ETV Bharat / bharat

ସହକର୍ମୀଙ୍କ ମୃତ୍ୟୁର ପ୍ରତିଶୋଧ ନେଲେ ନକ୍ସଲ, 4 ଜଣଙ୍କୁ ଫାଶିରେ ଝୁଲାଇଲେ

author img

By

Published : Nov 14, 2021, 2:05 PM IST

ଉତ୍ତରପ୍ରଦେଶ ଗୟା ଜିଲ୍ଲାର ଡୁମରିଆ ପୋଲିସ ଷ୍ଟେସନ ଅଞ୍ଚଳରେ ୧ ବର୍ଷ ପୂର୍ବେ ଘଟିଥିବା ୪ ନକ୍ସଲଙ୍କ ହତ୍ୟାକାଣ୍ଡର ପ୍ରତିଶୋଧ ନେଲେ ସାଥୀ ନକ୍ସଲ । ଗ୍ରାମରେ ସରଜୁଙ୍କ ପରିବାର ସଦସ୍ୟଙ୍କୁ କଲେ ହତ୍ୟା । ଅଧିକ ପଢନ୍ତୁ...

ଗୟାରେ ନକ୍ସଲ ଆକ୍ରମଣ, ସହକର୍ମୀଙ୍କ ମୃତ୍ୟୁର ନେଲେ ପ୍ରତିଶୋଧ

ପାଟନା: ବିହାରର ଗୟା ଜିଲ୍ଲାରେ ନକ୍ସଲମାନେ ବଡ଼ ଧରଣର ଆକ୍ରମଣ କରିଛନ୍ତି । ୧ ବର୍ଷ ପୂର୍ବରୁ ଏନକାଉଣ୍ଟରରେ ମୃତ୍ୟୁବରଣ କରିଥିବା ଅନ୍ୟ ୪ ନକ୍ସଲଙ୍କ ମୃତ୍ୟୁର ପ୍ରତିଶୋଧ ନେବା ଲାଗି ଏମାନେ ଡୁମରିଆ ପୋଲିସ ଷ୍ଟେସନ ଅଞ୍ଚଳ ନିକଟସ୍ଥ ମୋନବର ଗ୍ରାମବାସୀ ସରଜୁ ସିଂ ଭୋକ୍ତାଙ୍କ ଘରକୁ କରିଛନ୍ତି ବୋମାମାଡ଼ । ଏହାସହିତ ସରଜୁଙ୍କ ଦୁଇ ପୁଅ ସତ୍ୟେନ୍ଦ୍ର ସିଂ ଭୋକ୍ତା ଏବଂ ମହେନ୍ଦ୍ର ସିଂ ଭୋକ୍ତା ଏବଂ ପତ୍ନୀଙ୍କୁ ଘର ବାହାରେ ଫାଶୀ ଦେଇଥିବା ଦେଖିବାକୁ ମିଳିଛି ।

ଏହି ନକ୍ସଲମାନେ ଅଭିଯୋଗ କରିଛନ୍ତି ଯେ ୧ ବର୍ଷ ପୂର୍ବରୁ ମୃତ୍ୟୁବରଣ କରିଥିବା ୪ ନକ୍ସଲଙ୍କୁ ଏନକାଉଣ୍ଟର ପରିବର୍ତ୍ତେ ଖାଦ୍ୟରେ ବିଷ ମିଶାଇ ହତ୍ୟା କରାଯାଇଛି । ଏହାପରେ ଏହି ହତ୍ୟାକାଣ୍ଡକୁ ଏନକାଉଣ୍ଟରର ରୂପ ଦିଆଯାଇଛି । ଏହି ହତ୍ୟାକାଣ୍ଡରେ ଗ୍ରାମବାସୀ ପୋଲିସ ସହିତ ମିଶି ଏପରି ହତ୍ୟାକାଣ୍ଡ ଘଟାଇଥିବା ସେମାନେ ଅଭିଯୋଗ କରିଛନ୍ତି । ଫଳରେ ପ୍ରତିଶୋଧ ପରାୟଣ ହୋଇ ସେମାନେ ବିଶ୍ବାସଘାତକତାର ଜବାବ ଦେଇଛନ୍ତି ବୋଲି କହିଛନ୍ତି ।

ଆକ୍ରମଣ ପରେ ନକ୍ସଲମାନେ କହିଛନ୍ତି ଯେ ୪ ନକ୍ସଲଙ୍କୁ ପ୍ରଥମେ ବିଷ ଦିଆଯାଇ ହତ୍ୟା କରାଗଲା । ଆଉ ଏହାପରେ ହତ୍ୟାକାଣ୍ଡକୁ ଏନକାଉଣ୍ଟର ଦର୍ଶାଗଲା ବୋଲି ସେମାନେ ଅଭିଯୋଗ କରିଛନ୍ତି । ବିଶ୍ବାସଘାତୀଙ୍କ ସହିତ ଏପରି ହେବା ଉଚିତ ବୋଲି ନକ୍ସଲମାନେ ପୋଷ୍ଟରରେ ଦର୍ଶାଇଛନ୍ତି । ୪ ନକ୍ସଲ ଅମରେଶ କୁମାର, ସୀତା କୁମାର, ଶିବପୁଜନ କୁମାର ଓ ଉଦୟ କୁମାରଙ୍କ ହତ୍ୟାର ସେମାନେ ପ୍ରତିଶୋଧ ନେଇଛନ୍ତି ବୋଲି କହିଛନ୍ତି ।

ସେପଟେ ପୋଲିସ ଘଟଣା ସମ୍ପର୍କରେ ଖବର ପାଇବା ପରେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି । ଏ ସମ୍ପର୍କରେ ପୋଲିସ କୌଣସି ପ୍ରତିକ୍ରିୟା ଦେଇନାହିଁ । ସୂଚନାଯୋଗ୍ୟ ଯେ ଏକ ବର୍ଷ ପୂର୍ବେ ଗୟା ଜିଲ୍ଲାର ଡୁମରିଆ ପୋଲିସ ଷ୍ଟେସନ ଅଞ୍ଚଳର ମୋନବର ଗ୍ରାମରେ ପୋଲିସ ଏନକାଉଣ୍ଟରରେ 4 ଜଣ ନକ୍ସଲଙ୍କ ମୃତ୍ୟୁ ଘଟିଥିଲା । ଏହି ଘଟଣାକୁ ନକ୍ସଲମାନେଷଡ଼ଯନ୍ତ୍ର ବୋଲି କହିଥିଲେ । ନକ୍ସଲମାନେ କହିଛନ୍ତି ଯେ ଯେଉଁ ଘରେ ନକ୍ସଲମାନେ ରହୁଥିଲେ ସେହି ଘରର ସଦସ୍ୟ ଖାଦ୍ୟରେ ବିଷ ମିଶାଇ ସେମାନଙ୍କୁ ହତ୍ୟା କରିଥିଲେ ଏବଂ ପରେ ପୋଲିସକୁ ଫୋନ କରି ମିଥ୍ୟା ଏନକାଉଣ୍ଟର କରିଥିଲେ । ଏହି ଘଟଣାର ପ୍ରତିଶୋଧ ନେଇ ଶନିବାର ରାତିରେ ଏହି ଘଟଣା ଘଟିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.