ETV Bharat / bharat

ଆରବ ସାଗରରେ ଫସିଥିବା ବ୍ୟକ୍ତିଙ୍କ ମଧ୍ୟରୁ 34 ମୃତ, 185 ଉଦ୍ଧାର

author img

By

Published : May 19, 2021, 1:45 PM IST

ବାତ୍ୟା ତାଉତେ କାରଣରୁ ଆରବ ସାଗରରେ ଫସିରହିଥିବା ବ୍ୟକ୍ତିଙ୍କ ମଧ୍ୟରୁ 185 ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇ ଥିବାବେଳେ 34 ମୃତଦେହ ମିଳିଛି । ଅଧିକ ପଢନ୍ତୁ...

ଆରବ ସାଗରରେ ଫସିଥିବା ବ୍ୟକ୍ତିଙ୍କ ମଧ୍ୟରୁ 34 ମୃତ

ମୁମ୍ବାଇ: ଆରବ ସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ ଫଳରେ ଫସିରହିଥିବା 273 ଜଣଙ୍କୁ ମଧ୍ୟରୁ 185 ଜଣଙ୍କୁ ଉଦ୍ଧାର କରିଛି ଭାରତୀୟ ନୌସେନା । ଏମାନଙ୍କ ମଧ୍ୟରୁ 34 ମୃତଦେହ ଉଦ୍ଧାର ହୋଇଥିବାବେଳେ ଅନ୍ୟମାନେ ବର୍ତ୍ତମାନ ସୁଦ୍ଧା ନିଖୋଜ ଅଛନ୍ତି । ଏନେଇ ଭାରତୀୟ ନୌସେନା ସୂଚନା ଦେଇଛି ।

ବାତ୍ୟା ତାଉତେ ଗୁଜୁରାଟରେ ଲ୍ୟାଣ୍ଡଫଲ କରିବାର କିଛି ଘଣ୍ଟା ପୂର୍ବରୁ ମୁମ୍ବାଇରେ ବାତ୍ୟା ପରିସ୍ଥିତି ଉପୁଜିଥିଲା । ଏହିସମୟରେ ଗଭୀର ସମୁଦ୍ର ମଧ୍ୟରେ P305 ବ୍ୟାରେଜରେ 273 ଜଣ ଫସି ଯାଉଥିଲେ । ଅନ୍ୟ ଦୁଇଟି ବ୍ୟାରେଜ ଏବଂ ଏକ ତୈଳ କମ୍ପାନୀର ସମସ୍ତ କର୍ମଚାରୀଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି । ନୌସେନା ମୁଖପାତ୍ର କହିଛନ୍ତି ଯେ, ବୁଧବାର ସକାଳ ସୁଦ୍ଧା ବାର୍ଜ P305 ର 185 ଜଣ ଉଦ୍ଧାର ହୋଇଛନ୍ତି । INS କୋଚି ଏବଂ INS କୋଲକାତା ଫସିରହିଥିବା ବ୍ୟକ୍ତିଙ୍କୁ ନେଇ ଗଭୀର ସମୁଦ୍ରରୁ ମୁମ୍ବାଇକୁ ଫେରୁଛନ୍ତି । ସେହିପରି P81 ବିମାନ ସର୍ଚ୍ଚ ଏବଂ ଉଦ୍ଧାର କାର୍ଯ୍ୟ ଜାରିରଖିଛି । ପୂର୍ବ ସୂଚନା ଅନୁଯାୟୀ ନୌସେନା ଏବଂ ତଟରକ୍ଷୀ ବାହିନୀ ମଙ୍ଗଳବାର ସୁଦ୍ଧା ବ୍ୟାରେଜରେ ଥିବା 137 ଜଣଙ୍କୁ ଉଦ୍ଧାର କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.