ETV Bharat / bharat

ଜାତୀୟ ବାଳିକା ଶିଶୁ ଦିବସ, ୪ହଜାର ଝିଅଙ୍କୁ ମିଳିବ ସ୍କଲାର ସିପ୍

author img

By

Published : Jan 24, 2023, 10:07 PM IST

କାହିଁକି ପାଳନ କରାଯାଏ ଜାତୀୟ ବାଳିକା ଶିଶୁ ଦିବସ । କ’ଣ ରହିଛି ଏହି ଦିନର ମହତ୍ତ୍ବ । ଜାଣିବା ପାଇଁ ଅଧିକ ପଢ଼ନ୍ତୁ ।

ଜାତୀୟ ବାଳିକା ଶିଶୁ ଦିବସ
ଜାତୀୟ ବାଳିକା ଶିଶୁ ଦିବସ

ଆଜି ଜାତୀୟ ବାଳିକା ଶିଶୁ ଦିବସ । ପ୍ରତିବର୍ଷ ୨୪ ଜାନୁୟାରୀରେ ବାଳିକା ଶିଶୁ ଦିବସ ପାଳନ କରାଯାଏ । ପ୍ରଥମ ବାଳିକା ଶିଶୁ ଦିବସ ୨୦୦୮ ମସିହାରେ ପାଳନ କରାଯାଇଥିଲା । ଏହା ଭାରତ ସରକାର ଏବଂ ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରଣାଳୟର ମିଳିତ ଅଭିଯାନ ଦ୍ଵାରା ଆରମ୍ଭ କରାଯାଇଥିଲା। ବିଭିନ୍ନ ସ୍ତରରେ ସମାଜରେ ବାଳିକା ଏବଂ ମହିଳାମାନେ ସମ୍ମୁଖୀନ ହେଉଥିବା ଅସମାନତା ବିଷୟରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଏହା ପ୍ରଥମ ଥର ପାଇଁ ପାଳନ କରାଯାଇଥିଲା ।

ସମାଜରେ ସଚେତନତା ସୃଷ୍ଟି କରିବା ଏବଂ ବାଳିକା ଏବଂ ମହିଳାଙ୍କ ସମ୍ମୁଖୀନ ହେଉଥିବା ଭେଦଭାବ, ଅସମାନତା ଏବଂ ଶୋଷଣର ସମସ୍ୟା ଦୂର କରିବା ପାଇଁ ବିଭିନ୍ନ ପଦକ୍ଷେପ ନେବା ଏହି ଉତ୍ସବ ମୂଳ ଲକ୍ଷ୍ୟ। ତେବେ ଆସନ୍ତୁ ଜାଣିବା । ସମାଜ ଝିଅମାନଙ୍କର ଅଧିକାର ବିଷୟରେ ଅବଗତ ହେବା ଆବଶ୍ୟକ ରହିଛି। ଆଜିବି ସମାଜରେ ପୁଅ ଝିଅ ଙ୍କ ମଧ୍ୟରେ ଭେଦଭାବ ରହିଛି। ପରିବାରରେ ଝିଅଟିଏ ଜନ୍ମ ନେଲେ ଲୋକ ଦୁଃଖ ପ୍ରକାଶ କରିଛନ୍ତି। ଏବେବି ମା ଗର୍ଭରେ ଥିବା ଶିଶୁର ଲିଙ୍ଗ ପରୀକ୍ଷା କରାଯାଉଛି। ଶିକ୍ଷିତ ସମାଜରେ ଏବେବି ସଚେତନତାର ଅଭାବ ରହିଛି। ତେଣୁ ଝିଅ ମାନଙ୍କ ମହତ୍ତ୍ଵ କୁ ଲୋକଲୋଚନକୁ ଆଣିବା ସହ ସମାଜରେ ପୁଅ ଝିଅ ଙ୍କ ମଧ୍ୟରେ ସମାନତା ରଖିବା ଏହି ଦିନର ମୁଖ୍ୟ ଲକ୍ଷ୍ୟ। ଦେଶରେ ଆଜିବି ଅନେକ ଗାଁ , ସହର ଏପରି ରହିଛି ଯଉଁଠି ଆଜିବି ଝିଅ ସନ୍ତାନ ଦେଲେ ପରିବାର ଦୁଃଖ ପ୍ରକାଶ କରୁଛି । ପୁଅ ଏବଂ ଝିଅ ମଧ୍ୟରେ ଏବେବି ପାର୍ଥକ୍ୟ କରାଯାଉଛି । ଏହି ଭେଦଭାବକୁ ଦୂର କରିବା ପାଇଁ ଏହି ଦିବସ ପାଳନ କରାଯାଏ ।

ଝିଅମାନଙ୍କୁ ସେମାନଙ୍କର ସାମାଜିକ ଏବଂ ଆର୍ଥିକ ବିକାଶ ପାଇଁ ନୂତନ ସୁଯୋଗ ପ୍ରଦାନ କରିବା ଆବଶ୍ୟକ । ବାଳିକା ଶିଶୁ ଦିବସ ବ୍ୟତୀତ ମହିଳା ଏବଂ ଶିଶୁ ବିକାଶ ବିଭାଗ ୨୪ ରୁ ୩୦ ଜାନୁୟାରୀ ପର୍ଯ୍ୟନ୍ତ ଜାତୀୟ ବାଳିକା ଶିଶୁ ସପ୍ତାହ ପାଳନ କରିବ। ଏହି ସପ୍ତାହରେ ଅନେକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମ ଆୟୋଜିତ ହେବ। ସେଥିମଧ୍ୟରୁ କେତେକ ମଧ୍ୟରେ “ବେଟି ବାଚାଓ-ବେଟି ପଢ଼ାଓ” ସ୍ଵକ୍ଷରତା ଅଭିଯାନ, ଝିଅମାନଙ୍କ ନାମରେ ବୃକ୍ଷରୋପଣ ଏବଂ ମହିଳାଙ୍କ ଅଧିକାର ଉପରେ ସଚେତନତା ଅଭିଯାନ ଏବଂ ବାଳିକା ଶିଶୁ ସୁରକ୍ଷା ପାଇଁ ଜନ ଶପଥ ଅନ୍ତର୍ଭୁକ୍ତ । ଏହାସହ ମାନବ ବିକାଶ ମନ୍ତ୍ରଣାଳୟ ଦ୍ବାରା ପ୍ରତିବର୍ଷ ଏହି ଦିନରେ ୪ହଜାର ଝିଅଙ୍କୁ ସ୍କଲାର ସିପ୍ ପ୍ରଦାନ କରାଯାଏ । ଏହି ସ୍କଲାର ସିପ ସେହି ଗରିବ ପରିବାର ପିଲାଙ୍କୁ ପ୍ରଦାନ କରାଯାଏ । ଏହି ସ୍କଲାର ସିପରେ ପୂରା ବର୍ଷକ ପର୍ଯନ୍ତ ୩୦ ହଜାର ଟଙ୍କା ଏବଂ ଗ୍ରାଜୁଏସନ ସମୟରେ ୧୦ ମାସ ପର୍ଯ୍ୟନ୍ତ ପ୍ରତି ମାସରେ ୨ ହଜାର ଟଙ୍କା ମିଳିବ ।

ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରଣାଳୟ ଅନୁଯାୟୀ, ବାଳିକା ଅଧିକାର ବିଷୟରେ ସଚେତନତା ସଷ୍ଟି କରିବା ଏବଂ ସମାନ ସୁଯୋଗ ଯୋଗାଇବା ପାଇଁ ଜାତୀୟ ବାଳିକା ଶିଶୁ ଦିବସ ପାଳନ କରାଯାଏ। ଏହା ଦେଶର ପ୍ରତ୍ୟେକ ଝିଅ ସନ୍ତାନକୁ ସମର୍ଥନ କରିବା ଏବଂ ଲିଙ୍ଗଗତ ପକ୍ଷପାତିତାକୁ ହଟାଇବା ପାଇଁ ଲକ୍ଷ୍ୟ ରଖିଛି ।କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ସ୍ମୃତି ଇରାନୀ ଟ୍ୱିଟ୍ କରି କହିଛନ୍ତି, “ଜାତୀୟ ବାଳିକା ଶିଶୁ ଦିବସରେ ଆମେ ଦେଶର ବିଭିନ୍ନ କ୍ଷେତ୍ରର ରହୁଥିବା ଝିଅମାନଙ୍କର ଶକ୍ତି ଏବଂ ସଫଳତାକୁ ନମସ୍କାର କରୁଛୁ। ସେମାନଙ୍କୁ ବିଶ୍ୱାସ, ଆଗ୍ରହ ଓ ପ୍ରେରଣା ଯୋଗାଇବା ପାଇଁ ସମାନ ସୁଯୋଗ ଯୋଗାଇଦେବା ପାଇଁ ଆମର ପ୍ରତିବଦ୍ଧତାକୁ ପୁନରାବୃତ୍ତି କରୁଛୁ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.