ETV Bharat / bharat

ଜାତୀୟ ଆଦିବାସୀ ନୃତ୍ୟ ମହୋତ୍ସବ ଉଦଯାପିତ, ଦ୍ବିତୀୟ ସ୍ଥାନରେ ଓଡିଶା

author img

By

Published : Oct 30, 2021, 10:57 PM IST

ରାୟପୁରରେ ଚାଲିଥିବା ତିନି ଦିନିଆ ଜାତୀୟ ଆଦିବାସୀ ନୃତ୍ୟ ମହୋତ୍ସବ ଶେଷ ହୋଇଛି। ଦ୍ବିତୀୟ ସ୍ଥାନ ହାସଲ କରିଛନ୍ତି ଅଂଶଗ୍ରହଣ କରିଥିବା ଓଡିଆ ପ୍ରତିଯୋଗୀ । କାର୍ଯ୍ୟକ୍ରମକୁ ସଫଳ କହିବା ସହ ଆଦିବାସୀ ସମାଜର ସ୍ଲୋଗାନ ସେବା ବୋଲି କହିଲେ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ । ଅଧିକ ପଢନ୍ତୁ...

ଜାତୀୟ ଆଦିବାସୀ ନୃତ୍ୟ ମହତ୍ସୋବ ଉଦ୍ଜାପିତ , ଦ୍ବିତୀୟ ସ୍ଥାନରେ ଓଡିଶା

ରାୟପୁର: ଉଦଯାପିତ ହୋଇଛି ରାୟପୁରରେ ୩ଦିନ ଧରି ଚାଲିଥିବା ଜାତୀୟ ଆଦିବାସୀ ନୃତ୍ୟ ମହୋତ୍ସବ 2021 । ଏହି ଅବସରରେ ଏହି ମହାନ କାର୍ଯ୍ୟକ୍ରମର ଆୟୋଜିତ ପାଇଁ ପାଇଁ ସମସ୍ତଙ୍କୁ ଧନ୍ୟବାଦ ଦେଇଛନ୍ତି ଛତିଶଗଡ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ । ସମଗ୍ର ବିଶ୍ୱରୁ ଆଦିବାସୀ ସାଥୀମାନଙ୍କର ସହଯୋଗ ପାଇଁ ରାୟପୁରରେ ଏହି ଜାତୀୟ ଆଦିବାସୀ ନୃତ୍ୟ ମହୋତ୍ସବରେ ସଫଳ ଆୟୋଜନ ସମ୍ଭବ ହୋଇପାରିଛି ବୋଲି କହିବା ସହ ସମସ୍ତଙ୍କୁ ଧନ୍ୟବାଦ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ବାଘେଲ ।

ଏହି ୩ ଦିନିଆ ମହୋତ୍ସବରେ ଆଦିବାସୀ ନୃତ୍ୟ, ସଙ୍ଗୀତ, ସଂସ୍କୃତି ପ୍ରଦର୍ଶିତ କରିଥିଲେ ଦେଶର ବିଭିନ୍ନ ପ୍ରାନ୍ତରୁ ଆସିଥିବା ଆଦିବାସୀ ପ୍ରତିଯୋଗୀ । ଏହି ଜାତୀୟ ପ୍ରତିଯୋଗିତାରେ ଝାଡଖଣ୍ଡର ନୃତ୍ୟଶିଳ୍ପୀ ପ୍ରଥମ ସ୍ଥାନ ଅଧିକାର କରିଥିବାବେଳେ, ଓଡିଶାରୁ ଅଂଶଗ୍ରହଣ କରିଥିବା ପ୍ରତିଯୋଗୀ ୨ୟ ସ୍ଥାନ ଅଧିକାର କରିଛନ୍ତି । ସେହିପରି ତୃତୀୟ ସ୍ଥାନରେ ଆସାମର ନୃତ୍ୟଶିଳ୍ପୀ ରହିଥିବା ସୂଚନା ରହିଛି । କୃତି କଳାକାରଙ୍କୁ ଅର୍ଥରାଶି ସହ ଆଓ୍ବାର୍ଡ ଓ ପ୍ରମାଣ ପତ୍ର ପ୍ରଦାନ କରି ପୁରସ୍କୃତ କରାଯାଇଛି । ୧ମ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀଙ୍କୁ ୫ ଲକ୍ଷ ଅର୍ଥ ରାଶି ସହ ପ୍ରମାଣପତ୍ର ଓ ୨ୟଙ୍କୁ ୩ ଲକ୍ଷ ଏବ ତୃତୀୟ ସ୍ଥାନ ଅଧିକାର କରିଥିବା ସଫଳ ପ୍ରତିଯୋଗୀଙ୍କୁ ୨ ଲକ୍ଷ ଅର୍ଥରାଶି ସହ ପ୍ରମାଣ ପତ୍ରରେ ସମ୍ମାନିତ କରାଯାଇଛି ।

ଏହି କାର୍ଯ୍ଯକ୍ରମ ଅବସରରେ, ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ ଅତିଥି ଭାବେ ଯୋଗ ଦେଇ କହିଛନ୍ତି ଯେ, ଆଦିବାସୀ ମହୋତ୍ସବ ମାଧ୍ୟମରେ ଆମେ ଗୋଟିଏ ପ୍ଲାଟଫର୍ମରେ ବିଭିନ୍ନ ଆଦିବାସୀ ଜନଜାତିର ଗୀତ, ସଙ୍ଗୀତ, ନୃତ୍ୟ ଏବଂ ସଂସ୍କୃତିକୁ ଉପସ୍ଥାପନ କରିବାର ପ୍ରୟାସ କରିଛୁ । ଯାହା ଶତାବ୍ଦୀ ଧରି ଏହି ଆଦିବାସୀ ସମାଜର ପରିଚୟ ବହନ କରେ । ସମସ୍ତ ସ୍ଥାନର ଆଦିବାସୀ ଜନଜାତିର ସଂସ୍କୃତି ମଧ୍ୟରେ ସମନତା ଥିବା ଏହି ମଞ୍ଚରେ ପ୍ରତିଫଳିତ ହୋଇଛି ବୋଲି ମଧ୍ୟ ସେ ମତ ରଖିଛନ୍ତି । ଆଦିବାସୀ ସମାଜର ପ୍ରକୃତ ସ୍ଲୋଗାନ ହେଉଛି ସେବା, ଅର୍ଥାତ୍ ପ୍ରକୃତି ଏବଂ ସମାଜ ପାଇଁ ସେବା ହିଁ ଆଦିବାସୀ ସମାଜର ବାସ୍ତବିକତା ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ବାଘେଲ । ସମାପନ ସମାରୋହରେ କଂଗ୍ରେସର ବରିଷ୍ଠ ନେତା ଭକ୍ତ ଚରଣ ଦାସ ମଧ୍ୟ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମର ଶେଷ ଅଭିଭାଷଣରେ ମନ୍ତ୍ରୀ ଅମରଜିତ ଭାଗବତ କବିତା ଆବୃତ୍ତି କରି ସମସ୍ତଙ୍କ ହୃଦୟ ଜିତିଥିଲେ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.