ETV Bharat / bharat

କେରଳରେ ଖାତା ଖୋଲିବାରେ ପୁଣି ବିଫଳ NDA !

author img

By

Published : May 2, 2021, 3:21 PM IST

କେରଳରେ ଖାତା ଖୋଲିବାକୁ ଲକ୍ଷ୍ୟ ରଖିଥିବା ବିଜେପି ନେତୃତ୍ବାଧୀନ ଏନଡ଼ିଏ ପୁଣି ବିଫଳ ହୋଇଛି । ଅଧିକ ପଢନ୍ତୁ...

କେରଳରେ ଖାତା ଖୋଲିବାରେ ପୁଣି ବିଫଳ NDA
କେରଳରେ ଖାତା ଖୋଲିବାରେ ପୁଣି ବିଫଳ NDA

ଥିରୁଅନନ୍ତପୁରମ: କେରଳରେ 140ଟି ଆସନ ପାଇଁ ଚାଲିଛି ଭୋଟ ଗଣତି ପ୍ରକ୍ରିୟା । ଭୋଟ ଗଣତିର ପ୍ରଥମ ପର୍ଯ୍ୟାୟଠାରୁ 3ଟି ଆସନରେ ଆଗୁଆ ଥିବା ବିଜେପି ନେତୃତ୍ବାଧୀନ ଏନଡିଏ ଅପରାହ୍ନ ସୁଦ୍ଧା ପଛରେ ପଡିଯାଇଛି । ଗତ ନିର୍ବାଚନ ପରି ଚଳିତ ବିଧାନସଭା ନିର୍ବାଚନରେ ମଧ୍ୟ ଏବେସୁଦ୍ଧା ଏନଡିଏ କେରଳରେ ଖାତା ଖୋଲିବାରେ ବିଫଳ ହୋଇଛି ।

ବିଜେପି ଚଳିତ ନିର୍ବାଚନରେ କେରଳରେ ଖାତା ଖୋଲିବାକୁ ଲକ୍ଷ୍ୟ ରଖିଥିଲା । ଏଥିଲାଗି ଚର୍ଚ୍ଚିତ ଚେହେରାଙ୍କୁ ବିଭିନ୍ନ ନିର୍ବାଚନ ମଣ୍ଡଳୀରେ ପ୍ରାର୍ଥୀ ଭାବେ ମୈଦାନକୁ ଓହ୍ଲାଇଥିଲା । ମାତ୍ର ଭୋଟ ଗ୍ରହଣ ପ୍ରଥମ ପର୍ଯ୍ୟାୟରୁ 3ଟି ଆସନରେ ଆଗୁଆ ଥିବା ଏନଡିଏ ଅପରାହ୍ନ ସୁଦ୍ଧା ଏହି ନିର୍ବାଚନ ମଣ୍ଡଳୀରେ କ୍ଷମତା ହରାଇଛି । ସେପଟେ ଏଲଡିଏଫ 96 ସିଟରେ ଆଗୁଆ ରହିଥିବା ବେଳେ ୟୁଡିଏଫ 44ଟି ସିଟରେ ଆଗୁଆ ରହିଛି ।

ଦେଶରେ ମେଟ୍ରୋ ରେଳ ବ୍ୟବସ୍ଥାକୁ ଡିଜାଇନ କରିଥିବା ଇଞ୍ଜିନିୟର ଇ ଶ୍ରୀଧରନଙ୍କ ଜରିଆରେ ବିଜେପି ପଲକ୍କଡରେ ଆଧିପତ୍ୟ ବିସ୍ତାର କରିବାକୁ ଲକ୍ଷ୍ୟ ରଖିଥିଲା । ହେଲେ ଶ୍ରୀଧରନଙ୍କ ବିରୋଧରେ ନିର୍ବାଚନ ଲଢୁଥିବା କଂଗ୍ରେସ ପ୍ରାର୍ଥୀ ଶାଫି ପାରମ୍ବିଲ ମେଟ୍ରୋ ମ୍ୟାନଙ୍କୁ ଫଛରେ ପକାଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.