ETV Bharat / bharat

4 ଦଶନ୍ଧିରେ ସବୁଠୁ କଠିନ ଅପରେସନସ, 261 ଜୀବନ ବଞ୍ଚାଇଲା ନୌସେନାର ସୌର୍ଯ୍ୟ

ବାତ୍ୟା ତାଉ'ତେ ଯୋଗୁଁ ମୁମ୍ବାଇର ସମୁଦ୍ରରେ ଫସିଥିଲା ଅନେକ ଜୀବନ । ଆଉ ଏହାରି ମଧ୍ୟରେ ଭାରତୀୟ ନୌସେନା ଦେଖାଇଥିଲା ନିଜର ସୌର୍ଯ୍ୟ ଏବଂ ପରାକ୍ରମ । ସମୁଦ୍ର ଭିତରେ ଫସିରହିଥିବା 261 ଜଣଙ୍କୁ ଉଦ୍ଧାର କରିଛି ଭାରତୀୟ ନୌସେନା । ଅଧିକ ପଢନ୍ତୁ...

author img

By

Published : May 18, 2021, 12:05 PM IST

Updated : May 18, 2021, 5:45 PM IST

ଭାରତୀୟ ନୌସେନା
ଭାରତୀୟ ନୌସେନା

ମୁମ୍ବାଇ: ଅନ୍ଧାର ରାତି । ବାତ୍ୟାର ଭୟ । ଘୁଘୁ ଗର୍ଜନ କରି ତାଣ୍ଡବ ରଚୁଥିଲା ତାଉ'ତେ । ବଢିଚାଲିଥିଲା ପବନର ବେଗ । ଆଉ ମଝି ସମୁଦ୍ରରେ ଫସିଥିଲା ଅନେକ ଜୀବନ । ଏହାରି ମଧ୍ୟରେ ଚାଲିଥିଲା ଚାରି ଦଶନ୍ଧିର ସବୁଠୁ କଠିନ ଅପରେସନ । ମିଶନ ଥିଲା 261 ଜୀବନ ଉଦ୍ଧାର ।

ବାତ୍ୟା ତାଉ'ତେ ଯୋଗୁଁ ମୁମ୍ବାଇର ସମୁଦ୍ରରେ ଫସିଥିଲା ଅନେକ ଜୀବନ । ଟିକିଏ ବି ବିଳମ୍ବ ବଡ ଅଘଟଣକୁ କରିଥାନ୍ତା ଆମନ୍ତ୍ରିତ । ଆଉ ଏହାରି ମଧ୍ୟରେ ଭାରତୀୟ ନୌସେନା ଦେଖାଇଥିଲା ନିଜର ସୌର୍ଯ୍ୟ ଏବଂ ପରାକ୍ରମ । ସମୁଦ୍ର ଭିତରେ ଫସିରହିଥିବା 261 ଜଣଙ୍କୁ ଉଦ୍ଧାର କରିଛି ଭାରତୀୟ ନୌସେନା । ସମୁଦ୍ର ଭିତରେ ବ୍ୟାରେଜ ଉପରେ 261 ଜଣ ଅସାବଧାନତା ବସତଃ ଫସି ରହିଥିଲେ । ନୌସେନା ବିମାନ ପି-81 ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଥିଲା । ଏହା ସମୁଦ୍ର ଭିତରେ ଖୋଜାଖୋଜି କରିବା ସହ ଲୋକଙ୍କୁ ଉଦ୍ଧାର କରିଛି । ଏହି ବିମାନ ନୌସେନାର ବହୁମୁଖି ମିଶନ କାର୍ଯ୍ୟକାରୀ କରିଥାଏ ।

ଏହାପୂର୍ବରୁ ମୁମ୍ବାଇର ତେଲ ଖନନ କମ୍ପାନୀ ‘ଏଫକାନ୍ସ’ 2ଟି ବ୍ୟାରେଜ୍ ସମୁଦ୍ରରେ ନିଖୋଜ ହୋଇଯାଇଥିଲା । ଏହି ବ୍ୟାରେଜରେ ଶ୍ରମିକ ମଧ୍ୟ ଥିଲେ । ଏନେଇ ନୌସେନାକୁ ଖବର ଦେବା ପରେ ନୌସେନାର ତିନୋଟି ଫ୍ରଣ୍ଟଲାଇନ୍ ଯୁଦ୍ଧପୋତ ନିୟୋଜିତ କରାଯାଇଥିଲା ଓ 410 ଜଣଙ୍କୁ ଉଦ୍ଧାର କରାଯାଇଥିଲା ।

ଏହି ଦୁଇଟି ବ୍ୟାରେଜରେ ଫସିଥିବା ଲୋକଙ୍କ ଉଦ୍ଧାର ପାଇଁ INS କୋଲକାତା, INS କୋଚି ଏବଂ INS ତଲୱାର ନିୟୋଜିତ ହୋଇଥିଲା । ନୌସେନାର ମୁଖପାତ୍ର ଆଜି କହିଛନ୍ତି ଯେ ସମୁଦ୍ରରେ ବ୍ୟାରେଜ୍ P305 ସହିତ ମୋଟ 261 ଜଣଙ୍କୁ ଉଦ୍ଧାର କରାଯାଇଛି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : May 18, 2021, 5:45 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.