ନୂଆଦିଲ୍ଲୀ: ଜାତୀୟ କ୍ରୀଡ଼ା ପୁରସ୍କାର ପ୍ରଦାନ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଓଡ଼ିଆ ଅନ୍ତର୍ଜାତୀୟ ହକି ଖେଳାଳି ଦୀପଗ୍ରେସ୍ ଏକ୍କାଙ୍କୁ ଅର୍ଜୁନ ପୁରସ୍କାରରେ ସମ୍ମନିତ କରାଯାଇଛି । ଦୀପଗ୍ରେସ୍ଙ୍କୁ ମିଶାଇ ମୋଟ ୨୫ ଜଣଙ୍କୁ ଅର୍ଜୁନ ପୁରସ୍କାର ପ୍ରଦାନ କରାଯାଇଛି । ସେହିଭଳି ଟେବୁଲ ଟେନିସ୍ ଖେଳାଳି ଶରତ କମଲ୍ଙ୍କୁ କ୍ରୀଡ଼ାର ସର୍ବୋଚ୍ଚ ସମ୍ମାନ ମେଜର ଧ୍ୟାନଚନ୍ଦ ଖେଳରତ୍ନ ପୁରସ୍କାରରେ ସମ୍ମାନିତ କରାଯାଇଛି । ୭ ଜଣ କୋଚ୍ଙ୍କୁ ଦ୍ରୋଣାଚାର୍ଯ୍ୟ ସମ୍ମାନରେ ସମ୍ମାନିତ କରାଯାଇଛି ।
-
President Droupadi Murmu confers Arjuna Award, 2022 on Ms. Jerlin Anika J for her achievements in Deaf Badminton. She won:
— President of India (@rashtrapatibhvn) November 30, 2022 " class="align-text-top noRightClick twitterSection" data="
• Gold Medal (Women's Singles) in 24th Summer Deaflympics, 2021
• Gold Medal (Mixed Doubles) in 24th Summer Deaflympics, 2021 pic.twitter.com/xap9fb1J3T
">President Droupadi Murmu confers Arjuna Award, 2022 on Ms. Jerlin Anika J for her achievements in Deaf Badminton. She won:
— President of India (@rashtrapatibhvn) November 30, 2022
• Gold Medal (Women's Singles) in 24th Summer Deaflympics, 2021
• Gold Medal (Mixed Doubles) in 24th Summer Deaflympics, 2021 pic.twitter.com/xap9fb1J3TPresident Droupadi Murmu confers Arjuna Award, 2022 on Ms. Jerlin Anika J for her achievements in Deaf Badminton. She won:
— President of India (@rashtrapatibhvn) November 30, 2022
• Gold Medal (Women's Singles) in 24th Summer Deaflympics, 2021
• Gold Medal (Mixed Doubles) in 24th Summer Deaflympics, 2021 pic.twitter.com/xap9fb1J3T
କ୍ରୀଡ଼ା କ୍ଷେତ୍ରରେ ଜଣେ କ୍ରୀଡ଼ାବିତ୍ଙ୍କ ସମ୍ପୂର୍ଣ୍ଣ ଜୀବନକାଳରେ ସର୍ବୋତ୍କୃଷ୍ଟ ପ୍ରଦର୍ଶନ ପାଇଁ ମେଜର ଧ୍ୟାନଚନ୍ଦ ଖେଳରତ୍ନ ପୁରସ୍କାର ପ୍ରଦାନ କରାଯାଏ । ଚଳିତ ବର୍ଷ ଏହି ସମ୍ମାନ ପାଇଁ ଟେବୁଲ ଟେନିସ ଖେଳାଳି ଶରତ କମଲ । ସେହିଭଳି କ୍ରୀଡ଼ା ପ୍ରଶିକ୍ଷକଙ୍କୁ ଦ୍ରୋଣାଚାର୍ଯ୍ୟ ପୁରସ୍କାର ପ୍ରଦାନ କରାଯାଉଛି ।
ଦ୍ରୋଣାଚାର୍ଯ୍ୟ ପୁରସ୍କାର:
- ଜୀବନଜୋତ୍ ସିଂ ତେଜା (ତୀରନ୍ଦାଜୀ )
- ମହମ୍ମଦ ଅଲି କାମାର (ବକ୍ସିଂ)
- ସୁମା ଶିରୁର (ପାରା ଶୁଟିଂ)
- ସୁଜିତ୍ ମନ୍ (କୁସ୍ତି)
ଜୀବନ ବ୍ୟାପି ସାଧନା ଦ୍ରୋଣାଚାର୍ଯ୍ୟ ପୁରସ୍କାର:
- ଦୀନେଶ ଲାଡ୍ (କ୍ରିକେଟ୍)
- ବିମଲ ଘୋଷ (ଫୁଟବଲ)
- ରାଜ ସିଂ (କୁସ୍ତି)
ଏହି କ୍ରମରେ କ୍ରୀଡ଼ା କ୍ଷେତ୍ରରେ ଉତ୍କୃଷ୍ଟ ପ୍ରଦର୍ଶନ ଯୋଗୁଁ ଚଳିତ ବର୍ଷ ୨୫ ଜଣଙ୍କୁ ଅର୍ଜୁନ ପୁରସ୍କାରରେ ସମ୍ମାନିତ କରାଯାଇଛି । ଏହି ତାଲିକାରେ ଓଡ଼ିଆ ଝିଅ ଦୀପଗ୍ରେସ୍ ଏକ୍କା ଧ୍ୟ ସାମିଲ ରହିଛନ୍ତି । ଏହାଛଡ଼ା ତିନୋଟି ସଂସ୍ଥାକୁ ଖେଳ ପ୍ରୋତ୍ସାହନ ପୁରସ୍କାରରେ ସମ୍ମାନିତ କରାଯାଇଛି ।
ଅର୍ଜୁନ ପୁରସ୍କାର
- ସୀମା ପୁନିଆ (ଆଥଲେଟିକ୍ସ)
- ଆଲଡୋସ୍ ପଲ୍ (ଆଥଲେଟିକ୍ସ)
- ଅବିନାଶ ସାବ୍ଲେ (ଆଥଲେଟିକ୍ସ)
- ଲକ୍ଷ୍ୟ ସେନ୍ (ବ୍ୟାଡମିଣ୍ଟନ୍)
- ଏଚ୍ଏସ୍ ପ୍ରଣୟ (ବ୍ୟାଡମିଣ୍ଟନ୍)
- ଅମିତ (ବକ୍ସିଂ)
- ନିଖତ୍ ଜରିନ୍ (ବକ୍ସିଂ)
- ଭକ୍ତି କୁଲକର୍ଣ୍ଣି (ଚେସ୍)
- ଆର ପ୍ରଜ୍ଞାନନ୍ଦା (ଚେସ୍)
- ଦୀପ ଗ୍ରେସ୍ ଏକ୍କା (ହକି)
- ସୁଶୀଲା ଦେବୀ (ଜୁଡୋ)
- ସାକ୍ଷୀ କୁମାରୀ (କବାଡି)
- ୟନ୍ ମୋନି ସାଇକିଆ (ଲନ୍ ବଲ୍ )
- ସାଗର ଓଭାଲକର (ମଲଖମ୍ବ)
- ଏଲ୍ବେନିଲ୍ ଭାଲାରିଭାନ୍ (ସୁଟିଂ)
- ଓମପ୍ରକାଶ ମିଠାରୱାଲ (ସୁଟିଂ)
- ଶ୍ରୀଜା ଅକୁଲା (ଟେବୁଲ୍ ଟେନିସ୍)
- ବିକାଶ ଠାକୁର (ଭାରୋତ୍ତୋଳନ)
- ଅଂଶୁ (କୁସ୍ତି)
- ସରିତା (କୁସ୍ତି)
- ପରଭେନ (ଉଶୁ)
- ମାନସୀ ଯୋଶୀ (ପାରା ବ୍ୟାଡମିଣ୍ଟନ୍)
- ତରୁଣ ଢିଲନ୍ (ପାରା ବ୍ୟାଡମିଣ୍ଟନ୍)
- ସ୍ବପ୍ନିଲ ପାଟିଲ (ପାରା ସ୍ବିମିଂ)
- ଜେରଲିନ୍ ଅନିକା ଜେ (ବଧିର ବ୍ୟାଡମିଣ୍ଟନ୍)