ETV Bharat / bharat

ଆଜି ମୁମ୍ବାଇ ଗସ୍ତରେ NDA ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ

ଆଜି ମୁମ୍ବାଇ ଯିବେ NDA ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ । ବିଜେପି ଓ ଏକନାଥ ସିନ୍ଧେଙ୍କ ଗୋଷ୍ଠୀର ବିଧାୟକଙ୍କ ସହ କରିବେ ଆଲୋଚନା । ସମର୍ଥନ ଘୋଷଣା କରିସାରିଥିଲେ ସୁଦ୍ଧା ଉଦ୍ଧବ ଠାକେରଙ୍କ ସହ ନାହିଁ କୌଣସି ସାକ୍ଷାତ ସୂଚୀ । ଅଧିକ ପଢନ୍ତୁ

author img

By

Published : Jul 14, 2022, 1:41 PM IST

ଆଜି ମୁମ୍ବାଇ ଗସ୍ତରେ NDA ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ
ଆଜି ମୁମ୍ବାଇ ଗସ୍ତରେ NDA ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ

ମୁମ୍ବାଇ: ରାଷ୍ଟ୍ରପତି ନିର୍ବାଚନକୁ ଆଉ ମାତ୍ର କିଛି ହାତ ଗଣତି ଦିନ ଥିବା ବେଳେ ଔପଚାରିକ ଭାବେ ଗୋଟିଏ ପରେ ଗୋଟିଏ ରାଜ୍ୟ ଗସ୍ତ କରି ସମର୍ଥନ ହାସଲ କରିବାକୁ ଚେଷ୍ଟା ଜାରି ରଖିଛନ୍ତି ଉଭୟ ରାଷ୍ଟ୍ରପତି ପ୍ରାର୍ଥୀ । ଆଜି ବିଜେପି ନେତୃତ୍ବାଧୀନ NDA ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ମୁମ୍ବାଇ ଗସ୍ତ କରିବେ । ମୁର୍ମୁ ସେଠାରେ ଭାରତୀୟ ଜନତା ପାର୍ଟି ଓ ଏକନାଥ ସିନ୍ଧେ ଗୋଷ୍ଠୀର ବିଧାୟକଙ୍କ ସହ ଆଲୋଚନା କରିବେ । ଅପରାହ୍ନରେ ମୁର୍ମୁ ଦିଲ୍ଲୀରୁ ମୁମ୍ବାଇ ଅଭିମୁଖେ ଯାତ୍ରା କରିବେ । ପ୍ରାୟ 2.30ରେ ସେ ମୁମ୍ବାଇରେ ପହଞ୍ଚିବା ପରେ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଧେ ଓ ଉପ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ତାଙ୍କୁ ବିମାନ ବନ୍ଦରରେ ସ୍ବାଗତ କରିବେ ।

ସହରର ଏକ ପଞ୍ଚତାରକା ହୋଟେଲରେ ଦୁଇ ଦଳର ବିଧାୟକଙ୍କ ସହ ମୁର୍ମୁଙ୍କ ବୈଠକ ନେଇ ଆୟୋଜନ ନେଇ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ଏକନାଥ ସିନ୍ଧେ, ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ରେ ଫଡନାଭିସଙ୍କ ସମେତ ଉଭୟ ଦଳର ସମସ୍ତ ବିଧାୟକ ଉପସ୍ଥିତ ରହିବେ । ଶିବସେନା ମୁଖ୍ୟ ଉଦ୍ଧବ ଠାକରେ ମୁର୍ମୁଙ୍କୁ ସମର୍ଥନ ଘୋଷଣା କରି ସାରିଥିଲେ ସୁଦ୍ଧା ଆଜି କାର୍ଯ୍ୟକ୍ରମରେ ଉଦ୍ଧବ ଠାକରେଙ୍କ ସହ ମୁର୍ମୁଙ୍କର ସାକ୍ଷାତ ନେଇ କୌଣସି ସୂଚୀ ନାହିଁ ।

ଏହା ପୂର୍ବରୁ ଶିରୋମଣୀ ଅକାଳୀ ଦଳ ମଧ୍ୟ ମୁର୍ମୁଙ୍କୁ ସମର୍ଥନ ଦେବା ନେଇ ଘୋଷଣା କରିସାରିଛି । ଜୁନ 21ରେ ଏନଡିଏ ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ମନୋନୀତ କରିଥିଲା । ପରେ ଏନଡିଏ ମେଣ୍ଟ ବାହାରେ ଥିବା କିଛି ଆଞ୍ଚଳିକ ଦଳମାନେ ମୁର୍ମୁଙ୍କୁ ସମର୍ଥନ ଦେବାରେ ଲାଗିଛନ୍ତି । ପୂର୍ବରୁ ବିଜୁ ଜନତା ଦଳ ଓ ଆନ୍ଧ୍ରରେ ଶାସନରେ ଥିବା YSR କଂଗ୍ରେସ ମଧ୍ୟ ମୁର୍ମୁଙ୍କୁ ସମର୍ଥନ ଦେଇସାରିଛି ।

ଚଳିତ ମାସ 18 ତାରିଖରେ ରାଷ୍ଟ୍ରପତି ନିର୍ବାଚନ ପାଇଁ ମତଦାନ ହେବାକୁ ଥିବା ବେଳେ 21 ତାରିଖରେ ଗଣତି ଓ ଫଳାଫଳ ପ୍ରକାଶ ପାଇବ । ସେହିପରି 24 ତାରିଖରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ କାର୍ଯ୍ୟକାଳ ଶେଷ ହେଉଛି । ପର ଦିନ ଅର୍ଥାତ 25 ତାରିଖରେ ପରବର୍ତ୍ତୀ ରାଷ୍ଟ୍ରପତି ଶପଥ ଗ୍ରହଣ କରିବେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.