କୋହିମା : 60 ବର୍ଷ ପରେ ନାଗାଲାଣ୍ଡ ବିଧାନସଭାରେ ଜାତୀୟ ସଙ୍ଗୀତ ଗାନ କରାଯାଇଥିବା ଦେଖିବାକୁ ମିଳିଛି । ଗତକାଲି ତଥା ଶୁକ୍ରବାର ଦିନ ଗୃହ କାର୍ଯ୍ୟସୂଚୀ ପୂର୍ବରୁ ଶେଷ ହୋଇଥିବା ସପ୍ତମ ଅଧିବେଶନ ଆରମ୍ଭ ହେବା ସହିତ ରାଜ୍ୟ ବିଧାନସଭାରେ ପ୍ରଥମ ଥର ପାଇଁ ଜାତୀୟ ସଂଗୀତ ଗାନ କରାଯାଇଛି । ଡିସେମ୍ବର 1963 ରେ ନାଗାଲାଣ୍ଡ ରାଜ୍ୟପାଳ ହେବା ପରେ ପ୍ରଥମ ଥର ପାଇଁ ବିଧାନସଭାରେ ଜାତୀୟ ସଙ୍ଗୀତ ଗାନ କରାଯାଇଥିଲା । ତେବେ ପ୍ରାୟ 60 ବର୍ଷ ପରେ ପୁଣି ଏହି ଗୃହରେ ଜାତୀୟ ସଙ୍ଗୀତ ଗାନ କରାଯାଇଛି ।
ଫେବୃଆରୀ 12 ରେ ଆରମ୍ଭ ହୋଇଥିବା 13 ତମ ନାଗାଲାଣ୍ଡ ବିଧାନସଭାର ସପ୍ତମ ଅଧିବେଶନ ଶୁକ୍ରବାର ଦିନ ଏକ ନୂତନ ପରମ୍ପରାର ସହିତ କାର୍ଯ୍ୟସୂଚୀ ପୂର୍ବରୁ ଶେଷ ହୋଇଥିଲା | କ୍ୟାବିନେଟ୍ ମନ୍ତ୍ରୀ ତଥା ଭାରତୀୟ ଜନତା ପାର୍ଟି (ବିଜେପି) ର ସଭାପତି ନାଗାଲାଣ୍ଡ ରାଜ୍ୟ ୟୁନିଟ୍ ଟେମଜେନ୍ ଇମ୍ନା ଆଲଙ୍ଗ କହିଛନ୍ତି ଯେ ରାଜ୍ୟପାଳ ଆର.ଏନ୍ ରବିଙ୍କ ଉଦବୋଧନ ପୂର୍ବରୁ ରାଜ୍ୟ ବିଧାନସବାରେ ପ୍ରଥମ ଥର ପାଇଁ ଜାତୀୟ ସଂଗୀତ ଗାନ କରାଯାଇଛି । ଏହା ରାଜ୍ୟ ପାଇଁ ଐତିହାସିକ ତଥା ଗୌରବମୟ ସମୟ ବୋଲି ମଧ୍ୟ ବର୍ଣ୍ଣନା କରିଛନ୍ତି ।
ବିଧାନସଭା କମିଶନର ତଥା ସଚିବ ଡ ପିଜେ ଆଣ୍ଟୋନି ଏହା ନିଶ୍ଚିତ କରି କହିଛନ୍ତି ଯେ ଅଜ୍ଞାତ କାରଣରୁ ନାଗାଲାଣ୍ଡ ବିଧାନସଭାରେ ଜାତୀୟ ଗାନ କରାଯାଉନଥିଲା । କିନ୍ତୁ ରାଜ୍ୟପାଳଙ୍କ ଅଭିଭାଷଣର ଏକ ଅଂଶ ଭାବେ ଜାତୀୟ ସଙ୍ଗୀତକୁ ସ୍ଥାନ ମିଲିଥିବାରୁ ସମସ୍ତ ସଦସ୍ୟ ଏହାକୁ ଗାନ କରିଥିବା ସେ କହିଛନ୍ତି ।
ବ୍ଯୁରୋ ରିପୋର୍ଟ, ଇଟିଭି ଭାରତ