ETV Bharat / bharat

40 ମେଟ୍ରିକ ଟନ ଅକ୍ସିଜେନ ଧରି କତାରରୁ ମୁମ୍ବାଇ ପହଞ୍ଚିଲା ନୌସେନା ଜାହାଜ

author img

By

Published : May 23, 2021, 9:14 PM IST

40 ମେଟ୍ରିକ ଟନ ତରଳ ମେଡିକାଲ ଅକ୍ସିଜେନ ସହ ମୁମ୍ବାଇରେ ପହଞ୍ଚିଲା ନୌସେନା ଜାହାଜ । ଭାରତୀୟ ନୌସେନା ପକ୍ଷରୁ ସୂଚନା । ଅଧିକ ପଢନ୍ତୁ...

40 ମେଟ୍ରିକ ଟନ ତରଳ ମେଡିକାଲ ଅକ୍ସିଜେନ ଧରି କତାରରୁ  ମୁମ୍ବାଇରେ ପହଞ୍ଚିଲା ନୌସେନା ଜାହାଜ

ମୁମ୍ବାଇ: କୋରୋନା ଭାଇରସ୍ ମହାମାରୀ ବିରୋଧରେ ଭାରତର ଲଢେଇକୁ ସହାୟତା କରିବା ପାଇଁ କତାରରୁ 40 ମେଟ୍ରିକ୍ ଟନ୍ ଲିକ୍ୱିଡ୍ ମେଡିକାଲ୍ ଅମ୍ଳଜାନ (LMO) ସହିତ ଭାରତୀୟ ନୌସେନା ଜାହାଜ ଆଇଏନଏସ ଟ୍ରାଇକାଣ୍ଡ ରବିବାର ମୁମ୍ବାଇରେ ପହଞ୍ଚିଛି । ଏନେଇ ଜଣେ ଅଧିକାରୀ ସୂଚନା ଦେଇଛନ୍ତି । କୋଭିଡ ରିଲିଫ୍ ଅପରେସନ୍ ସମୁଦ୍ର ସେତୁ-02 ର ଏକ ଅଂଶ ଭାବରେ ମେଡିକାଲ ଉପକରଣ ଓ ତରଳ ଅକ୍ସିଜେନ ଭାରତକୁ ପଠାଇଛି କତାର ।

ଦୁଇଟି 20 ମେଟ୍ରିକ ଟନର ସିଲିଣ୍ଡରରେ ତରଳ ମେଡିକାଲ ଅକ୍ସିଜେନ ଆଣାଯାଇଥିବା ଜଣେ ଅଧିକାରୀ ସୂଚନା ଦେଇଛନ୍ତି । ପାରସ୍ୟ ଉପସାଗର ଏବଂ ଦକ୍ଷିଣ ପୂର୍ବ ଏସିଆର ବନ୍ଧୁତ୍ୱପୂର୍ଣ୍ଣ ବିଦେଶୀ ଦେଶରୁ ତରଳ ମେଡିକାଲ ଅକ୍ସିଜେନ ଏବଂ ଆନୁଷଙ୍ଗିକ ଚିକିତ୍ସା ଉପକରଣ ଆଣିବା ପାଇଁ କୋଭିଡ ରିଲିଫ୍ ଅପରେସନ ସମୁଦ୍ର ସେତୁ-୨ ଜାରି ରଖିଛନ୍ତି କେନ୍ଦ୍ର ସରକାର । ଏଥିରେ 9 ନୌସେନା ଜାହାଜ ନିୟୋଜିତ କରାଯାଇଛି । ଏହି ଜାହଜ ମାନଙ୍କ ମଧ୍ୟରେ ଆଇଏନଏସ ଟ୍ରାଇକାଣ୍ଡ ମଧ୍ୟ ସକ୍ରିୟ ଭୂମିକା ଗ୍ରହଣ କରିଛି । ଦେଶରେ ଦେଖା ଦେଇଥିବା କୋଭିଡ ସଙ୍କଟ ବେଳେ ଅମ୍ଳଜାନ ଓ ଅନ୍ୟାନ୍ୟ ମେଡିକାଲ ଆବଶ୍ୟକତା ପୂରଣ ପାଇଁ କେନ୍ଦ୍ର ସରକାର ଆରମ୍ଭ କରିଛନ୍ତି ସମୁଦ୍ର ସେତୁ -2 ଅଭିଯାନ । ଏଥିରେ ବିଭିନ୍ନ ପଡୋଶୀ ଦେଶରୁ ଭାରତକୁ ଚିକିତ୍ସା ସହାୟତା ମିଳିବା ଜାରି ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.