ETV Bharat / bharat

ଜାତୀୟ ବିଜ୍ଞାନ ଦିବସ: ଏହି କାରଣରୁ ନୀଳ ରଙ୍ଗ ସମୁଦ୍ର...

1928 ମସିହାରେ ଭାରତୀୟ ପଦାର୍ଥ ବିଜ୍ଞାନୀ ସାର୍ ଚନ୍ଦ୍ରଶେଖରା ଭେଙ୍କଟା ରମଣ(ସିଭି ରମଣ)ଙ୍କ ଦ୍ବାରା ଭାରତରେ ରମଣ ପ୍ରଭାବର ଉଦଭାବନକୁ ସ୍ମରଣ କରିବା ପାଇଁ ପ୍ରତିବର୍ଷ ଫେବୃଆରୀ 28 ରେ ଜାତୀୟ ବିଜ୍ଞାନ ଦିବସ ଅତି ଉତ୍ସାହର ସହିତ ପାଳନ କରାଯାଇଥାଏ। ଅଧିକ ପଢନ୍ତୁ..

ଜାତୀୟ ବିଜ୍ଞାନ ଦିବସ
ଜାତୀୟ ବିଜ୍ଞାନ ଦିବସ
author img

By

Published : Feb 28, 2021, 8:01 AM IST

ହାଇଦ୍ରାବାଦ: 1928 ମସିହାରେ ଭାରତୀୟ ପଦାର୍ଥ ବିଜ୍ଞାନୀ ସାର୍ ଚନ୍ଦ୍ରଶେଖରା ଭେଙ୍କଟା ରମଣ(ସିଭି ରମଣ)ଙ୍କ ଦ୍ବାରା ଭାରତରେ ରମଣ ପ୍ରଭାବର ଉଦଭାବନକୁ ସ୍ମରଣ କରିବା ପାଇଁ ପ୍ରତିବର୍ଷ ଫେବୃଆରୀ 28 ରେ ଜାତୀୟ ବିଜ୍ଞାନ ଦିବସ ଅତି ଉତ୍ସାହର ସହିତ ପାଳନ କରାଯାଇଥାଏ। ଭାରତରେ ବିଜ୍ଞାନ କ୍ଷେତ୍ରରେ ସଫଳତା ପାଇଁ ଚନ୍ଦ୍ରଶେଖରା ଭେଙ୍କଟା ରମଣଙ୍କୁ 1930 ମସିହାରେ ପଦାର୍ଥ ବିଜ୍ଞାନରେ ନୋବେଲ ପୁରସ୍କାରରେ ସମ୍ମାନିତ କରାଯାଇଥିଲା। ବର୍ତ୍ତମାନ ଭାରତ ସରକାର ପ୍ରତିବର୍ଷ ବୈଜ୍ଞାନିକଙ୍କୁ ଉତ୍ସାହିତ କରିବା ପାଇଁ ଏହି ଦିନ ପାଳନ କରୁଛନ୍ତି ।

ଜାତୀୟ ବିଜ୍ଞାନ ଦିବସ ପାଳନ କରିବାର ଉଦ୍ଦେଶ୍ୟ-

  • ଲୋକଙ୍କ ଦୈନନ୍ଦିନ ଜୀବନରେ ବୈଜ୍ଞାନିକ ପ୍ରୟୋଗର ମହତ୍ତ୍ବ ବିଷୟରେ ଏକ ବାର୍ତ୍ତା ବିସ୍ତାର କରିବା ପାଇଁ ପ୍ରତିବର୍ଷ ଜାତୀୟ ବିଜ୍ଞାନ ଦିବସ ପାଳନ କରାଯାଏ ।
  • ମାନବ କଲ୍ୟାଣ ପାଇଁ ବିଜ୍ଞାନ କ୍ଷେତ୍ରରେ ସମସ୍ତ କାର୍ଯ୍ୟକଳାପ, ପ୍ରୟାସ ଏବଂ ସଫଳତା ପ୍ରଦର୍ଶନ କରିବାକୁ ଏହି ଦିବସ ପାଳନ କରାଯାଏ ।
  • ଏହି ଦିନର ମୌଳିକ ଉଦ୍ଦେଶ୍ୟ ହେଉଛି ଛାତ୍ରଙ୍କୁ ନୂତନ ପରୀକ୍ଷଣରେ ପ୍ରେରଣା ଦେବା, ସେମାନଙ୍କୁ ବିଜ୍ଞାନ ପ୍ରତି ଆକର୍ଷିତ କରିବା, ବିଜ୍ଞାନ ଏବଂ ବୈଜ୍ଞାନିକ ସଫଳତା ବିଷୟରେ ଅବଗତ କରାଇବା । ବୈଜ୍ଞାନିକ କାର୍ଯ୍ୟକଳାପ ସହିତ ଜଡିତ ଏହି ଦିନରେ ଅନେକ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି ।
  • ସମସ୍ତ ବିଷୟ ଉପରେ ଆଲୋଚନା କରିବା ଏବଂ ବିଜ୍ଞାନର ବିକାଶ ପାଇଁ ନୂତନ ଜ୍ଞାନକୌଶଳ ପ୍ରୟୋଗ କରିବା ଉଦ୍ଦେଶ୍ୟ ।

ରମଣ ପ୍ରଭାବ କ’ଣ ?

ରମଣ ପ୍ରଭାବ ହେଲା, ଯେତେବେଳେ ଏକ ତରଳ ପଦାର୍ଥରୁ ଆଲୋକର ତରଙ୍ଗ ବାହାରିଥାଏ ସେତେବେଳେ ଏହି ଆଲୋକ ତରଙ୍ଗର କିଛି ଅଂଶ ବିଭିନ୍ନ ଦିଗରେ ବିଚ୍ଛୁରିତ ହୋଇ ପଡିଥାଏ, ଯାହା ଆସୁଥିବା ଆଲୋକ ତରଙ୍ଗର ଦିଗଠାରୁ ଭିନ୍ନ । ତାଙ୍କର ଏହି ଅନୁସନ୍ଧାନରୁ ଜଣାପଡିଥିଲା ଯେ ସମୁଦ୍ର ଜଳର ରଙ୍ଗ କାହିଁକି ନୀଳ ଦେଖାଯାଏ। ଫୋଟନ୍ କଣିକାର ନମନୀୟତା ବିଷୟରେ ପ୍ରକାଶ କରିଥାଏ ରମଣ ପ୍ରଭାବ ।

ସିଭି ରମଣ କିଏ ?

ଡକ୍ଟର ସି.ଭି ରମଣ 7 ନଭେମ୍ବର 1888 ରେ ବ୍ରିଟିଶ ଭାରତର ତତ୍କାଳୀନ ମାଡ୍ରାସ ପ୍ରେସିଡେନ୍ସି (ତାମିଲନାଡୁ) ରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ପିତା ଗଣିତ ଏବଂ ପଦାର୍ଥ ବିଜ୍ଞାନର ପ୍ରଫେସର ଥିଲେ। ସିଭି ରମଣ ମାଡ୍ରାସର ପ୍ରେସିଡେନ୍ସି କଲେଜରୁ ବିଏ ଶେଷ କରିଥିଲେ ଏବଂ ସେହି କଲେଜରୁ ପଦାର୍ଥ ବିଜ୍ଞାନରେ ଏମଏ କରିଥିଲେ । ସେ ଇଣ୍ଡିଆନ୍ ଆସୋସିଏସନ୍ ଫର କଲଭେସନ୍ ଅଫ୍ ସାଇନ୍ସ ଏବଂ କଲିକତା ବିଶ୍ବବିଦ୍ୟାଳୟର ଲାବୋରେଟୋରୀ ଉପରେ ଅନୁସନ୍ଧାନ ଜାରି ରଖିଥିଲେ।

ସେ ଇସ୍ପାତର ସ୍ପେକଟ୍ରମ୍ ପ୍ରକୃତି, ଷ୍ଟିଲ୍ ଡାଇନାମିକ୍ସର ମୌଳିକ ପ୍ରସଙ୍ଗତା, ହୀରାର ଗଠନ ଏବଂ ଗୁଣ ଏବଂ ଅନେକ ପିଗମେଣ୍ଟେଡ୍ ସାମଗ୍ରୀର ଅପ୍ଟିକାଲ୍ ଆଚରଣ ଉପରେ ସେ ଅନୁସନ୍ଧାନ କରିଥିଲେ । ସେ ସର୍ବପ୍ରଥମେ ତବଲା ଏବଂ ମୃଦଙ୍ଗର ସୁସଙ୍ଗତ ପ୍ରକୃତି ଆବିଷ୍କାର କରିଥିଲେ । ଭାରତ ସରକାର ତାଙ୍କୁ 1954 ମସିହାରେ ସର୍ବୋଚ୍ଚ ନାଗରିକ ପୁରସ୍କାର ଭାରତ ରତ୍ନ ସମ୍ମାନରେ ସମ୍ମାନିତ କରିଥିଲେ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.