ଚଣ୍ଡିଗଡ଼: ବିଦ୍ୟୁତ ବିଲ୍ ପ୍ରସଙ୍ଗକୁ ନେଇ ପଞ୍ଜାବ କଂଗ୍ରସରେ ଜାରି ରହିଛି କଳହ । କଂଗ୍ରେସ ନେତା ନବଜ୍ୟୋତି ସିଂହ ସିଦ୍ଧୁ ପଞ୍ଜାବରେ ଥିବା କଂଗ୍ରେସ ସରକାରଙ୍କୁ ହିଁ ଟାର୍ଗେଟ କରିବାରେ ଲାଗିଛନ୍ତି । ଏହାକୁ ନେଇ ସେ ପୁଣି ସୋସିଆଲ ମିଡିଆରେ ଟ୍ବିଟ୍ ପରେ ଟ୍ବିଟ୍ କରିଛନ୍ତି । ବିଦ୍ୟୁତ ବିଲକୁ ନେଇ କଂଗ୍ରେସ ସରକାରଙ୍କୁ କ୍ଷମତା ବିଷୟରେ ପାଠ ପଢ଼ାଇଛନ୍ତି ସିଦ୍ଧୁ ।
-
8. Punjab already gives 9000 Crore Power Subsidy but Delhi gives only 1699 Crore as Power Subsidy. If Punjab copies Delhi Model, we will get merely 1600-2000 Crore as Subsidy. To better serve the People of Punjab - Punjab needs an Orignal Punjab Model, Not a copied Model !!
— Navjot Singh Sidhu (@sherryontopp) July 2, 2021 " class="align-text-top noRightClick twitterSection" data="
">8. Punjab already gives 9000 Crore Power Subsidy but Delhi gives only 1699 Crore as Power Subsidy. If Punjab copies Delhi Model, we will get merely 1600-2000 Crore as Subsidy. To better serve the People of Punjab - Punjab needs an Orignal Punjab Model, Not a copied Model !!
— Navjot Singh Sidhu (@sherryontopp) July 2, 20218. Punjab already gives 9000 Crore Power Subsidy but Delhi gives only 1699 Crore as Power Subsidy. If Punjab copies Delhi Model, we will get merely 1600-2000 Crore as Subsidy. To better serve the People of Punjab - Punjab needs an Orignal Punjab Model, Not a copied Model !!
— Navjot Singh Sidhu (@sherryontopp) July 2, 2021
ପଞ୍ଜାବ ସରକାରଙ୍କ ପକ୍ଷରୁ ନିର୍ଦ୍ଧାରିତ 18 ସୂତ୍ରୀ ଏଜେଣ୍ଡାକୁ ପୂରଣ କରିବାକୁ ଦାବି କରିଛନ୍ତି ନବଜ୍ୟୋତ ସିଂହ ସିଦ୍ଧୁ । ଏଥିପାଇଁ ସେ ପ୍ରକାଶ ସିଂହ ବାଦଲଙ୍କ ସମୟରେ ପାରିତ ହୋଇଥିବା ବିଜୁଳି ବିଲ୍ ଅଧିନିୟମକୁ ବରଖାସ୍ତ କରିବାକୁ କହିଛନ୍ତି । ଖାଲି ସେତିକି ନୁହେଁ ବିଦ୍ୟୁତ୍ ବିଲ ନିୟମରେ ସଂଶୋଧନ ପାଇଁ ବିଧାନସଭାରେ ସ୍ବତନ୍ତ୍ର ଆଲୋଚନା ପାଇଁ ସେ ପ୍ରସ୍ତାବ ଦେଇଛନ୍ତି ।
ପଞ୍ଜାବ ପୂର୍ବରୁ ବିଜୁଳି ବିଲ ବାବଦକୁ 9000 କୋଟି ଟଙ୍କା ସବସିଡି ଦେଉଛି । କିନ୍ତୁ ଏହି ସଂଖ୍ୟାକୁ ଆହୁରି ଅଧିକ କରିବା ଆବଶ୍ୟକ ବୋଲି କହିଛନ୍ତି ସିଦ୍ଧୁ । ବିଶେଷ କରି ଘରୋଇ ଓ ଛୋଟ ଉଦ୍ୟୋଗ ଉପଭୋକ୍ତାଙ୍କ ଠାରୁ 10ରୁ 12 ଟଙ୍କା ପ୍ରତି ୟୁନିଟ ବଦଳରେ ୟୁନିଟ ପିଛା 2ରୁ 3 ଟଙ୍କା ଦେବା ଦରକାର । ଏହାସହ 300 ୟୁନିଟ ପର୍ଯ୍ୟନ୍ତ ମାଗଣା ବିଜୁଳି ଯୋଗାଇ ଦେବା ଆବଶ୍ୟକ । ତା ସାଙ୍ଗକୁ 24 ଘଣ୍ଟା ବିଜୁଳି ଯୋଗାଇ ଦେବା ଦରକାର । ଟ୍ବିଟ୍ ଯୋଗେ ଏହି ସବୁ ବ୍ୟବସ୍ଥାକୁ ଲାଗୁ କରିବାକୁ ଅପିଲ କରିଛନ୍ତି ନବଜ୍ୟୋତ ସିଂହ ସିଦ୍ଧୁ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ