ETV Bharat / bharat

ମଣିପୁରରେ ସ୍ଥଗିତ ରହିଲା NEET(UG), ରବିବାର ପରୀକ୍ଷା ଦେଇଥାନ୍ତେ 8 ହଜାରରୁ ଅଧିକ ଛାତ୍ରଛାତ୍ରୀ

author img

By

Published : May 6, 2023, 8:56 PM IST

Updated : May 6, 2023, 10:03 PM IST

ମଣିପୁରରେ ସ୍ଥଗିତ ରହିଲା NEET (UG) ପରୀକ୍ଷା । ରବିବାର 2 ଟି କେନ୍ଦ୍ରରେ ପରୀକ୍ଷା ଦେଇଥାନ୍ତେ 8,751 ପରୀକ୍ଷାର୍ଥୀ । NTA କହିଲା ପରବର୍ତ୍ତୀ ତାରିଖରେ ହେବ ପରୀକ୍ଷା । ଅଧିକ ପଢନ୍ତୁ

ମଣିପୁରରେ ସ୍ଥଗିତ ରହିଲା NEET ପରୀକ୍ଷା
ମଣିପୁରରେ ସ୍ଥଗିତ ରହିଲା NEET ପରୀକ୍ଷା

ଇମ୍ଫାଲ: ହିଂସା ପ୍ରଭାବିତ ମଣିପୁରରେ ଜାତୀୟ ଟେଷ୍ଟିଂ ଏଜେନ୍ସି (NTA) ଦ୍ବାରା ପରିଚାଳିତ NEET (UG) ପରୀକ୍ଷାକୁ ସ୍ଥଗିତ ରଖାଯାଇଛି । ରବିବାର ମଣିପୁରର ଏକାଧିକ କେନ୍ଦ୍ରରେ ଏହି ପରୀକ୍ଷା ଅନୁଷ୍ଠିତ ହେବାର ଥିଲା । ଏଥିରେ ମୋଟ 8,751 ପରୀକ୍ଷାର୍ଥୀ ଅଂଶଗ୍ରହଣ କରିବାର ଥିଲା । ହେଲେ ହିଂସା କାରଣରୁ ଏହାକୁ NTA ପକ୍ଷରୁ ସ୍ଥଗିତ ରଖାଯାଇଛି । ଏନେଇ ବୈଦେଶିକ ବ୍ୟାପାର ଓ ଶିକ୍ଷା ରାଷ୍ଟ୍ରମନ୍ତ୍ରୀ ରାଜକୁମାର ରଞ୍ଜନ ସିଂ ନିଷ୍ପତ୍ତି ସମ୍ପର୍କରେ ସ୍ପଷ୍ଟ କରିଛନ୍ତି ।

ଏନେଇ NTA ଏକ ବିଜ୍ଞପ୍ତି ଜାରି କରି ଏହି ସୂଚନା ଦେଇଛି । ବିବୃତ୍ତିରେ କୁହାଯାଇଛି, ‘‘ବର୍ତ୍ତମାନର ହିଂସା ସ୍ଥିତିକୁ ଦେଖି ନିର୍ଦ୍ଧାରିତ ତାରିଖରେ ହେବାକୁ ଥିବା ପରୀକ୍ଷା ସ୍ଥଗିତ ରଖିବାକୁ ନିଷ୍ପତ୍ତି ହୋଇଛି । କେନ୍ଦ୍ର ବୈଦେଶିକ ବ୍ୟାପାର ଓ ଶିକ୍ଷା ରାଷ୍ଟ୍ରମନ୍ତ୍ରୀ ଅନ୍ୟ ଏକ ତାରିଖରେ ମଣିପୁରରେ ପରୀକ୍ଷା କରିବା ନେଇ ଏନଟିଏକୁ ଚିଠି ଲେଖିଛନ୍ତି । ଏନେଇ କେବେ ପରୀକ୍ଷା ପାଇଁ ପୁନଃସୂଚୀ ନିର୍ଦ୍ଧାରିତ କରାଯିବ ସେ ନେଇ ପରୀକ୍ଷାର୍ଥୀଙ୍କୁ ଅବଗତ କରିଦିଆଯିବ ।’’

ଏନଟିଏ ପରୀକ୍ଷା ସ୍ଥଗିତ ସମ୍ପର୍କରେ ମଧ୍ୟ ଅଂଶଗ୍ରହଣ କରିବାକୁ ଥିବା ଛାତ୍ରାଛାତ୍ରୀଙ୍କ ନିକଟରେ ସୂଚନା ପହଞ୍ଚାଇଛି । ଅଟୋମେଟିକ କଲ ଓ ମେସେଜ ମାଧ୍ୟମରେ ଫର୍ମ ଭରିଥିବା ଛାତ୍ରାଛାତ୍ରୀଙ୍କୁ ପରୀକ୍ଷା ସ୍ଥଗିତାଦେଶ ସମ୍ପର୍କରେ ସୂଚନା ଦିଆଯାଉଛି । ହେବାକୁ ଥିବା ପରୀକ୍ଷା ଭିନ୍ନ ତାରିଖରେ କରାଯିବ ଓ ସେ ସମ୍ପର୍କରେ ପୂର୍ବରୁ ଅବଗତ କରିଦିଆଯିବା ନେଇ NTA କହିଛି । ମଣିପୁରରେ ଆସନ୍ତା ରବିବାର ଏହି ପରୀକ୍ଷା ଅନୁଷ୍ଠିତ ହେବାର ଥିଲା । ଏଥିରେ ଦୁଇଟି କେନ୍ଦ୍ରରେ ମୋଟ 8,751 ପରୀକ୍ଷାର୍ଥୀ ଅଂଶଗ୍ରହଣ କରିବାର ଥିଲା ।

ମଣିପୁର ମୁଖ୍ୟମନ୍ତ୍ରୀ ବିରେନ ସିଂ ଏକ ସର୍ବଦଳୀୟ ବୈଠକରେ ରାଜ୍ୟରେ ସ୍ଥିତି ସମୀକ୍ଷା କରିଛନ୍ତି । ସେହିପରି ପଡୋଶୀ ମେଘାଳୟ ଓ ତ୍ରିପୁରାର କିଛି ଛାତ୍ରଛାତ୍ରୀ ମଧ୍ୟ ମଣିପୁରରେ ପାଠ ପଢୁଛନ୍ତି । ସେମାନଙ୍କ ସୁରକ୍ଷା ଓ ପ୍ରତ୍ୟାବର୍ତ୍ତନ ନେଇ ମଧ୍ୟ ଚିନ୍ତା ବଢିଛି । ଆଜି ମେଘାଳୟ ଓ ତ୍ରିପୁରାର ମୁଖ୍ୟମନ୍ତ୍ରୀ ମଧ୍ୟ ସ୍ଥିତି ସମୀକ୍ଷା କରିବା ସହ ଛାତ୍ରଛାତ୍ରୀଙ୍କ ସୁରକ୍ଷା ପ୍ରସଙ୍ଗରେ ଅଭିଭାବକଙ୍କ ସହ ଆଲୋଚନା କରିଛନ୍ତି ।

ଅନ୍ୟପଟେ ମଣିପୁରରେ ସ୍ଥିତି କ୍ରମଶଃ ସ୍ବାଭାବିକ ହେବାରେ ଲାଗିଛି । ଗତକାଲି ଠାରୁ ପ୍ରାୟତଃ କେଉଁଠି ହଂସାର ସୂଚନା ମିଳିନି । ସେନା, ପାରାମିଲିଟାରୀ ଓ ପୋଲିସ ଫୋର୍ସ ସମଗ୍ର ରାଜ୍ୟରେ ମୁତୟନ ରହିଛନ୍ତି । ଏବେ ସୁଦ୍ଧା ପ୍ରାୟ 54 ଜଣଙ୍କ ପ୍ରାଣହାନୀ ହୋଇଥିବା ବେଳେ ଆହତଙ୍କ ସଂଖ୍ୟା ସମ୍ପର୍କରେ କୌଣସି ସୂଚନା ସ୍ପଷ୍ଟ ହୋଇନି । ପ୍ରାୟ 13 ହଜାର ଲୋକେ ରିଲିଫ କ୍ୟାମ୍ପରେ ଆଶ୍ରୟ ନେଇଥିଲା ବେଳେ ସେମାନଙ୍କୁ ଏବେ ଘରକୁ ପଠାଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : May 6, 2023, 10:03 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.