ETV Bharat / bharat

NCP Crisis: ଅଜିତ ପାୱାରଙ୍କୁ ଗଦ୍ଦାର କହି ବାହୁବଳୀ ପୋଷ୍ଟର ଲଗାଇଲେ ଶରଦଙ୍କ ସମର୍ଥକ

author img

By

Published : Jul 7, 2023, 6:31 AM IST

ଏନସିପି ଏବେ ଦୁଇଫାଳ ହୋଇଛି । ଦାଦା ପୁତୁରାଙ୍କ ମଧ୍ୟରେ ଫାଇଟ୍‌ ଆରମ୍ବ ହୋଇଛି । ଦାଦା ଶରଦ ପାୱାରଙ୍କୁ ଧୋକା ଦେଇ ନାଟକୀୟ ଭାବେ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ ପରେ ଅଜିତ ପାୱାରଙ୍କୁ ଗଦ୍ଦାର କରି ପୋଷ୍ଟର ଲଗାଇଛନ୍ତି ଶରଦଙ୍କ ସମର୍ଥକ । ଅଧିକ ପଢ଼ନ୍ତୁ

ଅଜିତ ପାୱାରଙ୍କୁ ଗଦ୍ଦାର କହି ଲାଗିଲା ପୋଷ୍ଟର
NCP Crisis

ନୂଆଦିଲ୍ଲୀ: ମହାରାଷ୍ଟ୍ର ପାୱାର ପ୍ଲେ' ଏବେ ମୌସୁମୀରେ ରାଜନୀତି ମାହୋଲକୁ ଉଷ୍ମ କରିଛି । ଏନସିପି ଦୁଇଫାଳ ହେବା ସହ ପାୱାର ବନାମ ପାୱାର ଲଢେଇ ରୋଚକ ସ୍ଥିତିରେ ରହିଛି । ଏବେ ଅଜିତ ପାୱାରଙ୍କୁ ଗଦ୍ଦାର ଦର୍ଶାଇ ଏକ ପୋଷ୍ଟର ଜାରି ହୋଇଛି । ଶରଦ ପାୱାରଙ୍କ ସମର୍ଥକ ବିଦ୍ରୋହୀ ଅଜିତ ପାୱାରଙ୍କୁ ଗଦ୍ଦାର ଦର୍ଶାଇ ଦିଲ୍ଲୀସ୍ଥିତ ପାର୍ଟି ଅଫିସରେ ବାହୁବଳୀ ସିନେମାର ଗୋଟିଏ ଦୃଶ୍ୟର ପୋଷ୍ଟର ଜାରି ଟାର୍ଗେଟ କରିଛି । ଏନସିପି ଛାତ୍ର ସଂଘ ପକ୍ଷରୁ ପୋଷ୍ଟର ଲଗାଇ ଯାଇ ଅଜିତ ପାୱାରଙ୍କୁ ଟାର୍ଗେଟ କରାଯାଇଛି ।

  • #WATCH | Old posters and hoardings of NCP that showed Ajit Pawar and Praful Patel on them are being removed from outside the office of the party in Delhi. A new poster with 'Gaddaar' (traitor) written on it is being put up there. pic.twitter.com/CjLoQmI5u9

    — ANI (@ANI) July 6, 2023 " class="align-text-top noRightClick twitterSection" data=" ">

ଏହା ବି ପଢନ୍ତୁ...NCP vs NCP: ମୁଖ୍ୟମନ୍ତ୍ରୀ ହେବାକୁ ଚାହୁଁଛନ୍ତି ଅଜିତ ପାୱାର

ଜାରି ହୋଇଥିବା ପୋଷ୍ଟରରେ ବାହୁବଳି ଚଳଚ୍ଚିତ୍ରରେ କଟ୍ଟପା ବାହୁବଳୀକୁ ପଛରୁ ଛୁରୀ ଭୁଷିବା ସମୟରେ ଦୃଶ୍ୟ ରହିଛି । ସେଥିରେ କଟ୍ଟପାକୁ ଅଜିତ ପାୱାର ଓ ଅମରେନ୍ଦ୍ର ବାହୁବଳୀକୁ ଅଜିତ ପାୱାର ଦର୍ଶାଯାଇ ଅଜିତଙ୍କୁ ଗଦ୍ଦାର ବୋଲି କୁହିଛନ୍ତି ଶରଦ ପାୱାରଙ୍କ ସମର୍ଥକ । ରାଷ୍ଟ୍ରବାଦୀ ବିଦ୍ୟାର୍ଥୀ କଂଗ୍ରେସ ଛାତ୍ର ପକ୍ଷରୁ ପୋଷ୍ଟର ଲଗାଯାଇଛି । ପୋଷ୍ଟରେ ଲେଖା ରହିଛି "ଗଦ୍ଦାର, ସାରା ଦେଶ ଦେଖୁଛି, ନିଜ ଲୋକଙ୍କ ଭିତରେ ଲୁଚି ରହିଥିବା ଗଦ୍ଦାରକୁ । ଜନତା କ୍ଷମା କରିବେ ନାହିଁ । ନକଲି ମୁଖା ପିନ୍ଧା ଗଦ୍ଦାରକୁ ଲୋକ କେବେ କ୍ଷମା କରିବେ ନାହିଁ ।"

ଏହା ବି ପଢନ୍ତୁ...NCP political Crisis: ଭାଇ ସହ କଣ କଳି, ବିଜେପିର ଏ ନାଟ କହିଲେ ସୁପ୍ରିୟା ସୁଲେ

ଏନସିପି ଦୁଇଫାଳ ହେବା ପରେ ଅଜିତ ପାୱାର ଓ ଦାଦା ଶରଦ ପାୱାରଙ୍କ ମଧ୍ୟରେ ସଂଖ୍ୟାଖେଳ ହୋଇଥିଲା । ବର୍ତ୍ତମାନ ସଂଖ୍ୟାଖେଳରେ ଅଜିତ ବାଜି ମାରି ନେଇଛନ୍ତି । ଅଜିତଙ୍କ ସପକ୍ଷରେ 32 ବିଧାୟକ ସାମିଲ ହୋଇଥିଲେ । ଶରଦ ପାୱାରଙ୍କ ସପକ୍ଷରେ 18 ବିଧାୟକ ସାମିଲ ହୋଇଥିବା ଜଣାପଡିଛି । ନିଜକୁ ଏନସିପି ଅଧ୍ୟକ୍ଷ ଘୋଷଣା କରିଛନ୍ତି ଅଜିତ ପାୱାର ।

ପ୍ରକାଶଥାଉ କି, ଜୁଲାଇ 2 ତାରିଖରେ ଏନସିପି ଛାଡି ଅଜିତ ପାୱାର ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିବା ବେଳେ ଏନସିପିର 8 ବିଧାୟକ ମନ୍ତ୍ରୀ ଭାବେ ଶପଥ ନେଇଥିଲେ । ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଓ ଦେବେନ୍ଦ୍ର ଫଡନାଭିସଙ୍କ ଉପସ୍ଥିତିରେ ରାଜଭବନରେ ସମସ୍ତେ ଶପଥ ନେଇଥିଲେ । ମହାରାଷ୍ଟ୍ର ରାଜନୀତିର ଘଟଣାକ୍ରମ ଏପରି ଅଚାନକ ବଦଳିବ କେହି କେବେ ଭାବି ନଥିଲେ । ଏନସିପି ନେତା ଅଜିତ ପାୱାର ସିନ୍ଦେ ସରକାରରେ ସାମିଲ ହେବା ସମସ୍ତଙ୍କୁ ଆଚମ୍ବିତ କରିଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.