ETV Bharat / bharat

ନୌସେନା ଜାହାଜରୁ ବ୍ରହ୍ମୋସର ସଫଳ ପରୀକ୍ଷଣ - ବ୍ରହ୍ମୋସର ନୌପରୀକ୍ଷଣ

ନୌସେନା ଜାହାଜରୁ ସଫଳତାର ସହ ପରୀକ୍ଷଣ ହେଲା କ୍ରୁଜ କ୍ଷେପଣାସ୍ତ୍ର ବ୍ରହ୍ମୋସର ଅତ୍ୟାଧୁନିକ ଦୂରଗାମୀ ସଂସ୍କରଣ । ପରୀକ୍ଷଣ ସମୟରେ ଭିଡିଓ ଟ୍ବିଟ କରି ସୂଚନା ଦେଲା ନୌସେନା । ଅଧିକ ପଢନ୍ତୁ

ନୌସେନା ଜାହାଜରୁ ବ୍ରହ୍ମୋସର ସଫଳ ପରୀକ୍ଷଣ
ନୌସେନା ଜାହାଜରୁ ବ୍ରହ୍ମୋସର ସଫଳ ପରୀକ୍ଷଣ
author img

By

Published : Mar 5, 2022, 4:16 PM IST

ନୂଆଦିଲ୍ଲୀ: ନୌସେନା ଜାହାଜରୁ ସଫଳତାର ସହ ପରୀକ୍ଷଣ ହେଲା ବ୍ରହ୍ମୋସ କ୍ରୁଜ୍ କ୍ଷେପଣାସ୍ତ୍ରର ଦୂରଗାମୀ ସଂସ୍କରଣ । ପରୀକ୍ଷଣର ସଫଳତା ନେଇ ନୌସେନା ଟୁଇଟ୍ ଜରିଆରେ ସୂଚନା ଦେଇଛନ୍ତି । ବ୍ରହ୍ମୋସର ଦୂରଗାମୀ ସଂସ୍କରଣର ଏହି ଅତ୍ୟାଧୁନିକ କ୍ଷେପଣାସ୍ତ୍ର ଜାହାଜରୁ ଉତକ୍ଷେପଣ ହୋଇ ଥିବାବେଳେ ସଠିକତାର ସହ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ନିର୍ଦ୍ଧାରିତ ଲକ୍ଷ୍ୟଭେଦ କରିଥିବା ନୌସେନା ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।

ହେଲିକପ୍ଟରରୁ ଉତ୍ତୋଳନ କରାଯାଇଥିବା ପରୀକ୍ଷଣ ସମୟର ଏକ ଭିଡିଓ ମଧ୍ୟ ଟ୍ବିଟ ମାଧ୍ୟମରେ ସେୟାର କରିଛି ନୌସେନା । ଯେଉଁଥିରେ ଉତକ୍ଷେପଣ ପରେ କ୍ଷେପଣାସ୍ତ୍ରଟି ଦିଗ ବଦଳାଇ ନିଜ ଟାର୍ଗେଟକୁ ଲକ୍ଷ୍ୟଭେଦ କରିଥିବା ଦେଖିବାକୁ ମିଳିଛି । ଆଜି ଏହାର ନୌସେନା ଜାହାଜରୁ ସଫଳ ପରୀକ୍ଷଣ ହୋଇଥିବା ବେଳେ ଏହାର ଏୟାର ଭର୍ସନକୁ ୨୦୧୭ରେ ବାୟୁସେନାର ଲଢୁଆ ବିମାନ ସୁଖୋଇ-30ରୁ ସଫଳତାର ସହ ପରୀକ୍ଷଣ କରିସାରିଛି DRDO ।

ଏହି କ୍ରୁଜ୍ କ୍ଷେପଣାସ୍ତ୍ର ସୁପରସୋନିକ ବର୍ଗର ଅତ୍ୟାଧୁନିକ କ୍ଷେପଣାସ୍ତ୍ର, ଯାହା ଶବ୍ଦର ଗତି ଠାରୁ ମଧ୍ୟ ଅଧିକ ବେଗରେ ଗତିକରି ଦୂରଗାମୀ ଟାର୍ଗେଟକୁ ଲକ୍ଷ୍ୟଭେଦ କରିବାର କ୍ଷମତା ବହନ କରେ । ଫଳରେ ଯୁଦ୍ଧ କ୍ଷେତ୍ରରେ ଏହାକୁ ଆଣ୍ଟି ମିସାଇଲ ରାଡାର ମାଧ୍ୟମରେ ଠାବ କରିବା ମଧ୍ୟ ସମ୍ଭବ ନୁହେଁ । ଏହି କ୍ଷେପଣାସ୍ତ୍ରକୁ ୨୦୦୬ରେ ଭାରତୀୟ ସ୍ଥଳସେନା ଓ ନୌସେନାରେ ମଧ୍ୟ ସାମିଲ କରାଯାଇ ସରିଛି । ନିକଟ ଅତୀତରେ ମଧ୍ୟ DRDO ପକ୍ଷରୁ ଏହାର ଏକାଧିକ ଅତ୍ୟାଧୁନିକ ବୈଶିଷ୍ଟ୍ୟ ବିକଶିତ ହୋଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.