ETV Bharat / bharat

କ୍ରିକେଟରରୁ ନେତା ସାଜିଥିବା ସିଦ୍ଧୁ ଏବେ କିରାଣୀ

author img

By

Published : May 26, 2022, 12:10 PM IST

ପଟିଆଲା ସେଣ୍ଟ୍ରାଲ ଜେଲ୍‌ ନବଜୋତ ସିଂ ସିନ୍ଧୁଙ୍କ ସିଦ୍ଧୁଙ୍କ ନୂଆ ଠିକଣା ପାଲଟିଥିବାବେଳେ, ଜେଲ୍‌ରେ ଜଣେ କିରାଣି(CLerk) ଭାବେ କାମକରିବା ଆରମ୍ଭ କରିଛନ୍ତି ପୂର୍ବତନ କ୍ରିକେଟର । ୩୪ ବର୍ଷ ପୁରୁଣା ରୋଡ୍‌ ରେଜ ମାମଲାରେ କଏଦୀ ନଂ ୧୩୭୬୮୩ ଭାବ ସଜା କାଟୁଛନ୍ତି ସିନ୍ଧୁ । ଅଧିକ ପଢନ୍ତୁ

କ୍ରିକେଟରରୁ ନେତା ହୋଇଥିବା ସିନ୍ଧୁ ଏବେ କିରାଣୀ

ଚଣ୍ଡିଗଡ: ବଦଳିଯାଇଛି କଂଗ୍ରେସ ନେତା ନବଜୋତ ସିଂ ସିନ୍ଧୁଙ୍କ ଠିକଣା ଓ ପରିଚୟ । ପଟିଆଲା ସେଣ୍ଟ୍ରାଲ ଜେଲ୍‌ ସିଦ୍ଧୁଙ୍କ ନୂଆ ଠିକଣା ପାଲଟିଥିବାବେଳେ, ଜେଲ୍‌ରେ ଜଣେ କିରାଣି(CLerk) ଭାବେ କାମକରିବା ଆରମ୍ଭ କରିଛନ୍ତି ପୂର୍ବତନ କ୍ରିକେଟର । ୩୪ ବର୍ଷ ପୁରୁଣା ରୋଡ୍‌ ରେଜ ମାମଲାରେ(1988 Road Rage Case) ପୂର୍ବତନ ପଞ୍ଜାବ କଂଗ୍ରେସ ମୁଖ୍ୟ ସିଦ୍ଧୁ, ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ଜେଲ୍‌ ଅଧିକାରୀଙ୍କ କହିବା ଅନୁଯାୟୀ, କିରାଣି ଭାବେ କାର୍ଯ୍ୟ କରିବାକୁ ସିଦ୍ଧୁଙ୍କୁ ଜେଲ୍‌ର ଚାରିକାନ୍ଥ ଭିତରେ ତାଙ୍କୁ ୩ ମାସ ଟ୍ରେନିଂ ମିଳିବ ।

ଜେଲ୍‌ ମାନୁଆଲ ଅନୁଯାୟୀ ୩ ମାସ ଟ୍ରେନିଂ ଅବଧି ଶେଷ କରିବା ପରେ ତାଙ୍କୁ ଦରମା ମିଳିପାରିବ । ତେବେ ଦିନକୁ ମାତ୍ର ୪୦ରୁ ୯୦ ଟଙ୍କା ମଧ୍ୟରେ ପାରିଶ୍ରମିକ ମିଳିବ । ତାଙ୍କୁ ଜେଲରେ ସମସ୍ତ ଅଫିସିଆଲ କାଗଜ ପତ୍ର ଦେଖିବାକୁ ହେବ । ଜେଲ୍‌ ମାନୁଆଲରେ ଏହା ମଧ୍ୟ ଦାବି କରାଯାଇଛି ଯେ, ତାଙ୍କ ପେମେଣ୍ଟ ତାଙ୍କ ଦକ୍ଷତା ଆଧାରରେ ସ୍ଥିର ହେବ ଏବଂ ପରେ ଏହା ତାଙ୍କ ବ୍ୟାଙ୍କ ଆକାଉଣ୍ଟରେ ଜମା ହେବ । ପୂର୍ବତନ କ୍ରିକେଟରୁ ରାଜନେତା ବନିଥିବା ସିଦ୍ଧୁ ବ୍ୟାରେକରୁ କାମ କରିବେ ଏବଂ ସିଦ୍ଧୁ ଯେଉଁଠାରେ ରହିଛନ୍ତି ସେହି ବ୍ୟାରେକର ସୁରକ୍ଷାକୁ ମଧ୍ୟ କଡାକଡି କରାଯାଇଛି ବୋଲି ଜେଲ୍‌ କର୍ତ୍ତୃପକ୍ଷ ସ୍ପଷ୍ଟ କରିଛନ୍ତି ।

ପଟିଆଲା ସେଣ୍ଟ୍ରାଲ ଜେଲ୍‌ କର୍ତ୍ତୃପକ୍ଷଙ୍କ ସୂଚନା ଅନୁଯାୟୀ, ସିଦ୍ଧୁ ଗତ ମଙ୍ଗଳବାରଠାରୁ କିରାଣି ଭାବେ କାମ ଆରମ୍ଭ କରିଛନ୍ତି ଓ ତାଙ୍କୁ ମର୍ଣ୍ଣିଂ ସିପ୍ଟ(Morning Shift) ଓ ଇଭିନିଙ୍ଗ ସିପ୍ଟ (Evening Shift)ମିଳିଛି । ନବଜୋତ ସିଂ ସିନ୍ଧୁଙ୍କୁ ମଇ ୧୯ରେ ସୁପ୍ରିମକୋର୍ଟ (Supreme Court) ୧ ବର୍ଷ ଜେଲ୍‌ ଦଣ୍ଡାଦେଶ ଶୁଣାଇଛନ୍ତି । ପରେ ମଇ ୨୦ରେ ସେ ପଟିଆଲା ଟ୍ରାଏଲ କୋର୍ଟରେ(Patiala Trial court) ଆତ୍ମସମର୍ପଣ କରିଥିଲେ ।

ପ୍ରତିଦିନ ତାଙ୍କୁ ଜେଲ୍‌ ଅଫିସ ପକ୍ଷରୁ ଫାଇଲ ପଠାଯିବ । ଜେଲ୍‌ ନିୟମ ଅନୁସାରେ ସେ ସକାଳ ୯ରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଡ୍ୟୁଟି କରିବେ । ଏହି ସମୟ ଭିତରେ ସେ ଅଫିସିଆଲ କାଗଜପତ୍ର କାମ କରିବେ । ୧୯୮୮ ମସିହାରେ ଏକ ପାର୍କିଂ ଓ ପରେ ହତ୍ୟା ଘଟଣାରେ ମଇ ୧୯ରେ ସିଦ୍ଧୁଙ୍କୁ ଏକ ବର୍ଷ ପାଇଁ ଜେଲ୍ ଦଣ୍ଡାଦେଶ ହୋଇଛି । ଏହି ଘଟଣାରେ ସିଦ୍ଧୁ ତାଙ୍କର ଜଣେ ବନ୍ଧୁଙ୍କ ସହ ମିଶି ପାର୍କିଂକୁ ନେଇ ଜଣେ ବୃଦ୍ଧ ବ୍ୟକ୍ତିଙ୍କୁ ମାଡ ମାରିଥିଲେ । ଏହାପରେ ତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିଲା । ବାରାକ ନମ୍ବର ୧୦ କଏଦୀ ନଂ ୧୩୭୬୮୩ କଏଦୀ ଅଛନ୍ତି ସିଦ୍ଧୁ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.