ହାଇଦ୍ରାବାଦ: ଆଧୁନିକ ଯୁଗରେ ନୂଆ ନୂଆ ଜ୍ଞାନ କୌଶଳ ସହିତ ଲୋକମାନେ ଆଗେଇ ଚାଲିଛନ୍ତି । ବିଜ୍ଞାନର ଅଗ୍ରଗତି ସହିତ ଲୋକମାନେ ଆଧୁନିକତାର ବଶବର୍ତ୍ତୀ ହୋଇ ପରିବେଶ ପ୍ରତି ନିଜର କର୍ତ୍ତବ୍ୟ ସମ୍ପର୍କରେ ଭୁଲି ଯାଉଛନ୍ତି । ଯାହାଦ୍ବାରା ସମୟ ଅତିକ୍ରମ କରିବା ସହିତ ପରିବେଶର ଅବନତି ଘଟୁଛି । ଲୋକମାନଙ୍କୁ ସଚେତନ କରିବା ତଥା ପରିବେଶର ସୁରକ୍ଷା ପ୍ରତି ସେମାନଙ୍କର କର୍ତ୍ତବ୍ୟ ସମ୍ପର୍କରେ ମନେ ପକାଇବା ପାଇଁ ପ୍ରତିବର୍ଷ ଦେଶରେ ବିଭିନ୍ନ ପରିବେଶ ସୁରକ୍ଷା ସମ୍ପର୍କିତ ଦିବସ ପାଳନ ହେଉଛି । ପ୍ରଦୂଷଣ ବୃଦ୍ଧି ହେତୁ ସୃଷ୍ଟି ହେଉଥିବା ସମସ୍ୟା ବିଷୟରେ ସଚେତନତା ସୃଷ୍ଟି କରିବାକୁ ପ୍ରତିବର୍ଷ 2 ଡିସେମ୍ବରରେ ଜାତୀୟ ପ୍ରଦୂଷଣ ନିୟନ୍ତ୍ରଣ ଦିବସ ପାଳନ କରାଯାଇଥାଏ ।
ତେବେ ଭାରତର ଜାତୀୟ ସ୍ବାସ୍ଥ୍ୟ ପୋର୍ଟାଲ ଅନୁଯାୟୀ, ବାୟୁ ପ୍ରଦୂଷଣ ହେତୁ ପ୍ରତିବର୍ଷ ବିଶ୍ବରେ ପ୍ରାୟ 7 ନିୟୁତ ଲୋକ ମୃତ୍ୟୁ ବରଣ କରୁଛନ୍ତି । ବାୟୁରେ ଥିବା ପ୍ରଦୂଷକ ଶରୀରରେ ଥିବା ପ୍ରତିରକ୍ଷା ପ୍ରତିବନ୍ଧକକୁ ଅତିକ୍ରମ କରି ଆମ ଶରୀରର ଫୁସଫୁସ, ମସ୍ତିଷ୍କ ଏବଂ ହୃତପିଣ୍ଡ ମଧ୍ୟକୁ ପ୍ରବେଶ କରି କ୍ଷତି ପହଞ୍ଚାଇପାରେ । ବାୟୁ ପ୍ରଦୂଷଣ ହିଁ ଓଜୋନ ସ୍ତରର କ୍ଷତି ପାଇଁ ଦାୟୀ । ଭୋପାଳ ଗ୍ୟାସ ଦୁର୍ଘଟଣାରେ ପ୍ରଭାବିତ ଲୋକଙ୍କ ସ୍ମୃତିରେ ମଧ୍ୟ ଏହି ଜାତୀୟ ପ୍ରଦୂଷଣ ନିୟନ୍ତ୍ରଣ ଦିବସ ପାଳନ କରାଯାଏ । ଭୋପାଳ ଗ୍ୟାସ ବିପର୍ଯ୍ୟୟକୁ ବିଶ୍ଵର ସବୁଠାରୁ ଖରାପ ଶିଳ୍ପ ବିପର୍ଯ୍ୟୟ ଭାବରେ ବିବେଚନା କରାଯାଏ ଏବଂ ଏହା ଅତ୍ୟଧିକ କ୍ଷତିକାରକ ମିଥାଇଲ ଆଇସୋକିଆନେଟ (MIC) ଗ୍ୟାସ ଲିକ ହେବା ଯୋଗୁଁ ଘଟିଥିଲା । ଏହି ଦୁଃଖଦ ଘଟଣାରେ ପ୍ରାୟ 3787 ଜଣଙ୍କର ମୃତ୍ୟୁ ଘଟିଥିଲା ।
ଏହି ଦିବସଟି ପାଳନ କରିବାର ମୂଳ ଉଦ୍ଦେଶ୍ୟ ହେଉଛି ଶିଳ୍ପ ବିପର୍ଯ୍ୟୟର ନିୟନ୍ତ୍ରଣ ବିଷୟରେ ସଚେତନତା ସୃଷ୍ଟି କରିବା ସହିତ ପ୍ରଦୂଷଣ ନିୟନ୍ତ୍ରଣ ଦିଗରେ ମଧ୍ୟ ଉଦ୍ୟମ କରିବା। ଆମ ପରିବେଶର ବାୟୁ, ଜଳ ଏବଂ ମୃତ୍ତିକାକୁ ପ୍ରଦୂଷଣରୁ ରକ୍ଷା କରିବା ପାଇଁ ଲୋକଙ୍କୁ ଉତ୍ସାହିତ କରିବା। ପ୍ରଦୂଷଣକୁ ନିୟନ୍ତ୍ରଣ କରିବା ପାଇଁ ସରକାର ଅନେକ ଆଇନ ଗଠନ କରିଛନ୍ତି ଏବଂ ଘୋଷଣା କରିଛନ୍ତି । ତେଣୁ ଏହି ଦିବସକୁ ପାଳନ କରିବା ସହିତ ସରକାର ଗଠନ କରିଥିବା ଆଇନ ପ୍ରତି ଧ୍ୟାନ ଦେବା ନିହାତି ଜରୁରୀ । ପ୍ରଦୂଷଣର ଅନେକ କାରଣ ଅଛି ଯେପରିକି ଫାୟାର ଫ୍ରାକର, ବୋମା ବିସ୍ଫୋରଣ, ଶିଳ୍ପାଞ୍ଚଳ, ଯାନବାହନରୁ ବିଷାକ୍ତ ଗ୍ୟାସ ଲିକ। ତେବେ ଏହି ସମସ୍ତ ପ୍ରଦୂଷଣର ଉତ୍ସକୁ ରୋକିବା ପାଇଁ ଚେଷ୍ଟା କରିବା ।
ଜାତୀୟ ପ୍ରଦୂଷଣ ନିୟନ୍ତ୍ରଣ ଦିବସର ଗୁରୁତ୍ବ:-
- ପ୍ରତ୍ୟେକ ଲୋକଙ୍କର କଲ୍ୟାଣ ଏବଂ ଉନ୍ନତି ପାଇଁ ସରକାରଙ୍କ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ଯେକୌଣସି ପ୍ରକାରର ଧାରଣା ଏବଂ ଯୋଜନା ମାଧ୍ୟମରେ ସୁରକ୍ଷିତ ଏବଂ ପରିଷ୍କାର ପରିବେଶ ଦେବା ପାଇଁ ବ୍ୟବହୃତ ହୁଏ ।
- ଏକ ପ୍ରଦୂଷଣମୁକ୍ତ ଉନ୍ନତ ବିଶ୍ବ ସୃଷ୍ଟି କରିବା ପାଇଁ ପ୍ରଦୂଷଣକୁ ହ୍ରାସ କରିବା ଉପରେ ଧ୍ୟାନ ଦେବା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ । ପ୍ରତ୍ୟେକ ଦେଶରେ ସରକାରଙ୍କ ପକ୍ଷରୁ ନିଆଯାଉଥିବା ଅନେକ ପ୍ରଦୂଷଣ ମୁକ୍ତ କାର୍ଯ୍ୟକଳାପ ମାଧ୍ୟମରେ ପ୍ରଦୂଷଣକୁ ହ୍ରାସ କରିବାକୁ ସମସ୍ତଙ୍କୁ ଆଗକୁ ଆସିବାକୁ ଏହି ଦିବସ ବାର୍ତ୍ତା ଦେଇଥାଏ ।
- ଦେଶର ପ୍ରତ୍ୟେକ ଲୋକଙ୍କର ଅନେକ ଅଞ୍ଚଳରେ ଅନେକ ଲୋକ ବାସ କରନ୍ତି ଏବଂ ପ୍ରତ୍ୟେକ ଲୋକ ଅନେକ ଯାନ ବ୍ୟବହାର କରୁଛନ୍ତି ଯାହା ଦ୍ବାରା ଦିନକୁ ଦିନ ବାୟୁ ପ୍ରଦୂଷିତ ହେଉଛି। ତେଣୁ ପ୍ରଦୂଷଣ ନିୟନ୍ତ୍ରଣ ପ୍ରସଙ୍ଗ ଉପରେ ଧ୍ୟାନ ଦେବା ଏବଂ ପ୍ରାକୃତିକ ପରିବେଶକୁ କ୍ଷତି ନକରି ପ୍ରଦୂଷଣ ସମସ୍ୟାର ସମାଧାନ କରିବା ଲାଗି ସରକାରଙ୍କ ଜରୁରୀ ହେବା ପାଇଁ ମଧ୍ୟ ଏହି ଦିବସ ସୂଚାଇଥାଏ ।
- ଭାରତରେ ଅନେକ ରାଜ୍ୟ ଅଛି ଯେଉଁଠାରେ ଲୋକମାନେ ଅନେକ ପ୍ରଦୂଷଣ ସମସ୍ୟାର ଶିକାର ହେଉଛନ୍ତି । ପ୍ରଦୂଷଣ ଯୋଗୁଁ ସେମାନେ ଅନେକ ବିପଜ୍ଜନକ ରୋଗରେ ପୀଡିତ ସେମାନଙ୍କର କାର୍ଯ୍ୟକୁ ସଠିକ ଭାବରେ କରି ପାରୁନାହାନ୍ତି ଏବଂ ମୃତ୍ୟୁ ମୁଖରେ ପଡ଼ୁଛନ୍ତି । ଏହି ବିପଦରୁ ସେମାନଙ୍କୁ ରକ୍ଷା କରିବା ଲାଗି ପ୍ରଦୂଷଣକୁ ରୋକିବା ନିହାତି ଆବଶ୍ୟକ ।
ପ୍ରଦୂଷଣକୁ ରୋକିବାର ପଦ୍ଧତି:-
- ଯାନବାହାନ ବ୍ୟବହାରର ଅଭ୍ୟାସକୁ ଅପେକ୍ଷକୃତ କମାଇବା ।
- ଧୂଆଁ କରୁଥିବା ବର୍ଜ୍ୟବସ୍ତୁ ନ ଜଳାଇବା ଯାହା ସ୍ବାସ୍ଥ୍ୟକୁ କ୍ଷତି ପହଞ୍ଚାଏ
- ଅକ୍ଷୟ ଶକ୍ତି ବ୍ୟବହାରକୁ ପ୍ରୋତ୍ସାହନ ଯୋଗାଇବା
- ସହରାଞ୍ଚଳରେ ପ୍ରଦୂଷଣ ହ୍ରାସ ପାଇଁ ସହରୀ ଜଙ୍ଗଲ ଏବଂ ସବୁଜ ଛାତ ପରି ବୃକ୍ଷରୋପଣର ବୃଦ୍ଧି
କୋରୋନା ମହାମାରୀ ସମୟରେ ବାୟୁ ପ୍ରଦୂଷଣ:-
- କୋରୋନା ମହାମାରୀ ସମଗ୍ର ବିଶ୍ବରେ ବାୟୁ ଗୁଣାବତ୍ତାକୁ ବୃଦ୍ଧି କରିଛି । ଲକଡାଉନ ଦ୍ବାରା କାରଖାନା ଏବଂ ରାସ୍ତା ବନ୍ଦ ହୋଇଗଲା ଫଳରେ ସେଥିରୁ ନିର୍ଗତ ଧୂଆଁ ବନ୍ଦ ଯୋଗୁଁ ବାୟୁମଣ୍ଡଳରେ ପ୍ରଦୂଷଣ ମାତ୍ରା କମିଛି ।
- ଚୀନ ସରକାର ଲକଡାଉନ ଲାଗୁ କରିବା ପରେ ପ୍ରାୟ ଅଢେଇ ବିଲିୟନ ଘରେ ରହୁଥିଲେ । ଯାହାଦ୍ବାରା ବାୟୁ ପ୍ରଦୂଷଣ ବହୁତ ମାତ୍ରାରେ କମିଛି ।
- ବୋଷ୍ଟନରେ ଥିବା ହେଲଥ ଇଫେକ୍ଟସ ଇନଷ୍ଟିଚ୍ୟୁଟର ବାୟୁ ଗୁଣବତ୍ତା ବୈଜ୍ଞାନିକ ପାଲ୍ଲାଭି ପାଣ୍ଟଙ୍କ ଅନୁଯାୟୀ ବାୟୁ ଗୁଣବତ୍ତା ଉପରେ ପ୍ରଭାବ ପକାଉଥିବା ଅନ୍ୟାନ୍ୟ କାରଣ ମଧ୍ୟ ଥାଇପାରେ। କିନ୍ତୁ ଅନେକ ପ୍ରାରମ୍ଭିକ ବିଶ୍ଳେଷଣ ଅନୁସାରେ ଯେଉଁ ଅଞ୍ଚଳରେ ବନ୍ଦ ଡାକରା ଦିଆଯାଇଛି ସେହି ଅଞ୍ଚଳରେ ବାୟୁ ପ୍ରଦୂଷଣରେ ହ୍ରାସ ଘଟିଛି ।
-କୋରୋନା ମହାମାରୀରେ ପରିବେଶ ପ୍ରଦୂଷଣ 30% ପର୍ଯ୍ୟନ୍ତ ହ୍ରାସ ପାଇଛି ।
- ସେହିପରି ଯାନବାହାନ ଚଳାଚଳ 90% ପର୍ଯ୍ୟନ୍ତ କମି ଯାଇଛି ।
ପ୍ରଦୂଷଣକୁ ନିୟନ୍ତ୍ରଣ କରିବା ପାଇଁ ମୋଦି ସରକାରଙ୍କ ପଦକ୍ଷେପ:-
୧. ଜାତୀୟ ସ୍ବଚ୍ଛ ବାୟୁ କାର୍ଯ୍ୟକ୍ରମ: 2019 ଜାନୁଆରୀରେ ବାୟୁ ପ୍ରଦୂଷଣର ମୁକାବିଲା ପାଇଁ ସରକାର ଜାତୀୟ ସ୍ବଚ୍ଛ ବାୟୁ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି। ପ୍ରଥମ ବର୍ଷ ଭାବରେ 2019 ସହିତ NCAP ଏକ ମଧ୍ୟମ ଅବଧି ଭାବେ ପାଞ୍ଚ ବର୍ଷର କାର୍ଯ୍ୟ ଯୋଜନା କରିଛି । ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ ହେଉଛି 2024 ସୁଦ୍ଧା PM2.5 ଏବଂ PM10 ଏକାଗ୍ରତା 20-30% ହ୍ରାସ ହେବ ।
୨. ଜାତୀୟ ବାୟୁ ଗୁଣବତ୍ତା ସୂଚକାଙ୍କ (AQI): 2015 ମସିହାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ପ୍ରମୁଖ ସହରାଞ୍ଚଳ କେନ୍ଦ୍ରଗୁଡ଼ିକରେ ବାୟୁର ଗୁଣବତ୍ତା ଉପରେ ନଜର ରଖିବା ସହିତ ଜନସଚେତନତା ବୃଦ୍ଧି ପାଇଁ ଜାତୀୟ ବାୟୁ ଗୁଣବତ୍ତା ସୂଚକାଙ୍କ (AQI) ଆରମ୍ଭ କରିଛନ୍ତି। ।
ଦୀର୍ଘ ଦିନ ଧରି ଦେଶ ବାହ୍ୟ ତଥା ଘରୋଇ ବାୟୁ ପ୍ରଦୂଷଣର ସଂସ୍ପର୍ଶରେ ଆସିବା ଦ୍ବାରା ବାର୍ଷିକ 1.67 ନିୟୁତରୁ ଅଧିକ ମୃତ୍ୟୁ ଘଟୁଛି । ଷ୍ଟ୍ରୋକ, ହୃଦଘାତ, ମଧୁମେହ, ଫୁସଫୁସ କର୍କଟ, ଫୁସଫୁସ ଏବଂ ନବଜାତକ ଶିଶୁମାନେ ବିଶେଷ କରି ପ୍ରଦୂଷଣ ଦ୍ବାରା ପ୍ରଭାବିତ ହେଉଥିବା SoGA 2020 ରିପୋର୍ଟରୁ ସୂଚନା ମିଳିଛି । ବାୟୁ ପ୍ରଦୂଷଣକୁ ରୋକିବା ପାଇଁ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କଲେ ମଧ୍ୟ ଲୋକମାନେ ଏଥିପ୍ରତି ସଚେତନ ହେବା ଆବଶ୍ୟକ । ଯାହାଦ୍ବାରା ପରିବେଶ ପ୍ରଦୂଷଣକୁ ରୋକା ଯାଇପାରିବ ।