ETV Bharat / bharat

ଏନସିପି ନେତାଙ୍କ ବିବାଦୀୟ ବୟାନ, "ରାମ ମାଂସାହାରୀ ଥିଲେ"

Lord Ram Was Non-Vegetarian: ପ୍ରଭୁ ରାମଙ୍କୁ ନେଇ ଏନସିପି ବିଧାୟକ ଜିତେନ୍ଦ୍ର ଆହ୍ବାଡଙ୍କ ବିବାଦୀୟ ବୟାନ। କହିଲେ ଏମିତି,

author img

By ETV Bharat Odisha Team

Published : Jan 4, 2024, 2:10 PM IST

Lord Ram Was Non-Vegetarian
Lord Ram Was Non-Vegetarian

ହାଇଦ୍ରାବାଦ: ଶରଦ ପାଓ୍ବାରଙ୍କ ଦଳ ଏନସିପି ବିଧାୟକ ଜିତେନ୍ଦ୍ର ଆହ୍ବାଡଙ୍କ ବିବାଦୀୟ ବୟାନ। ଶ୍ରୀରାମଚନ୍ଦ୍ରଙ୍କ ଭାବାବେଗକୁ ଆଘାତ ଦେଇ ବର୍ତ୍ତମାନ ଚର୍ଚ୍ଚାରେ ବିଧାୟକ। " ରାମ ବହୁଜନ ଏବଂ ଶିକାର କରି ଖାଉଥିଲେ। ସେ ଶାକାହାରୀ ନୁହନ୍ତି ବରଂ ମାଂସାହାରୀ ଅଟନ୍ତି।" ଗତକାଲି (ବୁଧବାର) ଏକ ବୈଠକକୁ ସମ୍ବୋଧିତ କରୁଥିବା ବେଳେ ଏହି ବିବାଦୀୟ ବୟାନ ଦେଇ ଚର୍ଚ୍ଚାକୁ ଆସିଛନ୍ତି ଜିତେନ୍ଦ୍ର ଆହ୍ବାଡ। ତେବେ ତାଙ୍କର ଏହି ବୟାନକୁ ନେଇ ରାଜନୈତିକ ବୟାନବାଜୀ ଆରମ୍ଭ ହୋଇଛି। ବିଜେପି ଏବଂ ଅଜିତ ଗୋଷ୍ଠୀର ଦଳର ନେତାମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ଅଜିତ ପାଓ୍ବାରଙ୍କ ଗୋଷ୍ଠୀ ଏନସିପି କାର୍ଯ୍ୟାଳୟରେ ବିରୋଧ ପ୍ରଦର୍ଶନ କରାଯାଇଥିଲା ।

ରାମଲାଲାଙ୍କ ମନ୍ଦିର ପ୍ରତିଷ୍ଠା ପାଇଁ ଆଉ ଦିନ କେଇଟା ବାକି ଥିବା ବେଳେ ଜିତେନ୍ଦ୍ର ଆହ୍ବାଡଙ୍କ ଏଭଳି ବୟାନ ଚର୍ଚ୍ଚାକୁ ଦ୍ବିଗୁଣିତ କରିଛି। ତାଙ୍କର କହିବା ଅନୁସାରେ, "ରାମ ସର୍ବଦା ଶିକାର କରି ଖାଉଥିଲେ। କିନ୍ତୁ କିଛି ଲୋକ ରାମଙ୍କର ଉଦାହରଣ ଦେଇ ଶାକାହାରୀ କରିବାକୁ ଚେଷ୍ଟା କରୁଛନ୍ତି। ଆମେ ରାମଙ୍କୁ ଆମର ଆଦର୍ଶ ବୋଲି ବିବେଚନା କରି ମାଂସ ଖାଉଛୁ। ଏହା ରାମଙ୍କର ଆଦର୍ଶ ଅଟେ। ସେ ଶାକାହାରୀ ନୁହେଁ ବରଂ ମାସାଂହାରୀ ଥିଲେ। 14 ବର୍ଷ ଧରି ଜଙ୍ଗଲରେ ରହିଥିବା ବ୍ୟକ୍ତି କେଉଁଠାରୁ ଶାକାହାରୀ ଖାଦ୍ୟ ପାଇବେ? ମୁଁ ସର୍ବଦା ଠିକ କଥା ହିଁ କୁହେ।" ଏହାକୁ ନେଇ ସମଗ୍ର ଦେଶରେ ବିଦ୍ରୋହ ଜାରି ରହିଛି।

ଏହା ମଧ୍ୟ ପଢନ୍ତୁ: ରାମ ମନ୍ଦିରର ସୁରକ୍ଷାରେ ଯୋଡି ହେବ AI ସର୍ଭିଲାନ୍ସ

ପ୍ରକାଶଥାଉକି, ଜାନୁଆରୀ 22 ତାରିଖରେ ଅଯୋଧ୍ୟାର ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହେବ। ତେବେ ଉକ୍ତ ଦିନ ନିରାମିଷ ଖାଇବାକୁ ବାରଣ କରିବା ପାଇଁ ବିଜେପି ଦାବି କରୁଥିବା ବେଳେ ଏଭଳି ମନ୍ତବ୍ୟ ଦେଇଛନ୍ତି ଏନସିପି ବିଧାୟକ ଜିତେନ୍ଦ୍ର ଆହ୍ବାଡ। ତେବେ ଏହି ବିବୃତ୍ତିକୁ ନେଇ ରାଜନୈତିକ ବୟାନବାଜି ଆରମ୍ଭ ହୋଇଥିବା ବେଳେ ଆଜି ପୁଣି ମୁହଁ ଖୋଲିଛନ୍ତି ଏନସିପି ବିଧାୟକ।

  • #WATCH | On his "non-vegetarian" comment on Lord Ram, NCP-Sharad Pawar faction leader Jitendra Awhad says, "I express regret. I did not want to hurt anyone's sentiments." pic.twitter.com/wFIAXQXAKb

    — ANI (@ANI) January 4, 2024 " class="align-text-top noRightClick twitterSection" data=" ">

ସେ ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି, " 1891 ମିସିହାରେ ଲେଖା ଯାଇଥିବା ବାଲ୍ମିକୀ ରାମାୟଣ ମୁଁ ଲେଖି ନାହିଁ। ମୁଁ କେବଳ ଉକ୍ତ ଲେଖାକୁ ଜନସାଧାରଣଙ୍କ ସାମ୍ନାକୁ ଆଣିଛି। ବାଲ୍ମିକୀ ରାମାୟଣରରେ 6ଟି କାଣ୍ଡ ରହିଛି । ମୁଁ ଯାହା କହିଛି ସେଥିରେ ତାହା ଉଲ୍ଲେଖ ରହିଛି। ମୁଁ ମନରୁ କିଛି କହୁ ନାହିଁ। ଲୋକମାନେ ଭାବନାକୁ ଆପଣାଉଛନ୍ତି। ପୁରାଣରେ ଯାହା ରହିଛି, ସେନେଇ ଲୋକ ବିଶ୍ବାସ ନକରି ଭାବନାକୁ ବିଶ୍ବାସ କରୁଛନ୍ତି। ସେଥିପାଇଁ ମୋ ବିରୋଧରେ ବୟାନବାଜି ଆରମ୍ଭ ହୋଇଛି। ମୁଁ କାହାର ଭାବନାକୁ ଆଘାତ କରିବାକୁ ଚାହୁଁନି। ଏଥିପାଇଁ ମୁଁ ଦୁଃଖ ପ୍ରକାଶ କରୁଛି। ମୁଁ ଯାହା କୁହେ ଠିକ କୁହେ। ମୁଁ କାହାରିକୁ ଡରେ ନାହିଁ। "

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.