ETV Bharat / bharat

ଡ୍ରଗ୍ସ ପାର୍ଟି ସମେତ ଆଉ ଦୁଇଟି କେସର ତଦନ୍ତ କରିବ SIT - ଅରମାନ କୋହଲି ଡ୍ରଗ୍ସ ମାମଲା

ଆର୍ଯ୍ୟନ ଖାନ ମାମଲା ସମେତ ଆଉ ଦୁଇଟି ଡ୍ରଗ୍ସ କେସର ତଦନ୍ତ କରିବ ଏନସିବିର SIT । ଅଧିକ ପଢନ୍ତୁ

ଡ୍ରଗ୍ସ ପାର୍ଟି ମାମଲା ସହ ଆଉ ଦୁଇଟି କେସର ତଦନ୍ତ କରିବ SIT

author img

By

Published : Nov 16, 2021, 1:43 PM IST

ମୁମ୍ବାଇ: ଆର୍ଯ୍ୟନ ଖାନ ଡ୍ରଗ୍ସ କେସ ସମେତ ଆଉ ଦୁଇଟି ମାମଲାର ତଦନ୍ତ କରିବ ଏନସିବିର SIT । ଏବେ ମୋଟ ୩ ମାମଲାର ତଦନ୍ତ ଭାର ନେଇଛି ସ୍ବତନ୍ତ୍ର ଅନୁସନ୍ଧାନକାରୀ ଦଳ । ପୂର୍ବରୁ SIT ୬ଟି କେସରେ ଯାଞ୍ଚ କରିବାକୁ ଥିଲା । ମାତ୍ର ଅନ୍ତରାଷ୍ଟ୍ରୀୟ ଡ୍ରଗ୍ସ କାରବାର ସହ ଅନ୍ୟ ତିନୋଟି କେସର କୌଣସି ଲିଙ୍କ ନାହିଁ । ତେଣୁ ବର୍ତ୍ତମାନ ଟିମ୍ ଆର୍ଯ୍ୟନ ଖାନ ଡ୍ରଗ୍ସ ମାମଲା, ନୱାବ ମଲ୍ଲିକଙ୍କ ଜ୍ବାଇଁ ସମୀର ଖାନ ମାମଲା ଏବଂ ଅରମାନ କୋହଲି ମାମଲାର ତଦନ୍ତ କରିବ । ଏନେଇ SIT ସ୍ପଷ୍ଟ କରିଛି ।

ଗତ ଅକ୍ଟୋବର ୨ ତାରିଖ ଦିନ ମୁମ୍ବାଇ କ୍ରୁଜ ଡ୍ରଗ୍ସ ପାର୍ଟିରେ ରେଡ୍ ମାରିଥିଲା ଏନସିବି । ଏଥିରେ ବଲିଉଡ ଅଭିନେତା ଶାହାରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନଙ୍କ ସମେତ ଆଉ କିଛି ଜଣଙ୍କୁ ଏନସିବି ଗିରଫ କରିଥିଲା । ଏହି ଘଟଣା ପରେ ରାଜନୈତିକ ପାର୍ଟି ଟାର୍ଗେଟକୁ ଆସିଥିଲେ ଏନସିବି ଜୋନାଲ ଡାଇରେକ୍ଟର ସମୀର ୱାଙ୍ଖଡେ । NCP ନେତା ତଥା ମହାରାଷ୍ଟ୍ର ମନ୍ତ୍ରୀ ନୱାବ ମଲ୍ଲିକ ଲଗାତାର ୱାଙ୍ଖଡେଙ୍କ ବିରୁଦ୍ଧରେ ବିବାଦୀୟ ମନ୍ତବ୍ୟ ଦେବା ସହ ସଙ୍ଗୀନ ଅଭିଯୋଗ ଆଣିଥିଲେ । ଯାହାପରେ ୱାଙ୍ଖଡେଙ୍କୁ କ୍ରୁଜ ଡ୍ରଗ୍ସ ପାର୍ଟି ମାମଲାର ତଦନ୍ତରୁ ବାହାର କରାଯାଇଥିଲା ।

ଏହାପରେ NCBର SIT ଟିମକୁ ଘଟଣାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଥିଲା । NCB ଡେପୁଟି ଡାଇରେକ୍ଟର ସଞ୍ଜୟ ସିଂହଙ୍କ ନେତୃତ୍ବାଧୀନ SIT ବର୍ତ୍ତମାନ ଆର୍ଯ୍ୟନ ଖାନଙ୍କ ମାମଲା ସମେତ ୩ଟି ମାମଲାର ଯାଞ୍ଚ କରିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.