ETV Bharat / bharat

ଜାତୀୟ ଅପସ୍ମାର ଦିବସ: ଶୀଘ୍ର ଚିହ୍ନଟ ଓ ସଠିକ ଚିକିତ୍ସା ଦରକାର - Early Diagnosis Can Prevent Deteriorati

ଭାରତରେ ପ୍ରତିବର୍ଷ ନଭେମ୍ବର ୧୭ ତାରିଖରେ ଜାତୀୟ ଅପସ୍ମାର ଦିବସ ପାଳନ କରାଯାଏ । ଏହି ନ୍ୟୁରୋଲୋଜିକାଲ ବିକାର ସଂପର୍କରେ ସଚେତନତା ହିଁ ଏହି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ । ଅଧିକ ପଢନ୍ତୁ..

ଜାତୀୟ ଅପସ୍ମାର ଦିବସ : ଶୀଘ୍ର ଚିହ୍ନଟ ଓ ସଠିକ ଚିକିତ୍ସା ଦରକାର

author img

By

Published : Nov 17, 2020, 6:24 PM IST

ଭାରତରେ ପ୍ରତିବର୍ଷ ନଭେମ୍ବର ୧୭ ତାରିଖରେ ଜାତୀୟ ଅପସ୍ମାର ଦିବସ ପାଳନ କରାଯାଏ । ଏହି ନ୍ୟୁରୋଲୋଜିକାଲ ବିକାର ସଂପର୍କରେ ସଚେତନତା ହିଁ ଏହି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ -ଡବ୍ଲୁଏଚଓ ଅନୁସାରେ ବିଶ୍ୱବ୍ୟାପୀ ୫୦ ମିଲିଅନ ଲୋକ ଅପସ୍ମାରରେ ପୀଡିତ,ଯାହା କି ଏହାକୁ ଏକ ସାଧାରଣ ରୋଗରେ ପରିଣତ କରିଛି । ଅପସ୍ମାରରେ ପୀଡିତ ପାଖାପାଖି ୮୦ ପ୍ରତିଶତ ଲୋକ ନିମ୍ନ ଓ ମଧ୍ୟମ ଆୟ ଦେଶଗୁଡିକରେ ବସବାସ କରନ୍ତି ।

ଅପସ୍ମାର କ’ଣ ?

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁସାରେ ଅପସ୍ମାର ହେଉଛି ମସ୍ତିଷ୍କକୁ ପ୍ରଭାବିତ କରୁଥିବା ଏକ ଜଟିଳ ଅଣସଂକ୍ରାମକ ରୋଗ । ବାରମ୍ବାର ବାତ ମାରିବା ଏହି ରୋଗର ବୈଶିଷ୍ଟ୍ୟ । ଶରୀରର କୌଣସି ଅଂଶ ବା ସମଗ୍ର ଶରୀରକୁ ବାତ ମାରିଥାଏ । ବେଳେ ଅପସ୍ମାର ବାତ ଦ୍ୱାରା ଲୋକ ଚେତାଶୂନ୍ୟ ହୋଇପଡେ । ଏପରିକି ମୂତ୍ରାଶୟର କାର୍ଯ୍ୟ ବି ପ୍ରଭାବିତ ହୋଇଥାଏ । ମସ୍ତିଷ୍କ କୋଷର ଏକ ଗୋଷ୍ଠୀରେ ଅତ୍ୟଧିକ ବୈଦ୍ୟୁତିକ ନିଷ୍କାସନ ହେଲେ ସିଜର୍ ବା ଅପସ୍ମାର ବାତ ହୋଇଥାଏ । ମସ୍ତିଷ୍କର ବିଭିନ୍ନ ଅଂଶ ଏଭଳି ନିଷ୍କାସନର ସ୍ଥଳ ପାଲଟିଥାଏ । ସିଜର ବା ବାତ ଭିନ୍ନ ଭିନ୍ନ ହୋଇଥାଏ । ଅତି ସ୍ୱଳ୍ପ ସମୟ ପାଇଁ ବାତ ମାରିଥାଏ । ମସଲ ଜର୍କ ଓ ଦୀର୍ଘ ସମୟ ଧରି ମୂର୍ଚ୍ଛା ଯିବା ଅପସ୍ମାର ବାତର ଲକ୍ଷଣ । ସିଜର ବା ଅପସ୍ମାର ବାତର ଫ୍ରିକ୍ୱେନ୍ସି ବି ଅଲଗା ଅଲଗା ଥାଏ । ଏହା ବର୍ଷକୁ ଥରେ ହୋଇପାରେ ବା ଦିନକୁ ଏକାଧ୍ଖଳ ଥର ହୋଇପାରେ ।

ଅପସ୍ମାରର କାରଣ

ବିଭିନ୍ନ କାରଣ ଯୋଗୁଁ ଅପସ୍ମାର ହୋଇଥାଏ । ବେଳେବେଳେ କାରଣ ଜଣାପଡିନଥାଏ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅପସ୍ମାରର ବିଭିନ୍ନ କାରଣ ଦର୍ଶାଇଛି । ତାହା ହେଲା – ଜନ୍ମ ସମୟରେ ଅକ୍ସିଜେନର ଅଭାବ ବା କୌଣସି ଟ୍ରମା ଓ କମ୍ ଓଜନ ଏବଂ ମସ୍ତିଷ୍କ କ୍ଷତିଗ୍ରସ୍ତ ଅପସ୍ମାରର ମୁଖ୍ୟ କାରଣ ।

  • . ଜନ୍ମଜାତ ଅସ୍ୱାଭାବିକତା ବା ମସ୍ତିଷ୍କ ବିକୃତି ସହ ଜଡିତ ଜେନେଟିକ ସ୍ଥିତି
  • . ମୁଣ୍ଡରେ ଗୁରୁତର ଆଘାତ
  • . ମସ୍ତିଷ୍କକୁ ଅକ୍ସିଜେନ ଯୋଗାଣ ସୀମିତ କରିଦେବା ଭଳି ଷ୍ଟ୍ରୋକ୍
  • . ମସ୍ତିଷ୍କ ସଂକ୍ରମଣ
  • . ନିର୍ଦ୍ଦିଷ୍ଟ ଜେନେଟିକ ସିଂଡ୍ରୋମ
  • . ବ୍ରେନ ଟ୍ୟୁମର

ଅପସ୍ମାରର ସଂକେତ ଓ ଲକ୍ଷଣ

ଭାରତର ଜାତୀୟ ସ୍ୱାସ୍ଥ୍ୟ ପୋର୍ଟାଲ-ଏନଏଚପି ଅନୁସାରେ ଅପସ୍ମାରର କିଛି ଲକ୍ଷଣ ହେଲା

  • . ହଠାତ୍ ଝଟକା ଲାଗିବା (ବାହୁ ଓ ଗୋଡର ଅନିୟନ୍ତ୍ରିତ ଜର୍କିଂ ମୋସନ )
  • . ଚେତାଶୂନ୍ୟତା
  • . ହାତ ଓ ଗୋଡରେ ଛୁଂଚି ଫୋଡିହେଲା ଭଳି ଲାଗିବା
  • . ହାତ, ଗୋଡ ଓ ମୁହଁର ମାଂସପେଶୀର କଠୋରତା

ଏହାଛଡା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ଦର୍ଶାଯାଇଛି ଯେ, ମସ୍ତିଷ୍କର ପ୍ରଥମେ କେଉଁ ସ୍ଥାନରେ ଅସ୍ଥିରତା ଆରମ୍ଭ ହୁଏ, ତାହା ଉପରେ ଅପସ୍ମାର ବାତର ଭିନ୍ନତା ନିର୍ଭର କରେ । ଅସ୍ଥାୟୀ ଲକ୍ଷଣ ସଂଘଟିତ ହୁଏ, ଯେପରିକି ଚେତାଶୂନ୍ୟତା, ଚଳପ୍ରଚଳ, ସମ୍ବେଦନା, ମିଜାଜରେ ଅସୁବିଧା । ଅପସ୍ମାର ପୀଡିତ ଲୋକଙ୍କଠାରେ ଅଧିକ ଶାରୀରିକ ସମସ୍ୟା ଦେଖାଯାଇଥାଏ । ବାତଜନିତ ଫ୍ରାକ୍‌ଚର ଓ ଆଘାତର ସମ୍ମୁଖୀନ ହୁଏ ରୋଗୀ । ଏହାଛଡା ବ୍ୟଗ୍ରତା ଓ ଅବସାଦ ଭଳି ମନସ୍ତାତ୍ୱିକ ସ୍ଥିତିର ବି ସମ୍ମୁଖୀନ ହୋଇଥାନ୍ତି ଅପସ୍ମାର ପୀଡିତ ।

ଅପସ୍ମାର ବାତର ମୁକାବିଲା ପାଇଁ ୯ଟି ଟିପ୍ସ

ଅପସ୍ମାରରେ ପୀଡିତ ଅଧିକାଂଶ ଲୋକ ବାତର ସମ୍ମୁଖୀନ ହୋଇଥାନ୍ତି । ତେଣୁ ଏହାର ମୁକାବିଲା ପାଇଁ ଜାତୀୟ ସ୍ୱାସ୍ଥ୍ୟ ପୋର୍ଟାଲ-ଏନଏଚପି ନିମ୍ନଲିଖିତ ପ୍ରସ୍ତାବ ଦେଇଛି ।

  • ୧. ଜମା ଛାନିଆ ହୁଅନ୍ତୁ ନାହିଁ ।
  • ୨. ବାତ ମାରୁଥିବା ଲୋକ ଆଗରୁ ଧାରୁଆ ସାମଗ୍ରୀ ବା ପଦାର୍ଥ ହଟାଇ ଦିଅନ୍ତୁ ।
  • ୩. ଟାଇଟ୍ ନେକ୍ ୱେୟାର ଲୁଜ୍ କରନ୍ତୁ ।
  • ୪. ଧୀରେ ସୁସ୍ଥେ ପୀଡିତ ଲୋକକୁ ଗୋଟିଏ ପାଶ୍ୱର୍କୁ ଘୁଂଚାଇ ଦିଅନ୍ତୁ, ଯାହା ଫଳରେ ପାଟିରେ ଥିବା ତରଳ ପଦାର୍ଥ ବାହାରି ଆସିବ ।
  • ୫.କୌଣସି ନରମ ଜିନିଷ ରୋଗୀଙ୍କ ମୁଣ୍ଡ ତଳେ ରଖନ୍ତୁ ।
  • ୬.ବାତ ପୀଡିତ ଲୋକଙ୍କ ପାଟିରେ କୌଣସି ପଦାର୍ଥ ପୁରାନ୍ତୁ ନାହିଁ ।
  • ୭. ଡାକ୍ତରୀ ସହାୟତା ପହଂଚିବା ଯାଏଁ ପୀଡିତଙ୍କ ସହ ରହନ୍ତୁ ।
  • ୮. ପୀଡିତ ଲୋକଙ୍କୁ ବିଶ୍ରାମ କରିବାକୁ ବା ଶୋଇବାକୁ ଚାହାନ୍ତି ।

ସ୍ପଷ୍ଟ ଯେ, ଅପସ୍ମାର ରୋଗକୁ ନିୟନ୍ତ୍ରଣ କରିହେବ । ସଠିକ୍ ଔଷଧୀୟ ଚିକିତ୍ସା କଲେ ୭୦ ପ୍ରତିଶତ ଅପସ୍ମାର ପୀଡିତ ଲୋକ ବାତମୁକ୍ତ ହୋଇପାରିବେ ବୋଲି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ କହିଛି । ଚିକିତ୍ସାରେ ବିଳମ୍ବ କରିବା ଉଚିତ ନୁହେଁ । ଠିକ୍ ଭାବେ ଔଷଧୀୟ ଚିକିତ୍ସା ବି ଜାରି ରହିବା ଦରକାର । ରୋଗର ଶୀଘ୍ର ଚିହ୍ନଟ ଓ ଉପଯୁକ୍ତ ଚିକିତ୍ସା ଦ୍ୱାରା ହିଁ ଗମ୍ଭୀର ସ୍ଥିତିରୁ ମୁକୁଳିହେବ । ଆଉ ଗୋଟିଏ କଥା ମନେ ରଖିବାକୁ ହେବ ଯେ, ଅପସ୍ମାରରେ ପୀଡିତ ଲୋକେ ମଦ୍ୟପାନରୁ ସଂପୂର୍ଣ୍ଣ ଦୂରେଇ ରହିବାକୁ ହେବ । କାରଣ ଏହା ଦ୍ବାରା ବାତ ସୃଷ୍ଟି ହୁଏ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.