ETV Bharat / bharat

NC ନେତା ହିଲାଲ ଲୋନ ଗିରଫ, ବାନ୍ଦିପୋରାରେ ଦେଇଥିଲେ ହେଟ ‌ସ୍ପିଚ‌‌

author img

By

Published : Feb 16, 2021, 6:38 PM IST

ନ୍ୟାସନାଲ କନଫରେନ୍ସ ନେତା ହିଲାଲ ଲୋନଙ୍କୁ UAPA ଆଇନ ଆଧାରରେ ଗିରଫ କରାଯାଇଛି । ତାଙ୍କ ବିରୋଧରେ ଏକ ରାଲିରେ ଉତ୍ତେଜନାପୂର୍ଣ୍ଣ ଭାଷଣ ଦେବାର ଅଭିଯୋଗ ରହିଛି । ଅଧିକ ପଢନ୍ତୁ...

NC ନେତା ହିଲାଲ ଲୋନ ଗିରଫ, ବାନ୍ଦିପୋରାରରେ ଦେଇଥିଲେ ହେଟ୍‌ସ୍ପିଚ୍‌‌

ଶ୍ରୀନଗର: ଜମ୍ମୁ କାଶ୍ମୀରର ନ୍ୟାସନାଲ କନଫରେନ୍ସ ନେତା ହିଲାଲ ଲୋନ ଗିରଫ ହୋଇଥିବା ନେଇ ଖବର ସାମ୍ନାକୁ ଆସିଛି । ହିଲାଲଙ୍କୁ UAPA ଆଇନ ଆଧାରରେ ଗିରଫ କରାଯାଇଛି । ତାଙ୍କ ବିରୋଧରେ ଏକ ରାଲିରେ ଉତ୍ତେଜନାପୂର୍ଣ୍ଣ ଭାଷଣ ଦେବାର ଅଭିଯୋଗ ରହିଛି ।

ଗତବର୍ଷ ଜମ୍ମୁ କାଶ୍ମୀର ବିକାଶ ପରିଷଦ(DDC) ନିର୍ବାଚନ ସମୟରେ ବାନ୍ଦିପୋରାର ଏକ ରାଲିରେ ହିଲାଲ ଲୋନ ଉତ୍ତେଜନାପୂର୍ଣ୍ଣ ଭାଷଣ ଦେଇଥିବା ଅଭିଯୋଗ ହୋଇଥିଲା । ନ୍ୟାସନାଲ କନଫରେନ୍ସ ସାଂସଦ ମହମ୍ମଦ ଆକବର ଲୋନଙ୍କ ପୁଅ ହିଲାଲଙ୍କୁ ସୋମବାର ବିଧାୟ ହଷ୍ଟେଲରୁ ଗିରଫ କରାଯାଇଥିଲା । ଏଠାରେ ସେ ଡିସେମ୍ବରରୁ ଗୃହବନ୍ଦୀ ରହିଥିଲେ ।

UAPA ର ବିଭିନ୍ନ ଧାରାରେ ଦକ୍ଷିଣ କାଶ୍ମୀର ବାନ୍ଦିପୋରା ଜିଲ୍ଲାର ହାଜିନ ଥାନାରେ ଲୋନଙ୍କ ବିରୋଧରେ ଏତଲା ଦାଏର କରାଯାଇଥିଲା । ଜଣେ ପୋଲିସ ଅଧିକାରୀଙ୍କ କହିବା ଆନୁଯାୟୀ, ଡିଡିସି ନିର୍ବାଚନ ସମୟରେ ହାଜିନରେ ପ୍ରଚାର କରୁଥିବା ସମୟରେ ହିଲାଲ ଉତ୍ତେଜନାପୂର୍ଣ୍ଣ ଭାଷଣ ଦେଇଥିଲେ ।

ଗତବର୍ଷ ଡିସେମ୍ବର 25ରେ ହିଲାଲ ଲୋନଙ୍କୁ ସୁମ୍ବଲ ଅଞ୍ଚଳରୁ ଗିରଫ କରାଯାଇଥିଲା । ପରେ ତାଙ୍କୁ ବିଧାୟକ ହଷ୍ଟେଲକୁ ସ୍ଥାନାନ୍ତର କରାଯାଇଥିବା ବେଳେ ଏବେଠୁ ସେ ଏଠାରେ ଗୃହବନ୍ଦୀ ରହିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.