ETV Bharat / bharat

ରାଜ୍ୟସଭାରେ GNCTD ସଂଶୋଧନ ବିଧେୟକ ପାରିତ, ବିଜେଡିର ଗୃହତ୍ୟାଗ

author img

By

Published : Mar 24, 2021, 10:34 PM IST

ରାଜଧାନୀ ଦିଲ୍ଲୀ ସରକାର(ସଂଶୋଧନ) ବିଲ୍ ରାଜ୍ୟସଭାରେ ମଧ୍ୟ ହୋଇଛି ପାରିତ । ରାଜ୍ୟସଭାରେ ଏହାକୁ ନେଇ ହୋଇଥିଲା ଭୋଟିଂ । ସେପଟେ ବିଧେୟକ ପାରିତ ସମୟରେ ଏହାକୁ ବିରୋଧ କରି ଗୃହତ୍ୟାଗ କରିଥିଲା ବିଜେଡି ।

ରାଜ୍ୟସଭାରେ GNCTD ସଂଶୋଧନ ବିଧେୟକ ପାରିତ, ବିଜେଡିର ଗୃହତ୍ୟାଗ
ରାଜ୍ୟସଭାରେ GNCTD ସଂଶୋଧନ ବିଧେୟକ ପାରିତ, ବିଜେଡିର ଗୃହତ୍ୟାଗ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ଉପରାଜ୍ୟପାଳଙ୍କୁ ଅଧିକ ଶକ୍ତି ପ୍ରଦାନ ଦିଗରେ ରାଜଧାନୀ ଦିଲ୍ଲୀ ସରକାର(ସଂଶୋଧନ) ବିଲ୍ ରାଜ୍ୟସଭାରେ ମଧ୍ୟ ହୋଇଛି ପାରିତ । ରାଜ୍ୟସଭାରେ ଏହାକୁ ନେଇ ହୋଇଥିଲା ଭୋଟିଂ । ଏହାପୂର୍ବରୁ 22 ମାର୍ଚ୍ଚରେ ଏହି ବିଧେୟକକୁ ଲୋକସଭାରେ ମିଳିଥିଲା ମଞ୍ଜୁରୀ ।

ସଂସଦରେ ବିଧେୟକକୁ ପ୍ରବଳ ବିରୋଧ କରିଛନ୍ତି ବିରୋଧୀ । ବିରୋଧୀ ଦଳର ନେତା ମଲ୍ଲିକାର୍ଜୁନ ଖଡଗେ ଏହି ବିଧେୟକୁ ବିରୋଧ କରିବା ସହିତ ଏହାକୁ ଅସମ୍ବିଧାନିକ ବୋଲି କହିଛନ୍ତି । ବିଧେୟକକୁ ଚୟନ କମିଟିକୁ ପଠାଇବାକୁ ଦାବି କରିଛନ୍ତି ମଲ୍ଲିକାର୍ଜୁ ।

ସେପଟେ ବିଧେୟକ ପାରିତ ସମୟରେ ଗୃହତ୍ୟାଗ କରିଥିଲା ବିଜେଡି । ବିଜୁ ଜନତା ଦଳ ଏହି ବିଲ୍ ପାରିତ କରିବାରେ ପକ୍ଷ ନହେବାକୁ ନିଷ୍ପତ୍ତି ନେଇଛି। ଏହା ଏକ ନିର୍ବାଚିତ ବିଧାନସଭାର ନିର୍ବାଚିତ ସରକାରଙ୍କ ଅଧିକାର ଏବଂ କ୍ଷମତାକୁ କ୍ଷୁର୍ଣ୍ଣ କରୁଛି । ଏନେଇ ବିଜେଡି ଗୃହତ୍ୟାଗ କରୁଛି ବୋଲି କହିଥିଲେ ରାଜ୍ୟସଭା ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ।

ବିଲ୍‌ ଜରିଆରେ ଦେଶର ରାଜଧାନୀ କ୍ଷେତ୍ରରେ ସରକାର ଆଇନ 1991ରେ 3 ଟି ବଡ ଓ ଗୁରୁତ୍ବପୂର୍ଣ୍ଣ ପରିବର୍ତ୍ତନ ଅଣାଯାଇଛି ।

ଆଇନରେ ସେକ୍ସନ 21ରେ ପରିବର୍ତ୍ତନ କରି କୁହାଯାଇଛି ଯେ ଦିଲ୍ଲୀ ବିଧାନସଭାରେ ପାରିତ କୌଣସି ଆଇନରେ 'ସରକାର' ଶବ୍ଦର ଅର୍ଥ ଏବେଠୁ 'ଉପରାଜ୍ୟପାଳ' ବୋଲି ବିବେଚନା କରାଯିବ ।

ସେକ୍ସନ 44ରେ ମଧ୍ୟ ବଡ ପରିବର୍ତ୍ତନ କରାଯାଇଛି । ଏହି ଅନୁଯାୟୀ, ଦିଲ୍ଲୀ ସରକାର କିମ୍ବା ବିଧାନସଭା ଦ୍ବାରା ନିଆଯାଇଥିବା କୌଣସି ବି ନିଷ୍ପତ୍ତିର କାର୍ଯ୍ୟକାରୀ ପୂର୍ବରୁ ଉପରାଜ୍ୟପାଳଙ୍କ ରାୟ ନେବା ବାଧ୍ୟତାମୂଳକ ହେବ । କେବଳ ଏତିକି ନୁହେଁ, ବିଧାନସଭାରେ ପାରିତ ଆଇନକୁ ମଞ୍ଜୁରୀ ଦେବାକୁ ମନା କରିବାର ମଧ୍ୟ ପ୍ରାବଧାନ ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.