ETV Bharat / bharat

ଲାତେହାରରେ ନକ୍ସଲଙ୍କ ଲଙ୍କାକାଣ୍ତ, ଜାଳିଦେଲେ ୮ ଗାଡି

ଝାଡଖଣ୍ତ ଲାତେହାର ଜିଲ୍ଲା ମହୁଆଦାନରରେ (Latehar District ) ନକ୍ସଲଙ୍କ ଲଙ୍କାକାଣ୍ତ । ପୁଣି ନିଜ ଉପସ୍ଥିତି ଜାହିର କଲେ ନକ୍ସଲ । ଜାଳିଲେ ରାସ୍ତା କାମରେ ନିୟୋଜିତ ଥିବା ୮ ଗାଡି। ଅଧିକ ପଢନ୍ତୁ

ଲାତେହାରରେ ନକ୍ସଲଙ୍କ ଲଙ୍କାକାଣ୍ତ;ଜାଳିଲେ ରାସ୍ତାକାମରେ ନିୟୋଜିତ ଥିବା ୮ ଗାଡି

author img

By

Published : May 15, 2022, 12:23 PM IST

ରାଞ୍ଚି: ଝାଡଖଣ୍ତ ଲାତେହାର ଜିଲ୍ଲା ମହୁଆଦାନରରେ (Latehar District ) ନକ୍ସଲଙ୍କ ଲଙ୍କାକାଣ୍ତ । ପୁଣି ନିଜ ଉପସ୍ଥିତି ଜାହିର କଲେ ନକ୍ସଲ । ଜାଳିଲେ ରାସ୍ତା କାମରେ ନିୟୋଜିତ ଥିବା ୮ ଗାଡି । ସିଆରପିଏଫ କ୍ୟାମ୍ପ ଠାରୁ ମାତ୍ର ଏକ କିଲୋମିଟର ଦୂରରେ ଏଭଳି ଅଘଟଣ ଘଟାଇଛନ୍ତି ନକ୍ସଲ । ସୂଚନା ଅନୁସାରେ, ଲାତେହାର ଜିଲ୍ଲା ମହୁଆଦାନର (Mahuadanr) ଠାରୁ କୁଡୋ ମୋର ଠାରୁ ରାସ୍ତା ନିର୍ମାଣ କାର୍ଯ୍ୟ ଚାଲିଥିଲା । ହେଲେ ଶନିବାର ବିଳମ୍ବିତ ରାତିରେ ୩୫ ଜଣ ନକ୍ସଲ ଘଟଣାସ୍ଥଳରେ ପହଞ୍ଚିଥିଲେ । ସିଆରପିଏଫ କ୍ୟାମ୍ପ ନିକଟରେ ରାସ୍ତା କାମରେ ନିୟୋଜିତ ଥିବା ଗାଡି ଗୁଡିକରେ ନିଆଁ ଲଗାଇ ଦେଇଥିଲେ ।

ଲାତେହାରରେ ନକ୍ସଲଙ୍କ ଲଙ୍କାକାଣ୍ତ;ଜାଳିଲେ ରାସ୍ତାକାମରେ ନିୟୋଜିତ ଥିବା ୮ ଗାଡି

୮ ଟି ଗାଡି ସହ ଏକ ଜେସିବିରେ ମଧ୍ୟ ନିଆଁ ଲଗାଇ ଦେଇଥିଲେ । ତେବେ ରାସ୍ତାକାମରେ ଯାନବାହାନ ଗୁଡିକୁ ଦେଖାରେଖା କରିବା ପାଇଁ ନିୟୋଜିତ ହୋଇଥିବା ମୁନସିଙ୍କୁ(ସୁରକ୍ଷା ଗାର୍ଡ) ମଧ୍ୟ ମାଡ ମାରିବା ସହ ତାଙ୍କ ମୋବାଇଲ ଛଡାଇ ନେଇଥିଲେ । ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ହେଲେ ପୋଲିସ ପହଞ୍ଚିବା ପୂର୍ବରୁ ନିଆଁରେ ଜଳି ଲକ୍ଷାଧିକ ଟଙ୍କାର ଗାଡି ଜଳି ପାଉଁଶ ହୋଇ ଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.