ETV Bharat / bharat

୨୦୦୦ ଟଙ୍କିଆ ନୋଟ ବଦଳାଇବା ହେଲା କାଳ, ୨ ନକ୍ସଲ ସହଯୋଗୀ ଗିରଫ - ଛତିଶଗଡ଼ ଖବର

୨୦୦୦ ଟଙ୍କିଆ ନୋଟ ଫେରାଇବା ବେଳେ ପୋଲିସ ହାବୁଡ଼ରେ ପଡ଼ିଲେ ୨ ନକ୍ସଲ ସହଯୋଗୀ । ଛତିଶଗଡ଼ ବିଜାପୁର ଜିଲ୍ଲା ପୋଲିସ ଏହି ୨ ସହଯୋଗୀଙ୍କୁ ଗିରଫ କରିଛି । ଅଧିକ ପଢନ୍ତୁ

Etv Bharat
Etv Bharat
author img

By

Published : May 26, 2023, 10:59 PM IST

୨୦୦୦ ଟଙ୍କିଆ ନୋଟ ବଦଳାଇବା ହେଲା କାଳ, ୨ ନକ୍ସଲ ସହଯୋଗୀ ଗିରଫ

ରାୟପୁର: ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ପକ୍ଷରୁ ୨୦୦୦ ଟଙ୍କିଆ ନୋଟ ହଟାଇବା ଲାଗି ଘୋଷଣା କରିବା ପରେ ବ୍ୟାଙ୍କ ଆଗରେ ଜମୁଛି ଲୋକଙ୍କ ଭିଡ଼ । ଛତିଶଗଡ଼ର ବିଜାପୁରରୁ ଏହି ଭିଡ଼ ମଧ୍ୟରୁ ୨ ଜଣ ନକ୍ସଲ ସହଯୋଗୀକୁ ଗିରଫ କରିଛି ପୋଲିସ । ଏମାନଙ୍କ ନିକଟରୁ ୬ଲକ୍ଷ ଟଙ୍କା ସମେତ କିଛି ପାସବୁକ ମଧ୍ୟ ଜବତ କରାଯାଇଛି । ଏହି ୨ ସନ୍ଦିଗ୍ଧଙ୍କ ବ୍ୟାଗକୁ ଯାଞ୍ଚ କରିବା ସମୟରେ ନକ୍ସଲ ସଂଗଠନର କିଛି କାଗଜ ପତ୍ର ମିଳିଛି । ଏହାପରେ ବିଜାପୁର ପୋଲିସ ଏହି ୨ ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଗିରଫ କରିଥିବା ଜଣାପଡ଼ିଛି ।

ବିଜାପୁର ଜିଲ୍ଲାର ମହାଦେବ ଘାଟରେ ଡ୍ୟୁଟିରେ ଥିବା ଡିଆରଜି ଓ କିଛି ପୋଲିସ ୨ ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଚିହ୍ନଟ କରିଥିଲେ । ଏହି ୩ଜଣଙ୍କ ନାମ ଗଜେନ୍ଦ୍ର ମାଡବି ଓ ଲକ୍ଷ୍ମଣ କୁଞ୍ଜାମ ବୋଲି ଜଣାପଡ଼ିଛି । ପୋଲିସ ସନ୍ଦେହ କରି ଯାଞ୍ଚ କରିବା ପରେ ଏମାନଙ୍କ ନିକଟରୁ କଳା ରଙ୍ଗର ଏକ ବ୍ୟାଗ ମିଳିଥିଲା । ଏଥିରେ ୨୦୦୦ ଟଙ୍କିଆ ୩ଟି ବିଡ଼ା ରହିଥିଲା । ଏହାସହିତ ଅଲଗା ବ୍ୟାଙ୍କର ପ୍ରାୟ ୧୧ଟି ପାସବୁକ ରହିଥିଲା । ନୋଟ ଓ ପାସବୁକ ମିଳିବା ପରେ ପୋଲିସର ସନ୍ଦେହ ଦୃଢୀଭୂତ ହୋଇଥିଲା । ଏହାପରେ ପୋଲିସ ଭଲ ଭାବରେ ବ୍ୟାଙ୍କକୁ ଯାଞ୍ଚ କରିଥିଲା । ଏହି ସମୟରେ ନକ୍ସଲ ସଂଗଠନ ସହିତ ଜଡ଼ିତ କିଛି କାଗଜପତ୍ର ମିଳିଥିଲା । ଏହାପରେ ପୋଲିସ ସେମାନଙ୍କୁ ଏହି ଟଙ୍କା ବିଡା ସମ୍ପର୍କରେ ପ୍ରଶ୍ନ କରିଥିଲା । ମାତ୍ର ସେମାନଙ୍କଠାରୁ ସନ୍ତୋଷଜନକ ଉତ୍ତର ନ ମିଳିବା ପରେ ପୋଲିସ ସେମାନଙ୍କୁ ଗିରଫ କରିଥିଲା ।

ଏହା ବି ପଢନ୍ତୁ- 12th Exam: ନକ୍ସଲ ଯୁବତୀଙ୍କୁ ସଫଳତା, ବନ୍ଧୁକ ଛାଡି ଧରିଥିଲେ କଲମ

ଏ ନେଇ ବିଜାପୁର ଏସପି ଅଞ୍ଜନେୟ ବୈଷ୍ଣୟ କହିଛନ୍ତି, "ଆମେ ନକ୍ସଲବାଦୀଙ୍କ ସପ୍ଲାଏ ଚେନକୁ ଭାଙ୍ଗିବା ଲାଗି ଲଗାତାର ଉଦ୍ୟମ ଜାରି ରଖିଛୁ । ସେମାନଙ୍କ ବେଆଇନ କାର୍ଯ୍ୟ ଉପରେ ଅଙ୍କୁଶ ଲଗାଯାଉଛି । ୨ ନକ୍ସଲ ସହଯୋଗୀ ବାଇକ ଯୋଗେ ଆସୁଥିବା ନେଇ ବିଶେଷ ସୂତ୍ରରୁ ଖବର ମିଳିଥିଲା । ୨ ବାଇକ ଆରୋହୀ ଗଜେନ୍ଦ୍ର ମାଡବି ଓ ଲକ୍ଷ୍ମଣ କୁଞ୍ଜାମଙ୍କୁ ଆମେ ମୋବାଇଲ ଚେକ ପୋଷ୍ଟ ନିକଟରେ କାବୁ କରିଥିଲୁ । ଏମାନଙ୍କ ନିକଟରୁ ୨୦୦୦ ଟଙ୍କିଆ ୩ ବିଡା ନୋଟ ମିଳିଥିଲା । ଏହାର ମୋଟ ମୂଲ୍ୟ ୬ ଲକ୍ଷ ଥିଲା । ଏହାସହିତ ନକ୍ସଲ ସଂଗଠନ ସହ ଜଡ଼ିତ କିଛି କାଗଜପତ୍ର ମଧ୍ୟ ମିଳିଥିଲା ।"

ଗଜେନ୍ଦ୍ର ମାଡ଼ବିକୁ ପୋଲିସ ପ୍ରଶ୍ନ ଜାଲରେ ଫଶାଇବାକୁ ଉଦ୍ୟମ କରିଥିଲା । ଏହାପରେ ସେ ନିଜ ମୁହଁ ଖୋଲିଥିଲା । ଏହି ସମସ୍ତ ନୋଟକୁ ବଦଳାଇବା ଲାଗି ପ୍ଲାଟୁନ ନଂ ୧୦ର କମାଣ୍ଡର ମଲ୍ଲେଶ ଦେଇଥିବା ସେ ପୋଲିସ କହିଥିଲା । ତେବେ ୬ଲକ୍ଷ ଟଙ୍କା ଦେଇଥିଲା । ଏହାକୁ ତାର କିଛି ସମ୍ପର୍କୀୟଙ୍କ ଖାତାରେ ଜମା କରିବା ଲାଗି କହିଥିଲା । ଏଥିଲାଗି ସେମାନେ ବିଜାପୁରକୁ ଆସିଥିଲେ । ଏହି ଅର୍ଥ ମଧ୍ୟରୁ ଲକ୍ଷ୍ମଣ କୁଞ୍ଜାମଙ୍କ ଖାତରେ ୯୮ ହଜାର ଓ ଗଜେନ୍ଦ୍ର ଖାତାରେ ୮୮ ହଜାର ଅର୍ଥ ଜମା କରିଥିଲେ । ବାକି ଟଙ୍କାକୁ ପରଦିନ ଜମା କରିବା ଲାଗି ଯୋଜନା ରହିଥିଲା । ବ୍ୟାଙ୍କ କାର୍ଯ୍ୟ ପରେ ଏମାନେ ରେଖାପଲ୍ଲୀ ଅଭିମୁଖେ ଯାଉଥିବା ବେଳେ ପୋଲିସ ହାତରେ ଧରାପଡ଼ିଥିଲେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.