ETV Bharat / bharat

ଯାତ୍ରୀବାହୀ ଟ୍ରେନ ଉପରେ ନକ୍ସଲଙ୍କ ଆକ୍ରମଣ

author img

By

Published : Apr 24, 2021, 7:54 AM IST

ଛତିଶଗଡ଼ ଦନ୍ତେୱାଡାରେ ନକ୍ସଲମାନେ ଟ୍ରେନ ଉପରେ ଆକ୍ରମଣ କରିଛନ୍ତି । ଅଧିକ ପଢନ୍ତୁ...

ଛତିଶଗଡ଼ରେ ଯାତ୍ରୀବାହୀ ଟ୍ରେନ ଉପରେ ନକ୍ସଲ ଆକ୍ରମଣ

ରାୟପୁର: ଛତିଶଗଡ଼ର ଦନ୍ତେୱାଡା ଜିଲ୍ଲାର ଭାଂସୀ-ବଚେଲି ଅଞ୍ଚଳ ମଧ୍ୟରେ ଏକ ଯାତ୍ରୀବାହୀ ଟ୍ରେନ ଉପରେ ନକ୍ସଲମାନେ ଆକ୍ରମଣ କରିଛନ୍ତି । ଟ୍ରେନକୁ ସେମାନେ 45 ମିନିଟ ଅଟକାଇ ରଖି 26 ଏପ୍ରିଲ ସେମାନଙ୍କ ଦ୍ବାରା ଭାରତ ବନ୍ଦ ଡାକରାକୁ ସମର୍ଥନ କରିବା ପାଇଁ ଯାତ୍ରୀଙ୍କ ନିକଟରେ ଦାବି କରିଥିଲେ । ଏହି ଘଟଣା ଶୁକ୍ରବାର ବିଳମ୍ବିତ ରାତିରେ ଘଟିଥିବା ବେଳେ ସେମାନେ ଟ୍ରେନ ଭିତରେ ବନ୍ଦକୁ ସମର୍ଥନ କରିବା ପାଇଁ ପୋଷ୍ଟର ଲଗାଇଥିବା ଜଣାପଡିଛି ।

ନକ୍ସଲମାନେ ଟ୍ରେନକୁ ଅଟକାଇବା ସମୟରେ କୌଣସି ଯାତ୍ରୀଙ୍କୁ କ୍ଷତି ପହଞ୍ଚାଇନଥିବା ବେଳେ ଜଙ୍ଗଲ ମଧ୍ୟରେ ଟ୍ରେନକୁ ଅଟକାଇଥିଲେ ବୋଲି ଦନ୍ତେୱାଡାର ଏସପି ସୂଚନା ଦେଇଛନ୍ତି । ନକ୍ସଲଙ୍କ ନିକଟରେ ୱାକି-ଟକି ରହିଥିଲା ବୋଲି ପୋଲିସ କହିଛି । ସେପଟେ ନକ୍ସଲମାନେ ଟ୍ରେନର ଗୋଟିଏ ଇଞ୍ଜିନ ଓ ବଗିକୁ କ୍ଷତି ପହଞ୍ଚାଇଥିବା ବେଳେ ସମସ୍ତ ଯାତ୍ରୀ ସୁରକ୍ଷିତ ରହିଛନ୍ତି । ଘଟଣାର ତଦନ୍ତ ପାଇଁ ସୁରକ୍ଷା କର୍ମୀଙ୍କୁ ସେଠାକୁ ପଠାଯାଇଛି ବୋଲି ଏସପି କହିଛନ୍ତି ।

ଅନ୍ୟପଟେ ଛତିଶଗଡ଼ ଅନେକ ଥର ନକ୍ସଲ ଆତଙ୍କୀର ଶିକାର ହୋଇଛି । ପୂର୍ବରୁ ସଡକ ପଥରେ ନକ୍ସଲମାନେ ଅନେକ ଯାନବାହନକୁ କ୍ଷତି ପହଞ୍ଚାଇଥିବା ବେଳେ ବର୍ତ୍ତମାନ ଟ୍ରେନ ଉପରେ ଆକ୍ରମଣ କରିଥିବା ଦେଖିବାକୁ ମିଳିଛି । ତେବେ ସୂଚନା ଥାଉ କି ସିପିଆଇ-ମାଓବାଦୀ ଏବଂ ଆନ୍ଧ୍ର ଓଡ଼ିଶା ସୀମା ସ୍ୱତନ୍ତ୍ର ଜୋନାଲ କମିଟି ଛତିଶଗଡରେ ପ୍ରହାର-3 ମାଓବାଦୀ ବିପ୍ଳବୀ ଆନ୍ଦୋଳନକୁ ନେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦ୍ବାରା ଆଦିବାସୀଙ୍କୁ ଗିରଫ କରିବା ବିରୋଧରେ ଦେଶବ୍ୟାପୀ ବନ୍ଦ ପାଇଁ ଆହ୍ଵାନ ଦେଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.