନ ଅନ୍ତର୍ଜାତୀୟ ବିମାନବନ୍ଦରରେ ନେପାଳ ସେନା ପକ୍ଷରୁ ସେମାନଙ୍କ ପ୍ରତିପକ୍ଷଙ୍କୁ ପ୍ରଦାନ କରିଛନ୍ତି। କାଠମାଣ୍ଡୁରେ ଥିବା ଭାରତୀୟ ଦୂତାବାସ ସୂତ୍ରରୁ ପ୍ରକାଶ ଯେ, ଭାରତୀୟ ସେନା ନେପାଳ ସେନାକୁ ଭାରତରେ ନିର୍ମିତ କୋଭିଡ୍ 19 ଟିକାର ଏକ ଲକ୍ଷ ଡୋଜ୍ ପ୍ରଦାନ କରିଛି। ଯାହା ସେନାର ପରାକ୍ରମକୁ ବଢାଇବ।

ଏହା ପୂର୍ବରୁ ଭାରତ ବିଭିନ୍ନ ଦେଶକୁ ଟିକା ଯୋଗାଇବା ଆରମ୍ଭ କରିଥିବା ବେଳେ ନେପାଳକୁ 1 ମିଲିୟନ ଡୋଜ୍ ଯୋଗାଇଥିଲା। ଏହାସହ ଔଷଧ ଏବଂ ଟେଷ୍ଟିଂ କିଟ୍ ମଧ୍ୟ ପହଁଞ୍ଚାଇଛି। ନେପାଳରେ ଏବେ ପର୍ଯ୍ୟନ୍ତ 276,839 କୋରୋନା ମାମଲା ଚିହ୍ନଟ ହୋଇଥିବା ବେଳେ 3,027 ଜଣ ରିପୋର୍ଟ କରିଛନ୍ତି।

Last Updated : Mar 29, 2021, 8:50 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.