ଭୁବନେଶ୍ବର: 108 ଘଣ୍ଚାର ଅକ୍ଳାନ୍ତ ପ୍ରରିଶ୍ରମ ପରେ 80 ଫୁଟ ଗଭୀର ବୋରଓ୍ବେଲରୁ ସଫଳତାର ଉଦ୍ଧାର ହୋଇଛି ଛତିଶଗଡର 12 ବର୍ଷୀୟ ଭିନ୍ନକ୍ଷମ ବାଳକ ରାହୁଲ ସାହୁ । ଦେଶର ସବୁଠାର କଠିନ ଉଦ୍ଧାର ଅଭିଯାନ କୁହାଯାଉଥିବା ‘ଅପରେସନ ଜିନ୍ଦେଗୀ’କୁ ଦେଶବ୍ୟାପୀ ସାବାସି ମିଳିବାରେ ଲାଗିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଉକ୍ତ ଅପରେସନରେ ସାମିଲ ହୋଇଥିବା ଭାରତୀୟ ସେନା, NDRF, SDRF ଓ ଅଗ୍ନିଶମ ବାହିନୀ ସମେତ ସମସ୍ତ ଟିମକୁ ଧନ୍ୟବାଦ ଦେଇଛନ୍ତି । ଆଜି ମୁଖ୍ୟମନ୍ତ୍ରୀ ଏନେଇ ଟ୍ବିଟ କରିଛନ୍ତି ।
-
CM @Naveen_Odisha commended the role of Indian Army @adgpi, @NDRFHQ, SDRF and other agencies for the successful rescue of #RahulSahu from a borewell in Chhattisgarh after gruelling operation of more than 100 hours. CM wished his speedy recovery.
— CMO Odisha (@CMO_Odisha) June 15, 2022 " class="align-text-top noRightClick twitterSection" data="
">CM @Naveen_Odisha commended the role of Indian Army @adgpi, @NDRFHQ, SDRF and other agencies for the successful rescue of #RahulSahu from a borewell in Chhattisgarh after gruelling operation of more than 100 hours. CM wished his speedy recovery.
— CMO Odisha (@CMO_Odisha) June 15, 2022CM @Naveen_Odisha commended the role of Indian Army @adgpi, @NDRFHQ, SDRF and other agencies for the successful rescue of #RahulSahu from a borewell in Chhattisgarh after gruelling operation of more than 100 hours. CM wished his speedy recovery.
— CMO Odisha (@CMO_Odisha) June 15, 2022
ଅପରେସନର ପ୍ରାରମ୍ଭିକ ପର୍ଯ୍ୟାୟରେ ଓଡିଶା ମଧ୍ୟ SDRF ଟିମକୁ ଛତିଶଗଡ ଅଭିମୁଖେ ପଠାଇଥିଲା । ଦୁଇ ରାଜ୍ୟର ଉଦ୍ଧାରକାରୀ ଟିମ ସମେତ NDRF ଯବାନମାନେ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଥିଲେ । ଶେଷ ପର୍ଯ୍ୟାୟରେ ଭାରତୀୟ ସେନାର ଉଚ୍ଚଦକ୍ଷତା ସମ୍ପନ୍ନ ଉଦ୍ଧାରକାରୀ ଟିମ ମଧ୍ୟ ଅପରେସନରେ ଅଂଶଗ୍ରହଣ କରିଥିଲେ । ସମସ୍ତ ପୂର୍ବପ୍ରସ୍ତୁତି, ଉଦ୍ଧାରକାରୀ ଟିମ, ମେଡିକାଲ ଟିମ ଓ ସ୍ଥାନୀୟ ପ୍ରଶାନସର ସଠିକ ସମନ୍ବୟରେ ଦୀର୍ଘ 104 ଘଣ୍ଟା ପରେ ଗତକାଲି ବିଳମ୍ବିତ ରାତିରେ ରାହୁଲଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଥିଲା ।
ପୂର୍ବରୁ ପ୍ରସ୍ତୁତ ରହିଥିବା ଆମ୍ବୁଲାନ୍ସରେ ଗ୍ରୀନ କରିଡର ଯୋଗେ ରାହୁଲକୁ ବିଳାସପୁରର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ରାହୁଲ ବର୍ତ୍ତମାନ ଚିକିତ୍ସିତ ହେଉଥିବାବେଳେ ସ୍ବାସ୍ଥ୍ୟବସ୍ଥାରେ ମଧ୍ୟ କ୍ରମଶଃ ସୁଧାର ଆସୁଛି । ଆଜି ମୁଖ୍ୟମନ୍ତ୍ରୀ ଭୁପେଶ ବଘେଲ ହସ୍ପିଟାଲ ଗସ୍ତ କରି ରାହୁଲର ସ୍ବାସ୍ଥ୍ୟବସ୍ଥା ଓ ଚିକିତ୍ସା ତଦାରଖ କରିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ