ETV Bharat / bharat

ଆଜି ଜାତୀୟ ମତ୍ସ୍ୟଜୀବି ଦିବସ

author img

By

Published : Jul 10, 2021, 1:54 PM IST

ଆଜି ଜାତୀୟ ମତ୍ସ୍ୟଜୀବି ଦିବସ । ପ୍ରତି ବର୍ଷ ଜୁଲାଇ 10 ତାରିଖରେ ଏହି ଦିବସକୁ ପାଳନ କରାଯାଏ । ଅଧିକ ପଢନ୍ତୁ...

ଆଜି ଜାତୀୟ ମତ୍ସ୍ୟଜୀବି ଦିବସ
ଆଜି ଜାତୀୟ ମତ୍ସ୍ୟଜୀବି ଦିବସ

ନୂଆଦିଲ୍ଲୀ: ଆଜି ଜାତୀୟ ମତ୍ସ୍ୟଜୀବି ଦିବସ । ପ୍ରତି ବର୍ଷ ଜୁଲାଇ 10 ତାରିଖରେ ଏହି ଦିବସକୁ ପାଳନ କରାଯାଏ । ମତ୍ସ୍ୟ କ୍ଷେତ୍ରସହ ଜଡିତ କୃଷକ ଓ ମତ୍ସ୍ୟଜୀବି ମାନଙ୍କୁ ଏହି କ୍ଷେତ୍ରର ବିକାଶ କରିଥିବାରୁ ସେହି ଉଦ୍ଦେଶ୍ୟରେ ଏହି ଦିନକୁ ପାଳ ନକରାଯାଏ ।

ଆଜି ଜାତୀୟ ମତ୍ସ୍ୟଜୀବି ଦିବସ
ଆଜି ଜାତୀୟ ମତ୍ସ୍ୟଜୀବି ଦିବସ

ଦେଶରେ 2.8 କୋଟିରୁ ଅଧିକ ଲୋକ ମତ୍ସ୍ୟ କ୍ଷେତ୍ର ସହ ଜଡିତ ଥିବା ବେଳେ ଏହା ଅନେକ ଲୋକଙ୍କ ଜୀବିକା ପାଲଟିଛି । ମତ୍ସ୍ୟ ଓ ମତ୍ସ୍ୟ ଉତ୍ପାଦ ଆମ ଦେଶର ମୋଟ କୃଷି ରପ୍ତାନୀର 17 ପ୍ରତିଶତ ଅଟେ ।

10 ଜୁଲାଇ 1957 ମସିହାରେ କଟକରେ ଥିବା ପୂର୍ବତ୍ତୋର ରାଜ୍ୟଙ୍କ ପାଇଁ ଉଦ୍ଦିଷ୍ଟ ‘ପଣ୍ଡ କଲଚର ଡିଭିଜନ’ ‘କାର୍ପ’ ମାଛର ପ୍ରଜଜନ କରିବାରେ ସଫଳତା ପାଇଥିଲା । ବିଶିଷ୍ଟ ବୈଜ୍ଞାନିକ ଡଃ. ହୀରା ଲାଲ ଚୌଧୁରୀ ଓ ଡଃ. ଅଲିଖୁନୀ ଏହି ସଫଳତା ପାଇଥିଲେ । ତେବେ ଏହି ଗବେଷଣାର ଉଦ୍ଦେଶ୍ୟ ଥିଲା ଦେଶରେ ମାଛର ମହଜୁତ, ସୁସ୍ଥ ପରିବେଶରେ ମାଛ ବଂଶ ବୃଦ୍ଧିକୁ ସୁନିଶ୍ଚିତ କରିବା । ଏହାସହ ପାରମ୍ପରିକ ମାଛ ଚାଷରୁ ବାହାରି ନୂଆ ପଦ୍ଧତିରେ କରିବା ।

ବିଶିଷ୍ଟ ବୈଜ୍ଞାନିକ ଡଃ. ହୀରା ଲାଲ ଚୌଧୁରୀ ଓ ଡଃ. ଅଲିଖୁନୀ ଏହି ପଦ୍ଧତି ମାଛ ଉତ୍ପାଦନ ଓ ମାଛ ଜାଁଅଳ କ୍ଷେତ୍ରରେ ଦେଶକୁ ଆତ୍ମନିର୍ଭର କରିପାରିଛନ୍ତି । ତେଣୁ ତାଙ୍କର ଏହି ଅବଦାନକୁ ମନେ ରଖିବା ପାଇଁ ପ୍ରତିବର୍ଷ 10 ଜୁଲାଇ କୁ ଜାତୀୟ ମାଛ କିଷାନ ଦିବସ ରୂପେ ପାଳନ କରିବାକୁ ଘୋଷଣା କରିଥିଲେ । ସେହିପରି ପ୍ରଫେସର ହୀରା ଲାଲଙ୍କ ପରିଶ୍ରମ, ଗବେଷଣା ପାଇଁ ତାଙ୍କୁ ମାଛ ପ୍ରଜଜନ ର ଜନକ ମଧ୍ୟ କୁହାଯାଏ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.