ETV Bharat / bharat

ଭଉଣୀଙ୍କ ଅଭିଯୋଗକୁ ଶସ୍ତା ରାଜନୀତି କହିଲେ ସିଦ୍ଧୁ - ଭଉଣୀଙ୍କ ଅଭିଯୋଗକୁ ଶସ୍ତା ରାଜନୀତି କହିଲେ ସିଦ୍ଧୁ

ମାଙ୍କୁ ସିଦ୍ଧୁ ଅତ୍ୟାଚାର କରିଥିବା ଅଭିଯୋଗରେ ପ୍ରତିକ୍ରିୟା ରଖିଲେ ସିଦ୍ଧୁ । କହିଲେ ଶସ୍ତା ରାଜନୀତି କରୁଛନ୍ତି ସୁମନ । ଅଧିକ ପଢନ୍ତୁ

ଭଉଣୀଙ୍କ ଅଭିଯୋଗକୁ ଶସ୍ତା ରାଜନୀତି କହିଲେ ସିଦ୍ଧୁ

author img

By

Published : Jan 30, 2022, 12:41 PM IST

ଚଣ୍ଡିଗଡ: ପଞ୍ଜାବ କଂଗ୍ରେସ ଅଧ୍ୟକ୍ଷ ନବଜ୍ୟୋତ ସିଂ ସିଦ୍ଧୁ ଓ ଭଉଣୀ ସୁମନ ତୁରଙ୍କ ମଧ୍ୟରେ ବଢୁଛି କଳି । ମା'ଙ୍କୁ ସିଦ୍ଧୁ ଅତ୍ୟାଚାର କରିଥିବା ଅଭିଯୋଗ କରିଥିଲେ ଭଉଣୀ ସୁମନ । ଏହାର ଏବେ ଜବାବ ଦେଇଛନ୍ତି ସିଦ୍ଧୁ । ସେ କହିଛନ୍ତି ଯେ ସୁମନ ଶସ୍ତା ରାଜନୀତି କରୁଛନ୍ତି । ରାଜନୀତି ପାଇଁ ସେ ମାଙ୍କୁ କବରରୁ ବାହାରକୁ ଆଣିଦେଇଛନ୍ତି । ମୋ ମାଙ୍କର ୪୦ ବର୍ଷ ପୂର୍ବ ଦେହାନ୍ତ ହୋଇଥିଲା । ଏବେ ତାଙ୍କୁ ଫେରାଇ ଆଣି ପାରିବା ନାହିଁ । ସୁମନଙ୍କ ଏଭଳି ମନ୍ତବ୍ୟକୁ ଲୋକେ ଗ୍ରହଣ କରିବେ ନାହିଁ ।

କିଛିଦିନ ତଳେ ସାମ୍ବାଦିକ ସମ୍ମିଳନୀ କରି ସୁମନ ସିଦ୍ଧୁଙ୍କ ଉପରେ ବର୍ଷିଥିଲେ । ପଇସା ପାଇଁ ନିଜ ମା’ଙ୍କୁ ଏକାକୀ ଛାଡିଦେଇଥିଲେ ସିଦ୍ଧୁ ବୋଲି ଭଉଣୀ ଅଭିଯୋଗ କରିଥିଲେ । ପିତା ଭାଗବତ ସିଂ ସିଦ୍ଧୁଙ୍କ ମୃତ୍ୟୁ ପରେ ସିଦ୍ଧୁ ତାଙ୍କ ମା ଏବଂ ବଡ ଭଉଣୀକୁ ଘରୁ ବାହାର କରିଦେଇଥିଲେ । ଏହାପରେ ସେ ଦିଲ୍ଲୀ ରେଳ ଷ୍ଟେସନରେ ପ୍ରାଣ ହରାଇଥିଲେ ।

ସୁମନଙ୍କ ଏଭଳି ଅଭିଯୋଗରେ ସିଦ୍ଧୁଙ୍କ ପତ୍ନୀ ମଧ୍ୟ ମୁହଁ ଖୋଲିଛନ୍ତି । ସେ କହିଛନ୍ତି ଯେ ସେ ସୁମନଙ୍କୁ ଜାଣିନାହାନ୍ତି । ସିଦ୍ଧୁଙ୍କ ବାପାଙ୍କର ଦୁଇଥର ବିବାହ କରିଥିଲେ, ପ୍ରଥମ ପତ୍ନୀଙ୍କ କୌଣସି ସନ୍ତାନ ନଥିଲା । ଏହା ପରେ ସେ ନିର୍ମଳ ଶର୍ମାଙ୍କୁ ଦ୍ବିତୀୟ ବିବାହ କରିଥିଲେ । ଏହା ମଧ୍ୟ ନିର୍ମଳଙ୍କ ଦ୍ବିତୀୟ ବିବାହ ଥିଲା । ତାଙ୍କ ୨ଟି ଝିଅ ମଧ୍ୟ ଥିଲେ। ସୁମନ ବଡ ଝିଅ ହୋଇଥିବା ବେଳେ ସାନ ଭଉଣୀଙ୍କର ମୃତ୍ୟୁ ହୋଇଥିଲା । ସୁମନଙ୍କ ବିବାହ ପରେ ସିଦ୍ଧୁ ଜନ୍ମ ହୋଇଥିଲେ ।

ଏହାମଧ୍ୟ ପଢନ୍ତୁ:-ସମ୍ପତ୍ତି ପାଇଁ ମା’ଙ୍କୁ ମରିବାକୁ ଛାଡିଦେଇଥିଲେ ସିଦ୍ଧୁ, ସଙ୍ଗୀନ ଅଭିଯୋଗ ଆଣିଲେ ଭଉଣୀ

ସୁମନ ଆହୁର ମଧ୍ୟ ଅଭିଯୋଗ କରି କହିଛନ୍ତି ଯେ ମୁଁ ଅମୃତସରର ନବଜୋତ ସିଦ୍ଧୁଙ୍କୁ ଭେଟିବାକୁ ଯାଇଥିଲି, କିନ୍ତୁ ସେ ଗେଟ ଖୋଲି ନଥିଲେ। ଏପରିକି ମୋ ମୋବାଇଲ ନମ୍ବରକୁ ବ୍ଲକ କରିଦେଇଥିଲେ । ସିଦ୍ଧୁଙ୍କ ଶାଶୁ ଆମ ଘରକୁ ବରବାଦ କରିଦେଇଛନ୍ତି । ଏଥିପାଇଁ ମୋର ପିତୃପୁରୁଷଙ୍କ ଘରକୁ ଯାଇ ପାରୁନାହିଁ ।

ଏଭଳି ଅଭିଯୋଗ ଆସିବା ପରେ ଶିରୋମଣି ଅକାଳୀ ଦଳର ମୁଖପାତ୍ର ସିଦ୍ଧୁଙ୍କ ଉପରେ ଆଙ୍ଗୁଠି ଉଠାଇଛନ୍ତି । ସିଦ୍ଧୁ କହୁଥିଲେ ତାଙ୍କ ବିରୋଧରେ କୌଣସି ଦୁର୍ନୀତିର ଅଭିଯୋଗ ନାହିଁ , ତେବେ ଏହା କଣ ବୋଲି ସେ ପ୍ରଶ୍ନ କରିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.