ନୂଆଦିଲ୍ଲୀ: ଦୀର୍ଘ ଦିନର ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପକାଇଲେ ନିର୍ବାଚନ ରଣନୀତିକାର ପ୍ରଶାନ୍ତ କିଶୋର । ସୋନିଆ ଗାନ୍ଧିଙ୍କ ପ୍ରସ୍ତାବକୁ ଅଗ୍ରାହ୍ୟ କରି କଂଗ୍ରେସରେ ମିଶିବେ ନାହିଁ ବୋଲି କହିଛନ୍ତି । ଏଥିସହ କଂଗ୍ରେସକୁ ଉପଦେଶ ଦେଇ କହିଛନ୍ତି 'ପରିବର୍ତ୍ତନଶୀଳ ସଂସ୍କାର ମାଧ୍ୟମରେ ସମସ୍ୟାର ସମାଧାନ ପାଇଁ କଂଗ୍ରେସକୁ ମୋ ଅପେକ୍ଷା ନେତୃତ୍ବ, ସାମୂହିକ ଓ ଇଚ୍ଛାଶକ୍ତି ଆବଶ୍ୟକ ରହିଛି'।
-
Had a wonderful meeting with my old friend PK … Old wine , Old gold and Old friends still the best !!! pic.twitter.com/OqOvkJqJmF
— Navjot Singh Sidhu (@sherryontopp) April 26, 2022 " class="align-text-top noRightClick twitterSection" data="
">Had a wonderful meeting with my old friend PK … Old wine , Old gold and Old friends still the best !!! pic.twitter.com/OqOvkJqJmF
— Navjot Singh Sidhu (@sherryontopp) April 26, 2022Had a wonderful meeting with my old friend PK … Old wine , Old gold and Old friends still the best !!! pic.twitter.com/OqOvkJqJmF
— Navjot Singh Sidhu (@sherryontopp) April 26, 2022
ଏହାରି ଭିତରେ ପ୍ରଶାନ୍ତ କିଶୋର ପଞ୍ଜାବ କଂଗ୍ରେସର ପୂର୍ବତନ ସଭାପତି ନବଜୋତ ସିଦ୍ଧୁଙ୍କ ସହ ସାକ୍ଷାତ କରିଛନ୍ତି ଏବଂ ଦୁହିଁଙ୍କ ଫଟୋ ସିଦ୍ଧୁ ନିଜ ଟ୍ବିଟର ଆକାଉଣ୍ଟରେ ପୋଷ୍ଟ କରିଛନ୍ତି । ଏଥିସହ ସେ ଲେଖିଛନ୍ତି 'ମୋର ପୁରୁଣା ବନ୍ଧୁ ପିକେଙ୍କ (prashant kishor) ସହ ଏକ ସାକ୍ଷାତକାର ହୋଇଛି । ବାସ୍ତବରେ ପୁରୁଣା ମଦ, ପୁରୁଣା ସୁନା ଏବଂ ପୁରାତନ ବନ୍ଧୁମାନେ ସର୍ବଦା ଶ୍ରେଷ୍ଠ ରହିଥାଏ'।
ସୂଚନା ଥାଉକି, ପ୍ରଶାନ୍ତ କିଶୋର କଂଗ୍ରେସରେ ମିଶିବା ନେଇ ଅଗ୍ରାହ୍ୟ ପ୍ରକାଶ କରିଛନ୍ତି । ଏହି ପରିପ୍ରେକ୍ଷୀରେ କଂଗ୍ରେସ ମୁଖପାତ୍ର ରଣଦ୍ବୀପ ସୂର୍ଯେୱାଲା ଟ୍ବିଟ ଯୋଗେ ସୂଚନା ଦେଇ କହିଛନ୍ତି । ପ୍ରଶାନ୍ତ କିଶୋରଙ୍କ ସହ ନିୟମିତ ଆଲୋଚନା ପରେ କଂଗ୍ରେସ ସଭାପତି ସୋନିଆ ଗାନ୍ଧି ଦଳରେ ବିଧିବଦ୍ଧ ଭାବେ ସାମିଲ ହେବାକୁ ପ୍ରସ୍ତାବ ଦେଇଥିଲେ । 2024 ସାଧାରଣ ନିର୍ବାଚନ ପାଇଁ ଗଠନ ହୋଇଥିବା ଏମ୍ବାୟାର ଆକ୍ସନ ଗ୍ରୁପର ଅଂଶ ହେବାକୁ ମଧ୍ୟ କହିଥିଲେ । ପ୍ରଶାନ୍ତ ଏଥିପ୍ରତି ଅଗ୍ରାହ୍ୟ ପ୍ରକାଶ କରି ମନା କରିଥିଲେ ।