ETV Bharat / bharat

Chhattisgarh Encounter: ସୁରକ୍ଷାବଳ ଗୁଳିରେ ଜଣେ ନକ୍ସଲ ନିପାତ - ସୁକମାରେ ସେନା ଗୁଳିରେ ନକ୍ସଲ ନିପାତ

ଛତିଶଗଡ଼ ସୁକମା ଜିଲ୍ଲାରେ ସର୍ଚ୍ଚ ଅପରେସନ ବେଳେ ସୁରକ୍ଷା ବଳ ଗୁଳିରେ ଜଣେ ନକ୍ସଲ ଟଳିଥିବା ସୂଚନା । ଅଧିକ ପଢନ୍ତୁ

Chhattisgarh Encounter: ସୁରକ୍ଷାବଳ ଗୁଳିରେ ଜଣେ ନକ୍ସଲ ନିପାତ

author img

By

Published : Aug 1, 2022, 1:31 PM IST

ରାୟପୁର: ଛତିଶଗଡ଼ ସୁକମା ଜିଲ୍ଲା ସ୍ଥିତ ଜଙ୍ଗଲରେ ଆଜି (ସୋମବାର) ସୁରକ୍ଷା ବଳ ଓ ନକ୍ସଲଙ୍କ ମଧ୍ୟରେ ଗୁଳି ବିନିମୟ (Naxalite Encounter in Sukma ) ହୋଇଛି । ଏହି ଏନକାଉଣ୍ଟରରେ ସୁରକ୍ଷାକର୍ମୀଙ୍କ ଗୁଳିରେ ଜଣେ ନକ୍ସଲ ନିପାତ ହୋଇଛି। ତେବେ ଏ ସମ୍ପର୍କରେ ବସ୍ତର ରେଞ୍ଜର ଇନ୍ସପେକ୍ଟର ଜେନେରାଲ (IG) ସୁନ୍ଦରରାଜ ପି ସୂଚନା ଦେଇଛନ୍ତି ।

ଆଇଜି ସୁନ୍ଦରରାଜ କହିଛନ୍ତି ଯେ, "ଜିଲ୍ଲାର ରିଜର୍ଭ ଗାର୍ଡର ଏକ ଟିମ ନକ୍ସଲ ବିରୋଧୀ ଅଭିଯାନ ଆରମ୍ଭ କରିଥିଲା । ଏହି ସମୟରେ ସୋମବାର ସକାଳେ ଭଜ୍ଜି ଥାନା ଅଞ୍ଚଳର ଭଣ୍ଡାରପଦାର ଗ୍ରାମ ନିକଟ ଏକ ଜଙ୍ଗଲରେ ଏନକାଉଣ୍ଟର ହୋଇଥିଲା । ସକାଳ ପ୍ରାୟ ସାଢେ 7ଟା ସମୟରେ ସୁରକ୍ଷା ବଳ ଓ ନକ୍ସଲଙ୍କ ବିରୋଧରେ ଗୁଳି ବିନିମୟ ହୋଇଥିଲା । ଏହି ଏନକାଉଣ୍ଟରରେ ଜଣେ ନକ୍ସଲ ନିପାତ ହୋଇଛି । ଗୁଳି ବିନିମୟ ବନ୍ଦ ହେବା ପରେ ଉକ୍ତ ନକ୍ସଲର ମୃତ ଶରୀରକୁ ଉଦ୍ଧାର କରାଯାଇଛି ।"

ମୃତ୍ୟୁ ଘଟିଥିବା ନକ୍ସଲର ପରିଚୟ ଡିବିସି ସଦସ୍ୟ ମାଡୱି ହଟ୍‌ମା ବୋଲି ଜଣାପଡ଼ିଛି । ସୁରକ୍ଷାବଳ ନିକଟସ୍ଥ ଅନ୍ୟ ସ୍ଥାନରେ ମଧ୍ୟ ଏହି ଅଭିଯାନ ଜାରି ରଖିଛି। ଗତ 10 ଦିନ ମଧ୍ୟରେ ଏହା 3ୟ ଘଟଣା ଯେଉଁଠି ସୁକମା ଜିଲ୍ଲାରେ ଏନକାଉଣ୍ଟରରେ ନକ୍ସଲଙ୍କ ନିପାତ ହେଉଛି । ମୁଣ୍ଡରେ 5 ଲକ୍ଷ ପୁରସ୍କାର ଲାଗିଥିବା ନକ୍ସଲ ଗତ ଜୁଲାଇ 29 ତାରିଖରେ ନିପାତ ହୋଇଥିଲା । ବିନ୍ଦ୍ରାପାଣି ଗ୍ରାମ ଓ ଫୁଲବଗଡ଼ି ଅଞ୍ଚଳରେ ମଧ୍ୟ ପୋଲିସ ଗୁଳିରେ ନିକଟରେ ପୋଲିସକୁ ସଫଳତା ମିଳିଥିଲା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.