ETV Bharat / bharat

ଭାରତୀୟ ଜାତୀୟ ପତାକାରେ ଅଟୋଗ୍ରାଫ୍‌ ଦେଲେନି ସୁନାପୁଅ, କହିଲେ ଓ୍ବାହାଁ ନେହିଁ ସାଇନ କର ସକ୍‌ତା

author img

By ETV Bharat Odisha Team

Published : Aug 29, 2023, 6:42 AM IST

ବିଶ୍ବ ଆଥଲେଟିକ୍ସ ଚମ୍ପିଆନସିପ୍‌ରେ ସ୍ୱର୍ଣ୍ଣ ଜିତିବା ପରେ ନୀରଜ ଚୋପ୍ରାଙ୍କ ଅଟୋଗ୍ରାଫ୍‌ ପାଇଁ ଫ୍ୟାନ୍ସଙ୍କ ଭିଡ଼ ଲାଗିଥିଲା । ଏହାରି ମଧ୍ୟରେ ଜଣେ ତାଙ୍କୁ ଭାରତର ଜାତୀୟ ପତାକା ଉପରେ ଅଟୋଗ୍ରାଫ୍‌ ମାଗିଥିଲେ। ଜବାବରେ ନୀରଜ କହିଥିଲେ "ଓ୍ବାହାଁ ନେହିଁ ସାଇନ କର ସକତା" ଅର୍ଥାତ ସେଠାରେ ସାଇନ କରିପାରିବି ନାହିଁ ବୋଲି କହିଥିଲେ । ଯାହାକୁ ନେଇ ତାଙ୍କୁ ବାଃ ବାଃ ମିଳୁଛି । ଅଧିକ ପଢ଼ନ୍ତୁ

ନୀରଜ ଚୋପ୍ରା
ନୀରଜ ଚୋପ୍ରା

ବୁଦାପେଷ୍ଟ: ବିଶ୍ବ ଆଥଲେଟିକ୍ସ ଚମ୍ପିଆନସିପ୍‌ରେ ନିଜର ଐତିହାସିକ ସଫଳତା ସହିତ ପୁଣିଥରେ ଭାରତ ପାଇଁ ଗର୍ବ ଆଣିଛନ୍ତି ନୀରଜ ଚୋପ୍ରା। ପ୍ରଥମ ଥର ପାଇଁ ଜଣେ ଭାରତୀୟ ଭାବରେ ଚମ୍ପିଆନସିପ୍‌ରେ ସ୍ବର୍ଣ୍ଣ ପଦକ ଦାସଲ କରି ଭାରତକୁ ଗୌରବାନ୍ବିତ କରିଛନ୍ତି । ତେବେ କୋଟି କୋଟି ଲୋକଙ୍କର ହୃଦୟ ଜିତିଥିବା ନୀରଜ ଭାରତର ଜାତୀୟ ପତାକା ଉପରେରେ ଅଟୋଗ୍ରାଫ୍‌ ଦେବାକୁ ମନା କରି ପୁଣି ଥରେ ଚର୍ଚ୍ଚାରେ ଅଛନ୍ତି ।

  • A very sweet Hungarian lady (who spoke excellent Hindi btw) wanted a Neeraj Chopra autograph. Neeraj said sure but then realised she meant on the 🇮🇳 flag. 'Waha nahi sign kar sakta' Neeraj tells her. Eventually he signed her shirt sleeve. She was pretty happy all the same. pic.twitter.com/VhZ34J8qH5

    — jonathan selvaraj (@jon_selvaraj) August 28, 2023 " class="align-text-top noRightClick twitterSection" data=" ">

ସୂଚନା ଅନୁସାରେ, ବୁଦାପେଷ୍ଟରେ ଆୟୋଜିତ ବିଶ୍ବ ଆଥଲେଟିକ୍ସ ଚମ୍ପିଆନସିପ୍‌ରେ ଜାଭେଲିନ ଥ୍ରୋର ଇଭେଣ୍ଟ୍‌ରେ ସ୍ୱର୍ଣ୍ଣ ପଦକ ହାସଲ କରିବା ପରେ ନୀରଜଙ୍କର ଜଣେ ହଙ୍ଗେରୀ ପ୍ରଶଂସକ ଭାରତୀୟ ପତାକା ଉପରେ ନୀରଜଙ୍କ ଅଟୋଗ୍ରାଫ ନେବା ପାଇଁ ଅନୁରୋଧ କରିଥିଲେ । କିନ୍ତୁ ନୀରଜ ପ୍ରଶଂସକ ଜଣଙ୍କୁ ସମ୍ମାନର ସହ ମନା କରିବା ସହ "ଓ୍ବାହାଁ ନେହିଁ ସାଇନ କର ସକତା" ଅର୍ଥାତ ସେଠାରେ ସାଇନ କରିପାରିବି ନାହିଁ ବୋଲି କହିଥିଲେ । ଏହାସହ 'ଭାରତ ଫ୍ଲାଗ୍‌ କୋଡ ପଏଣ୍ଟ 3.28 ଅନୁଯାୟୀ ଜାତୀୟ ପତାକା ଉପରେ କୌଣସି ଜିନିଷ ଲେଖାଯିବ ନାହିଁ' ବୋଲି କହିଥିଲା ।

ଏହା ମଧ୍ୟ ପଢ଼ନ୍ତୁ..World Athletics Championships: ସ୍ବର୍ଣ୍ଣ ଜିତିଲେ ସୁନାପୁଅ ନୀରଜ, ଦେଶର ବିଜୟ କହିଲେ ବାପା

ତେବେ ଏହାପରେ ନୀରଜ ନିଜ ପ୍ରଶଂସକଙ୍କୁ ନିରାଶ ନକରି ତାଙ୍କ ଟି-ସାର୍ଟ ଉପରେ ଅଟୋଗ୍ରାଫ ଦେଇଥିଲେ । ତେବେ ପ୍ରଶଂସକଙ୍କୁ ଅଟୋଗ୍ରାଫ ଦେଉଥିବା ସମୟର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଏହାସହ ଭାରତୀୟ ଜାତୀୟ ପତାକା ଉପରେ ଅଟୋଗ୍ରାଫ ଦେବାକୁ ନୀରଜ ମନା କରିବାକୁ ନେଇ ସୋସିଆଲ ମିଡିଆରେ ପ୍ରଶଂସା କରାଯାଉଛି । ଜଣେ ୟୁଜର ଲେଖିଛନ୍ତି,"ଭାରତୀୟ ଜାତୀୟ ପତାକା ପାଇଁ ନୀରଜଙ୍କ ସମ୍ମାନ ପ୍ରଶଂସନୀୟ"।

ଏହା ମଧ୍ୟ ପଢ଼ନ୍ତୁ...World Athletics Championships: ଦେଶବାସୀଙ୍କୁ ପଦକ ଉତ୍ସର୍ଗ କଲେ ସୁନାପୁଅ ନୀରଜ

25ବର୍ଷୀୟ ନୀରଜଙ୍କ ବିଜୟ ଭାରତ ପାଇଁ ଏକ ଗୁରୁର୍ବପୂର୍ଣ୍ଣ ମାଇଲଖୁଣ୍ଟ । ବିଶ୍ବ ଆଥଲେଟ୍‌ ଚମ୍ପିଆନସିପ୍‌ରେ ଯେକୌଣସି ଟ୍ରାକ୍‌ ଏବଂ ଫିଲ୍ଡରେ ନୀରଜ ଭାରତ ପାଇଁ ପ୍ରଥମ ସ୍ବର୍ଣ୍ଣ ପଦକ ଜିତିଛନ୍ତି । ବିଶ୍ବ ଆଥଲେଟିକ୍ସ ଚମ୍ପିଆନସିପ୍‌ରେ 88.17 ମିଟର ଜାଭେଲିନ୍‌ ଫିଙ୍ଗି ସ୍ବର୍ଣ୍ଣ ପଦକ ଜିତିଛନ୍ତି ନୀରଜ । ଏହାସହ ଦେଶକୁ ପୁଣି ଥରେ ଏକ ସ୍ବର୍ଣ୍ଣ ପଦକ ଭେଟି ଦେଇଛନ୍ତି । ଟୋକିଓ ଅଲମ୍ପିକ୍ସରେ ସ୍ବର୍ଣ୍ଣ ପଦକ ଜିତିଥିବା ନୀରଜ ବିଶ୍ବ ଆଥଲେଟିକ୍ସ ଚମ୍ପିଆନସିପ୍‌ରେ ପ୍ରଥମ ଭାରତୀୟ ଭାବରେ ଐତିହାସିକ ସ୍ବର୍ଣ୍ଣ ପଦକ ଜିତିଛନ୍ତି । ଏନେଇ ସାରା ଦେଶ ସୁନାପୁଅଙ୍କ ସଫଳତାରେ ଗର୍ବ ଏବଂ ଗୌରବ ଅନୁଭବ କରୁଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.