ETV Bharat / bharat

ଆକ୍ରମଣକୁ ନିନ୍ଦା କଲା NATO, ୟୁକ୍ରେନରୁ ହଟିବା ପାଇଁ ଋଷକୁ ଚେତାବନୀ - ଋଷର ଆକ୍ରମଣ ଘଟଣା

ୟୁକ୍ରେନ ଉପରେ ଋଷର ଆକ୍ରମଣକୁ କଡା ନିନ୍ଦା କଲା ନାଟୋ । ୟୁକ୍ରେନ ଅଞ୍ଚଳରୁ ତୁରନ୍ତ ସେନା ହଟାଇବା ପାଇଁ ଋଷକୁ NATO ମୁଖ୍ୟଙ୍କ ଚେତାବନୀ । ଅଧିକ ପଢନ୍ତୁ

ଆକ୍ରମଣକୁ ନିନ୍ଦା କଲା NATO, ତୁରନ୍ତ ୟୁକ୍ରେନରୁ ହଟିବା ପାଇଁ ଦେଲା ଚେତାବନୀ

author img

By

Published : Feb 24, 2022, 7:10 PM IST

ନୂଆଦିଲ୍ଲୀ: ୟୁକ୍ରେନ ଉପରେ ଋଷର ଆକ୍ରମଣକୁ କଡା ନିନ୍ଦା କରିଛି ନାଟୋ (NATO) । ୟୁକ୍ରେନ ଅଞ୍ଚଳରୁ ତୁରନ୍ତ ସେନା ହଟାଇବା ପାଇଁ ଋଷକୁ ଚେତାବନୀ ଦେଇଛନ୍ତି NATO ମୁଖ୍ୟ ତଥା ସେକ୍ରେଟେରୀ ଜେନେରାଲ୍ ଜେନ୍ସ ଷ୍ଟୋଲଟେନ୍ବର୍ଗ ।

ସେକ୍ରେଟେରୀ ଜେନେରାଲ୍ ଜେନ୍ସ ଷ୍ଟୋଲଟେନ୍ବର୍ଗ କହିଛନ୍ତି ଗଣତନ୍ତ୍ର ସର୍ବଦା ସ୍ବଚ୍ଛାଚାରୀ ଶାସନ ଉପରେ ବିଜୟ ପାଇବ । ଅତ୍ୟାଚାର ଉପରେ ଗଣତନ୍ତ୍ର ସର୍ବଦା ବିଜୟ ହୋଇଛି । ଋଷର ଆକ୍ରମଣ ପରେ ଆମେ ସମ୍ପୂର୍ଣ୍ଣ ପ୍ରସ୍ତୁତି ଆରମ୍ଭ କରିଛୁ । ନାଟୋ ବାହିନୀକୁ ଅଧିକ କ୍ଷମତା ପ୍ରଦାନ କରି ପ୍ରତିରକ୍ଷା ଯୋଜନାକୁ ସକ୍ରିୟ କରାଯାଇଛି । ପୂର୍ବ ୟୁରୋପରେ ନାଟୋର ସକ୍ରିୟତାକୁ ବୃଦ୍ଧି କରାଯିବା ଆରମ୍ଭ କରାଯାଇ ସାରିଲାଣି ।

ସେହିପରି ଆହୁରି ମଧ୍ୟ ସେ କହିଛନ୍ତି, ବର୍ତ୍ତମାନ ୟୁକ୍ରେନ ସୀମାରେ ନାଟୋର କୌଣସି ସୈନ୍ୟ ନାହାଁନ୍ତି । ନାଟୋ ଅଞ୍ଚଳାଧୀନ ପୂର୍ବ ଭାଗରେ ଆମେ ନାଟୋ ସୈନ୍ୟଙ୍କ ଉପସ୍ଥିତି ବୃଦ୍ଧି କରୁଛୁ । ୟୁକ୍ରେନ ଉପରେ ଋଷର ଅତର୍କିତ ଆକ୍ରମଣ ପାଇଁ ନାଟୋ ସହଯୋଗୀ ରାଷ୍ଟ୍ରମାନେ ଋଷ ଉପରେ ଏକାଧିକ କଟକଣା ଜାରି କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.