ETV Bharat / bharat

ପଞ୍ଜାବ ପିସିସି ସଭାପତି ପଦରେ ରହିବେ ସିଦ୍ଧୁ ! ଫେରାଇନେଲେ ଇସ୍ତଫା

author img

By

Published : Nov 5, 2021, 9:21 PM IST

ପଞ୍ଜାବ ପିସିସି ସଭାପତି ପଦରୁ ଇସ୍ତଫା ପ୍ରତ୍ୟାହାର କଲେ ସିଦ୍ଧୁ। ପଞ୍ଜାବର ହିତ ଦୃଷ୍ଟିରୁ କେତୋଟି ଦାବିକୁ ନେଇ ମୁଁ ଇସ୍ତଫା ଦେବାକୁ ଚାହିଁଥିଲି ବୋଲି କହିଛନ୍ତି ସିଦ୍ଧୁ । ଅଧିକ ପଢନ୍ତୁ...

Navjot singh sidhu withdraws his resignation punjab congress president
ପଞ୍ଜାବ ପିସିସିରୁ ପଦରେ ରହିବେ ସିଦ୍ଧୁ, ଫେରାଇନେଲେ ଇସ୍ତଫା

ଚଣ୍ଡିଗଡ: ପଞ୍ଜାବ ପିସିସି ସଭାପତି ପଦରୁ ଇସ୍ତଫା ପ୍ରତ୍ୟାହାର କଲେ ନବଜୋତ ସିଂ ସିଦ୍ଧୁ। ଏନେଇ ଶୁକ୍ରବାର ଗଣମାଧ୍ୟମରେ ନିଜୟ ପ୍ରତିକ୍ରିୟା ଦେଇଛନ୍ତି ସିଦ୍ଧୁ । ପଞ୍ଜାବର ହିତ ଦୃଷ୍ଟିରୁ କେତୋଟି ଦାବିକୁ ନେଇ ମୁଁ ଇସ୍ତଫା ଦେବାକୁ ଚାହିଁଥିଲି କିନ୍ତୁ ବର୍ତ୍ତମାନ ଆମେ ମସସ୍ତେ ମିଶି ସମସ୍ତ ବିଷୟରେ ଆଲୋଚନା କରିଛୁ ।

ନିଜ ଇସ୍ତଫା ପ୍ରସଙ୍ଗରେ ଗଣମାଧ୍ୟମକୁ ସିଦ୍ଧୁ କହିଛନ୍ତି ଯେ ମୁଁ ହେଉଛି କଂଗ୍ରେସ ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀ,ସାଂସଦ ରାହୁଲ ଗାନ୍ଧୀ ଓ ମହାସଚିବ ପ୍ରିୟଙ୍କା ଗାନ୍ଧୀଙ୍କ ସିପାହୀ। ମୁଁ ସଠିକ ନିଷ୍ପତ୍ତି ନେବା ପାଇଁ ସରକାରଙ୍କ ଉପରେ ଚାପ ପ୍ରୟୋଗ କରିଥିଲି । ପଞ୍ଜାବ ସରକାରରେ ଆଡଭକେଟ ଜେନେରାଲ ନିଯୁକ୍ତି କୁ ନେଇ ବିବାଦ ସୃଷ୍ଟି କରିଥିଲେ ସିଦ୍ଧୁ । ଏହା ସହ ଯେଉଁ ଦିନ ନୂତନ ଆଡଭୋକେଟ ଜେନେରାଲ ନିଯୁକ୍ତ ହେବେ ସେହିଦିନ ମୁଁ ମୋର କାର୍ଯ୍ୟଭାର ଗ୍ରହଣ କରିବି ବୋଲି ଦାବି ରଖିଥିଲି । ବର୍ତ୍ତମାନ ସମସ୍ତ ବିଷୟ ସଫଳତାର ସହ ପଞ୍ଜାବର ହିତ ଦୃଷ୍ଟିରେ ନିଆଯାଇଛି ବୋଲି ସିଦ୍ଧୁ କହିଛନ୍ତି । ବର୍ତ୍ତମାନ ମୁଁ ପଞ୍ଜାବ କଂଗ୍ରେସର ପିସିସି ଦାୟିତ୍ବରେ ଅଛି ।

ପଞ୍ଜାବରେ ମୁଖ୍ୟମନ୍ତ୍ରୀ ପଦକୁ ନେଇ ପୂର୍ବତନ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ ଓ ନବଜୋତ ସିଂ ସିଦ୍ଧୁଙ୍କ ମଧ୍ୟରେ ରାଜନୀତି ଜୋରଦାର ହୋଇଥିଲା। ଏହାପରେ ଅମରିନ୍ଦିର ସିଂ ଇସ୍ତଫା ଦେଇଥିଲେ ଏବଂ ପରେ ଚରନଜିତ ସିଂ ଚନ୍ନି ପଞ୍ଜାବର ମୁଖ୍ୟମନ୍ତ୍ରୀ ହୋଇଥିଲେ । ପରେ ରାଜ୍ୟରେ କେତେକ ନିର୍ଦ୍ଦିଷ୍ଟ ପଦ ପଦବୀରେ ନିଯୁକ୍ତିକୁ ନେଇ ନବଜୋତି ସିଂ ସିଦ୍ଧୁ ଓ ମୁଖ୍ୟମନ୍ତ୍ରୀ ଚରନଜିତ ସିଂ ଚନ୍ନି ମଧ୍ୟରେ ମନମାଳିନ୍ୟ ସୃଷ୍ଟି ହୋଇଥିଲା । ଏହା ପରେ ନବଜୋତ ସିଂ ସିଦ୍ଧୁ ଦଳୀୟ ହାଇକମାଣ୍ଡଙ୍କୁ ନିଜର ଇସ୍ତଫା ପତ୍ର ପଠାଇଥିଲେ ।

ସେହିପରି ଆଗାମୀ ବିଧାନସଭା ନିର୍ବାଚନକୁ ନେଇ ସିଦ୍ଧୁ ଭବିଷ୍ୟବାଣୀ କରିଛି । ପଞ୍ଜାବରେ କଂଗ୍ରେସ ପୁଣିଥରେ ଶାସନ କରିବ ଏବଂ ଆସନ୍ତା ନିର୍ବାଚନରେ ୮୦ ରୁ ୧୦୦ ସିଟରେ ବିଜୟ ହାସଲ କରିବ ବୋଲି ସିଦ୍ଧୁ କହିଛନ୍ତି।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.