ETV Bharat / bharat

ଇଡିରେ ହାଜର ହେଲେ ଅନୀଲ ଦେଶମୁଖ

author img

By

Published : Jan 16, 2023, 3:23 PM IST

ମନି ଲଣ୍ଡ୍ରିଂ ମାମଲାରେ ଗିରଫ ହୋଇ ଜେଲରୁ ଫେରିବା ପରେ ଆଜି ପ୍ରଥମ ଥର ପାଇଁ ଇଡିରେ ହାଜର ହୋଇଛନ୍ତି ଅନୀଲ ଦେଶମୁଖ । ଅଧିକ ପଢନ୍ତୁ

Anil Deshmukh arrives at the ED office
Anil Deshmukh arrives at the ED office

ମୁମ୍ବାଇ: ଆଜି ଇଡିରେ ହାଜର ହେଲେ ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନୀଲ ଦେଶମୁଖ । ମନି ଲଣ୍ଡ୍ରିଂ ମାମଲାରେ ଗିରଫ ହୋଇ ଡିସେମ୍ବର ମାସରେ ଜେଲ୍‌ରୁ ମୁକୁଳିବା ପରେ ଆଜି(ସୋମବାର) ଇଡି କାର୍ଯ୍ୟାଳୟରେ ପହଞ୍ଚିଛନ୍ତି ଅନୀଲ । ତାଙ୍କୁ ଜାମିନ ମିଳିବା ପରେ ପ୍ରତି ସୋମବାର ଇଡିରେ ହାଜର ହେବା ପାଇଁ ପୂର୍ବରୁ କୁହାଯାଇଥିଲା ।

୨୦୨୧ ମସିହାରେ ଶହେ କୋଟି ଦୁର୍ନୀତି ମାମଲାରେ ଗିରଫ ହୋଇ ଦୀର୍ଘ ୧୪ ମାସ ଅର୍ଥାତ ବର୍ଷେ ୨ ମାସ ଜେଲରେ ରହିବା ପରେ ଗତ ଡିସେମ୍ବର ୨୮ରେ ମୁମ୍ବାଇ ଆର୍ଥର ଜେଲ୍‌ରୁ ମୁକୁଳିଥିଲେ ଅନୀଲ ଦେଶମୁଖ । ଗତ ଡିସେମ୍ବର ୧୨ ତାରିଖରେ ବମ୍ବେ ହାଇକୋର୍ଟ ତାଙ୍କୁ ଜାମିନ ପ୍ରଦାନ କରିଥିଲେ । ୧ ଲକ୍ଷ ଟଙ୍କାର ମୁଚାଲିକାରେ ବେଲ ମଞ୍ଜୁରୀ ସହ ତାଙ୍କୁ ୩ ମାସ ଯାଏଁ ମୁମ୍ବାଇ ଛାଡି ବାହାରକୁ ନଯିବା ପାଇଁ ମଧ୍ୟ ଅଦାଲତ ସର୍ତ୍ତ ରଖିଥିଲେ ।

ତେବେ ନଭେମ୍ବର ୨୮ ତାରିଖରେ ଦେଶମୁଖଙ୍କ ବେଲ ମଞ୍ଜୁରୀ ଉପରେ ଆପତ୍ତି ଦର୍ଶାଇଥିଲା ଘଟଣାର ତଦନ୍ତକାରୀ ସଂସ୍ଥା କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ । ବେଲ ଆବେଦନ ଉପରେ ରହିତାଦେଶ ଜାରି କରିବା ପାଇଁ ସିବିଆଇ ଆବେଦନ କରିଥିଲେ ସୁଦ୍ଧା ବମ୍ବେ ହାଇକୋର୍ଟ ଏହାକୁ ଖାରଜ କରିଦେଇଥିଲେ । ଏହାପରେ ଦେଶମୁଖଙ୍କ ଜାମିନ ପାଇବା ରାସ୍ତା ପ୍ରାୟତଃ ସ୍ପଷ୍ଟ ହୋଇଥିଲା ।

ମିଳିଥିବା ସୂଚନା ଅନୁସାରେ, ବରିଷ୍ଠ NCP ନେତା ଅନୀଲ ଦେଶମୁଖଙ୍କ ବିରୋଧରେ ତତ୍କାଳୀନ ମୁମ୍ବାଇ ପୋଲିସ କମିଶନର ପରମବୀର ସିଂ ସାଙ୍ଘାତିକ ଅଭିଯୋଗ ଆଣିଥିଲେ । ମୁମ୍ବାଇର ବିଭିନ୍ନ ରେସ୍ତୋରାଁ ଓ ବାର୍‌ରୁ ପ୍ରତିମାସ ୧୦୦ କୋଟି ଟଙ୍କା ବଟି ଆଦାୟ କରିବା ପାଇଁ ଦେଶମୁଖ ପୋଲିସକୁ ନିର୍ଦ୍ଦେଶ ଦେଇଥିବା ପରମବୀର ସିଂଙ୍କ ଅଭିଯୋଗ କରିଥିଲେ । ଏହାପରେ ବମ୍ବେ ହାଇକୋର୍ଟ ତାଙ୍କ ବିରୋଧରେ ମାମଲା ରୁଜୁ କରିବାକୁ CBIକୁ ନିର୍ଦ୍ଦେଶ ଦେଇଥିଲା । ୨୦୨୧ ଏପ୍ରିଲ ୨୧ରେ ମାମଲା ରୁଜ୍ଜୁ ହେବା ପରେ ମନ୍ତ୍ରୀପଦରୁ ଇସ୍ତଫା ଦେଇଥିଲେ ସୁନୀଲ । ଏହାପରେ ନଭେମ୍ବର ମାସରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଅନୀଲ ଦେଶମୁଖଙ୍କୁ ଗିରଫ କରିଥିଲା । ଏହାପରେ ମୁ୍ମ୍ବାଇ ଆର୍ଥର ରୋଡ୍‌ ଜେଲ୍‌ରେ ରହିଥିଲେ ଅନୀଲ ଦେଶମୁଖ । ଜେଲ୍‌ରେ ରହିବା ସମୟରେ ସେ ବାରମ୍ବାର ଜାମିନ ଆବେଦନ କରି ନିରାଶ ହୋଇଥିଲେ । ଶେଷରେ ତାଙ୍କୁ ଡିସେମ୍ବର ୨୮ରେ ଜାମିନ ପ୍ରଦାନ କରିଥିଲେ ଜଷ୍ଟିସ ଏମଏସ କାରନିକଙ୍କ ଖଣ୍ଡପୀଠ । କୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ଜେଲ୍‌ରୁ ମୁକୁଳିଲେ ସୁଦ୍ଧା ୩ ମାସ ଯାଏଁ ମୁମ୍ବାଇ ଛାଡି ବହାରକୁ ଯାଇପାରିବେ ନାହିଁ ବୋଲି ସର୍ତ୍ତ ରଖିଥିଲେ କୋର୍ଟ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.