ETV Bharat / bharat

ଚାଷୀଙ୍କ ସମସ୍ୟାକୁ ନେଇ ମୁଖ୍ୟମନ୍ତ୍ରୀ ଅମରିନ୍ଦରଙ୍କୁ ଚିଠି ଲେଖିଲେ ସିଦ୍ଧୁ - ଚାଷୀ ଆନ୍ଦୋଳନ

ଚାଷୀଙ୍କ ସମସ୍ୟାକୁ ନେଇ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ ଙ୍କୁ ଚିଠି ଲେଖିଲେ ପଞ୍ଜାବ ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ନବଜ୍ୟୋତ ସିଂ ସିଦ୍ଧୁ । ସେପ୍ଟେମ୍ବର ୧୦ ତାରିଖରେ ଚାଷୀ ମାନଙ୍କ ୩୨ ଜଣିଆ ପ୍ରତିନିଧିଙ୍କୁ ଭେଟିଥିଲେ ସିଦ୍ଧୁ । ଅଧିକ ପଢନ୍ତୁ...

Navjot Singh Sidhu writes to Punjab CM on farmers' issues
ଚାଷୀଙ୍କ ସମସ୍ୟାକୁ ନେଇ ମୁଖ୍ୟମନ୍ତ୍ରୀ ଅମରିନ୍ଦରଙ୍କୁ ଚିଠି ଲେଖିଲେ ସିଦ୍ଧୁ
author img

By

Published : Sep 12, 2021, 9:48 PM IST

ଚଣ୍ଡିଗଡ: ଚାଷୀଙ୍କ ସମସ୍ୟାକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ସିଦ୍ଧୁ । ରବିବାର ଚାଷୀଙ୍କ ସମସ୍ୟାକୁ ନେଇ ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହଙ୍କୁ ଚିଠି ଲେଖିଲେ ପଞ୍ଜାବ ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ନବଜ୍ୟୋତ ସିଂ ସିଦ୍ଧୁ । ସେପ୍ଟେମ୍ବର ୧୦ ତାରିଖରେ ଚାଷୀଙ୍କ ୩୨ ଜଣିଆ ପ୍ରତିନିଧିଙ୍କୁ ଭେଟିଥିଲେ ସିଦ୍ଧୁ । ଚାଷୀପ୍ରତିନିଧି ମାନଙ୍କ ସହିତ ଆଲୋଚନା କରିଥିବା ଦାବି ଗୁଡିକ ଏହି ଚିଠିରେ ଉଲ୍ଲେଖ କରାଯାଇଥିବା ପଞ୍ଜାବ କଂଗ୍ରେସ ପକ୍ଷରୁ ସୂଚନା ଦିଆଯାଇଛି ।

Navjot Singh Sidhu writes to Punjab CM on farmers' issues
ଚାଷୀଙ୍କ ସମସ୍ୟାକୁ ନେଇ ମୁଖ୍ୟମନ୍ତ୍ରୀ ଅମରିନ୍ଦରଙ୍କୁ ଚିଠି ଲେଖିଲେ ସିଦ୍ଧୁ

ଚିଠିରେ ଉଲ୍ଲେଖ କରିଥିବା ଦାବି ଗୁଡ଼ିକ ମଧ୍ୟରୁ ରାଜ୍ୟରେ ଚାଷୀ ଆନ୍ଦୋଳନ ସମୟରେ ଚାଷୀଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି। ସେଗୁଡିକ ପ୍ରତ୍ୟାହାର ଦାବି କରାଯାଇଛି । ସେହିପରି କେନ୍ଦ୍ର ସରକାର ଆଣିଥିବା ତିନୋଟି କୃଷି ଆଇନକୁ ବିରୋଧ କରୁଛି କଂଗ୍ରେସ । ଏହା ସହ ସର୍ବନିମ୍ନ ବିକ୍ରୟ ଦର ବା ଏମଏସପିର ଆଇନ କରିବା ଦାବିକୁ କଂଗ୍ରେସ ସମର୍ଥନ କରିଛି । କେନ୍ଦ୍ର ସରକାରଙ୍କ ଦ୍ୱାରା ଜମି ରେକର୍ଡର ସବିଶେଷ ତଥ୍ୟ ଜାଣିବା ପାଇଁ ସିଦ୍ଧୁ 'ଫାର୍ଡ' ନାମରେ ଜଣାଶୁଣା ଜମି ରେକର୍ଡ ପ୍ରସଙ୍ଗ ମଧ୍ୟ ଉଠାଇଛନ୍ତି ।

ସେହିପରି APMC ମଣ୍ଡିକୁ ଘରୋଇ ବଜାରକୁ ସ୍ଥାନାନ୍ତର କରିବା ଏବଂ ଦେଶରେ ଦୁଇଟି ବଜାର ପରିସ୍ଥିତି ସୃଷ୍ଟି କରାଯାଉଛି । ସିଦ୍ଧୁ ଲେଖିଛନ୍ତି ଯେ କୃଷକଙ୍କ ଆୟକୁ ଦ୍ୱିଗୁଣିତ କରିବା, ରାଜ୍ୟରେ ଏମଏସପି କ୍ରୟ କରିବା ଏବଂ ରାଜ୍ୟରେ ତିନୋଟି କଳା ନିୟମ ଲାଗୁ ନକରିବା ପାଇଁ ରାଜ୍ୟ ସମସ୍ତ ଉଦ୍ୟମ କରିବା ଆବଶ୍ୟକ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.