ETV Bharat / bharat

ଗୁଜୁରାଟରେ ପ୍ରବେଶ ପାଇଁ କୋଭିଡ ନେଗେଟିଭ ରିପୋର୍ଟ ବାଧ୍ୟତାମୂଳକ

author img

By

Published : Mar 27, 2021, 10:25 PM IST

ଗୁଜୁରାଟ ସରକାର ଶନିବାର କୋଭିଡ ସଂକ୍ରାନ୍ତୀୟ ଏକ ବଡ କଟକଣା ଜାରି କରିଛନ୍ତି । ଏଣିକି ରାଜ୍ୟରେ ପ୍ରବେଶ ପାଇଁ କୋଭିଡ ନେଗେଟିଭ ପ୍ରମାଣପତ୍ର ବାଧ୍ୟତାମୂଳକ ହେବ । ଅଧିକ ପଢନ୍ତୁ....

ଗୁଜୁରାଟରେ ପ୍ରବେଶ ପାଇଁ କୋଭିଡ ନେଗେଟିଭ ପ୍ରମାଣପତ୍ର ବାଧ୍ୟତାମୂଳକ

ଗାନ୍ଧୀନଗର: ଗୁଜୁରାଟ ସରକାର ଶନିବାର କୋଭିଡ ସଂକ୍ରାନ୍ତୀୟ ଏକ ବଡ କଟକଣା ଜାରି କରିଛନ୍ତି । ଏଣିକି ରାଜ୍ୟକୁ ବାହାର ରାଜ୍ୟରୁ ଆସୁଥିବା ବ୍ୟକ୍ତି ବିଶେଷଙ୍କୁ ଆରଟିପିସିଆର ଟେଷ୍ଟ କରିବା ସହ କୋଭିଡ ନେଗେଟିଭ ରିପୋର୍ଟ ସାଙ୍ଗରେ ଆଣିବା ବାଧ୍ୟତାମୂଳକ କରିଛନ୍ତି ଗୁଜୁରାଟ ସରକାର । ଏହାପୂର୍ବରୁ ପଡୋଶୀ ମହାରାଷ୍ଟ୍ରରୁ ଆସୁଥିବା ବ୍ୟକ୍ତିଙ୍କ ପାଇଁ ନେଗେଟିଭ ରିପୋର୍ଟ ବାଧ୍ୟତାମୂଳକ କରିଥିଲେ ଗୁଜୁରାଟ ସରକାର ।

ଗୁଜୁରାଟର ପଡୋଶୀ ରାଜ୍ୟ ମହାରାଷ୍ଟ୍ର ସମେତ ଦେଶର ଅନ୍ୟ କିଛି ରାଜ୍ୟମାନଙ୍କରେ ମଧ୍ୟ କୋଭିଡ ସଂକ୍ରମଣ ହାର ବଢିବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ବିଭିନ୍ନ ରାଜ୍ୟମାନେ କଟକଣା କଡାକଡି କରିବା ଆରମ୍ଭ କରିଛନ୍ତି । ତେବେ ଗୁଜୁରାଟ ମଧ୍ୟ କୋଭିଡ ପରୀକ୍ଷା ଓ ନେଗେଟିଭ ପ୍ରମାଣପତ୍ର ସହିତ ଅନ୍ୟ ରାଜ୍ୟର ବ୍ୟକ୍ତି ବିଶେଷଙ୍କୁ ରାଜ୍ୟରେ ପ୍ରବେଶ କରିବାକୁ ନିର୍ଦ୍ଦେଶାବଳୀ ଜାରି କରିଛି । ଏହି ନିର୍ଦ୍ଦେଶ ଏପ୍ରିଲ ୨ ତାରିଖରୁ ଲାଗୁ ହେବା ନେଇ ବିଜ୍ଞପ୍ତି ଜାରି କରିଛି ଗୁଜୁରାଟ ସ୍ବାସ୍ଥ୍ୟ ବିଭାଗ । ତେବେ ରାଜ୍ୟରେ ଶନିବାର ଦିନ 2,276 ଟି ନୂଆ ମାମଲା ରେକର୍ଡ କରିଛି। ଯାହା ଗୁଜୁରାଟ ସରକାରଙ୍କ ଚିନ୍ତା ବଢାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.