ETV Bharat / bharat

Chardham Yatra 2022: ଶ୍ରଦ୍ଧାଳୁଙ୍କ ସାହାଯ୍ୟ କରିବେ ଏନଡିଆରଏଫ

author img

By

Published : May 12, 2022, 10:42 PM IST

ଚାରଧାମ ଯାତ୍ର ପାଇଁ ଉତ୍ତରାଖଣ୍ଡ ସରକାରଙ୍କ ପକ୍ଷରୁ ପୁଣି ବ୍ୟାପକ ବ୍ୟବସ୍ଥା । ତେବେ ଚାରଧାମ ଯାତ୍ରା ଆରମ୍ଭର ୧୦ଦିନ ମଧ୍ୟରେ ୨୮ ଜଣ ଶ୍ରଦ୍ଧାଳୁଙ୍କୁ ମୃତ୍ୟୁ ହୋଇସାରିଲାଣି । ଏହାକୁ ନଜରରେ ରଖି ଉତ୍ତରାଖଣ୍ଡ ସରକାର ଓ ଶାସନ-ପ୍ରଶାସନ ପକ୍ଷରୁ ଏନଡିଆରଏଫ ଯବାନ(National Disaster Response Force) ମୁତୟନ କରିବା ଆରମ୍ଭ କରାଯାଇଛି । ଅଧିକ ପଢନ୍ତୁ

Chardham Yatra 2022
Chardham Yatra 2022

ଡେରାଡୁନ: ଚାରଧାମ ଯାତ୍ରା ପାଇଁ ଉତ୍ତରାଖଣ୍ଡ ସରକାରଙ୍କ ପକ୍ଷରୁ ପୁଣି ବ୍ୟାପକ ବ୍ୟବସ୍ଥା । ତେବେ ଚାରଧାମ ଯାତ୍ରା ଆରମ୍ଭର ୧୦ଦିନ ମଧ୍ୟରେ ୨୮ ଜଣ ଶ୍ରଦ୍ଧାଳୁଙ୍କୁ ମୃତ୍ୟୁ ହୋଇସାରିଲାଣି । ଏହାକୁ ନଜରରେ ରଖି ଉତ୍ତରାଖଣ୍ଡ ସରକାର ଓ ଶାସନ-ପ୍ରଶାସନ ପକ୍ଷରୁ ଏନଡିଆରଏଫ ଯବାନ(National Disaster Response Force) ମୁତୟନ କରିବା ଆରମ୍ଭ କରାଯାଇଛି ।

ସେହିପରି ଏନଡିଆରଏଫ ଯବାନଙ୍କ ମୁତୟନ ନେଇ ଉତ୍ତରାଖଣ୍ଡ ମୁଖ୍ୟ ଶାସନ ସଚିବ ଏସଏସ ସନ୍ଧୁ ଏହି ସୂଚନା ଦେଇଛନ୍ତି । ତେବେ ପ୍ରଥମ ଥର ପାଇଁ ଉତ୍ତରାଖଣ୍ଡ ଚାରଧାମ ଯାତ୍ରା ଲାଗି ଏନଡିଆରଏଫ ଯବାନ ମୁତୟନ ହୋଇଛନ୍ତି ବୋଲି ସନ୍ଧୁ କହିଛନ୍ତି । ଏଥିସହ ଶ୍ରଦ୍ଧାଳୁଙ୍କୁ ସାହାଯ୍ୟ କରିବା ଲାଗି ଦରକାର ପଡିଲେ ଏନଡିଆରଏଫ ସହ ସେନାର ସହଯୋଗ ନିଆଯିବ ବୋଲି ସେ କହିଛନ୍ତି ।

ଅନ୍ୟପଟେ ପ୍ରତ୍ୟେକ ଦିନ ଉତ୍ତରାଖଣ୍ଡ ଚାରଧାମ ଯାତ୍ରା ପାଇଁ ପ୍ରାୟ ୫୦ ହଜାରରୁ ଅଧିକ ଶ୍ରଦ୍ଧାଳୁ ଆସୁଛନ୍ତି । ଶ୍ରଦ୍ଧାଳୁଙ୍କ ଭିଡ ନିୟନ୍ତ୍ରଣ କରିବା ସରକାର ଓ ପ୍ରଶାସନ ପାଇଁ କାଠିକର ପାଠ ହୋଇଥିବାରୁ, ଏଥିପାଇଁ ଏନଡିଆରଏଫକୁ ମୁତୟନ କରାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.