ETV Bharat / bharat

ନୌସେନାରେ ସ୍ବଦେଶୀ ହାଲୁକା ALH MK III ହେଲିକପ୍ଟର ସାମିଲ, ସାମୁଦ୍ରିକ ପାଟ୍ରୋଲିଂକୁ ମିଳିବ ଗତି - ଭାରତୀୟ ନୌସେନା

ନୌସେନାରେ ସାମିଲ ହେଲା ଦୁଇ ସ୍ବଦେଶୀ ହାଲୁକା ALH MK III ହେଲିକପ୍ଟର । ସାମୁଦ୍ରିକ ନିରୀକ୍ଷଣ ଓ ଉଦ୍ଧାର କାର୍ଯ୍ୟ ହେବ ସହଜ । ଅଧିକ ପଢନ୍ତୁ

ନୌସେନାରେ ସାମିଲ ହେଲା ଦୁଇ ସ୍ବଦେଶୀ ହାଲୁକା ହେଲିକପ୍ଟର, ସାମୁଦ୍ରିକ ପାଟ୍ରୋଲିଂକୁ ମିଳିବ ଗତି

author img

By

Published : Mar 24, 2022, 6:45 AM IST

ଚେନ୍ନାଇ: ଭାରତୀୟ ନୌସେୱନାରେ ସାମିଲ ହେଲା ସ୍ବଦେଶୀ ନିର୍ମିତ 2 ଅତ୍ୟାଧୁନିକ ହାଲୁକା ଲଢୁଆ ହେଲିକପ୍ଟର ALH MK III । ତାମିଲନାଡୁର ରାମନାଥପୁରମ୍ ଠାରେ ଥିବା ନାଭାଲ୍ ଏୟାର ଷ୍ଟେସନ INS ପାରଣ୍ଡୁରେ ବୁଧବାର ଦୁଇଟି ସ୍ୱଦେଶୀ ନିର୍ମିତ ଆଡଭାନ୍ସଡ୍ ଲାଇଟ୍ ହେଲିକପ୍ଟର (ALH)କୁ ଆନୁଷ୍ଠାନିକ ଭାବେ ନୌସେନାରେ ସାମିଲ କରାଯାଇଛି । ଏହି ସାମିଲ ଉତ୍ସବରେ ଇଷ୍ଟର୍ନ ନାଭାଲ୍ କମାଣ୍ଡ ଫ୍ଲାଗ୍ ଅଫିସର କମାଣ୍ଡିଂ-ଇନ୍-ଚିଫ୍, ଭାଇସ୍ ଆଡମିରାଲ୍ ବିଶ୍ୱଜିତ୍ ଦାସଗୁପ୍ତାଙ୍କ ସମେତ ଅନ୍ୟ କିଛି ବରିଷ୍ଠ ନୌସେନାଧିକାରୀ ଯୋଗ ଦେଇଥିଲେ । ହେଲିକପ୍ଟର ଦୁଇଟି ବେସରେ ଅବତରଣ ପରେ ପାରମ୍ପାରିକ ଭାବେ ଓ୍ବାଟର ସାଲ୍ୟୁଟ ଦିଆଯାଇଥିଲା ।

ଏହି ଅତ୍ୟାଧୁନିକ ହାଲୁକା ହେଲିକପ୍ଟରକୁ ନୌସେନାରେ ସାମିଲ କରିବା ଫଳରେ Gulf of Mannar, Palk Bay, and Comorin Regionରେ ସାମୁଦ୍ରିକ ନିରୀକ୍ଷଣକୁ ବ୍ୟବସ୍ଥାକୁ ଆହୁରି ସହଜ ଓ ପ୍ରଭାବୀ କାରଯାଇ ପାରିବ। ସାମୁଦ୍ରିକ ସନ୍ଧାନ ଏବଂ ଉଦ୍ଧାର କାର୍ଯ୍ୟ (SAR) ପାଇଁ ଏହି ହେଲିକପ୍ଟର ବେଶ ସକ୍ରିୟ ଭୂମିକା ଗ୍ରହଣ କରିବା ନେଇ ଆଶା କରାଯାଉଛି ।

ହିନ୍ଦୁସ୍ତାନ ଏରୋନେଟିକ୍ସ ଲିମିଟେଡ୍ (HAL) ଦ୍ୱାରା ନିର୍ମିତ ALH MK III ହେଲିକପ୍ଟର ହେଉଛି ଏକ ହାଲୁକା ଅତ୍ୟାଧୁନିକ ହେଲିକପ୍ଟର, ଯାହାକି ନୌସେନା ଜାହାଜ ଏବଂ ଏୟାର ଷ୍ଟେସନରୁ ସହଜରେ କାର୍ଯ୍ୟ କରିପାରିବ । ଏହି ଅତ୍ୟାଧୁନିକ ହେଲିକପ୍ଟରଟି ସଶସ୍ତ୍ର ପାଟ୍ରୋଲିଂ ମିଶନ, ଉଦ୍ଧାର ଅପରେସନ୍ ପାଇଁ ବ୍ୟବହାର କରାଯାଇପାରିବ। ଏହି ହେଲିକପ୍ଟରରେ ଅତ୍ୟାଧୁନିକ ସାମୁଦ୍ରିକ ପାଟ୍ରୋଲିଂ ରାଡାର ଏବଂ ଇଲେକ୍ଟ୍ରୋ-ଅପ୍ଟିକାଲ୍ ପେଲୋଡ୍ ରହିଛି, ଯାହା ନିରୀକ୍ଷଣ କ୍ଷମତାକୁ ପ୍ରଭାବୀ କରିବା ପାଇଁ ସମ୍ପୂର୍ଣ୍ଣ ସକ୍ଷମ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.