ETV Bharat / bharat

Maan ki Baat; ଏକତାର ସହ କିଛି ନୂଆ କରିବାକୁ ମୋଦିଙ୍କ ଆହ୍ବାନ

author img

By

Published : Oct 24, 2021, 12:50 PM IST

ଆଜି(ରବିବାର) 82ତମ ମନ୍ କି ବାତ ସଂସ୍କରଣରେ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମହାମାରୀ ବିରୋଧରେ ଟୀକାକରଣ ୧୦୦କୋଟି ପାର ହୋଇଛି । ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଅଧିକ ପଢନ୍ତୁ...

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ନୂଆଦିଲ୍ଲୀ: ଆଜି(ରବିବାର) 82ତମ ମନ୍ କି ବାତ ସଂସ୍କରଣରେ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ମହାମାରୀ ବିରୋଧରେ ଟୀକାକରଣ ୧୦୦କୋଟି ପାର ହୋଇଛି । ଏହି ସଫଳତା ସମସ୍ତଙ୍କ ପ୍ରୟାସର ଫଳ ଯାହା ଦେଶର ଶକ୍ତି ଓ ସାମର୍ଥ୍ୟକୁ ପ୍ରତିଫଳିତ କରିଛି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହା ସହିତ ଏକାତା ବଳରେ ବଳିୟାନ ହୋଇ ଦେଶରେ କିଛି ନୂତନତ୍ବ ଆଣିବାକୁ ଦେଶବାସୀଙ୍କୁ ଆହ୍ବାନ ଦେଇଛନ୍ତି ପ୍ରଧାମନ୍ତ୍ରୀ ।

ସେ ଆହୁରି କହିଛନ୍ତି ଭାରତୀୟଙ୍କ ଦକ୍ଷତା ଉପରେ ସେ ଯଥେଷ୍ଟ ସଚେତନ । ଦେଶର ଓ ଦେଶବାସୀଙ୍କ ଦକ୍ଷତା ଉପରେ ମୁଁ ଯଥେଷ୍ଟ ରହିଛି । ମୁଁ ଜାଣିଛି ଆମର ସ୍ବାସ୍ଥ୍ୟକର୍ମୀ ଦେଶବାସୀଙ୍କୁ ଟୀକାକାରଣ କରିବାକୁ ସବୁ ପ୍ରକାର ପରିସ୍ଥିତି ଅତିକ୍ରମ କରିବେ । ଟିକା ଦେବାକୁ ସେମାନେ କିଛି ଅଭାବ ରଖିବେ ନାହିଁ ବୋଲି ବିଶ୍ବାସ ରଖିଥିବା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଟୀକାକରଣରେ ସାମିଲ ଥିବା ସମସ୍ତ ସ୍ବାସ୍ଥ୍ୟକର୍ମୀଙ୍କୁ ସାଲ୍ୟୁଟ ମାରିଛନ୍ତି ମୋଦି।

ଆସନ୍ତା ଅକ୍ଟୋବର ୨୭ରେ ଲୌହମାନବ ସର୍ଦ୍ଦାର ବଲ୍ଲଭାଇ ପଟେଲଙ୍କ ଜନ୍ମ ବାର୍ଷିକୀ । ଏହି ଦିନକୁ ଜାତୀୟ ଏକତା ଦିବସ ଭାବରେ ପାଳନ କରାଯାଏ । ରେଡିଓ କାର୍ଯ୍ୟକ୍ରମରେ ସର୍ଦ୍ଦାର ବଲ୍ଲଭାଇ ପଟେଲଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । ଦେଶପ୍ରତି ତାଙ୍କର ଅବଦାନ ବିଷୟରେ ଆଲୋଚନା କରିଛନ୍ତି । ଏକତା ଦ୍ବାରା ଦେଶ ଶିଖର ଛୁଇଁବ, ସବୁ କ୍ଷେତ୍ରରେ ସଫଳତା ହାସଲ କରିବ । ଯଦି ଆମେ ଏକ ନ ହେବା ତେବେ ବହୁ ଅସୁବିଧାର ସମ୍ମୁଖୀନ ହେବା ବୋଲି କହିଛନ୍ତି ମୋଦି ।

ନିକଟରେ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଜୀବନୀ ଉପରେ ପୁସ୍ତକର ଶୁଭାରମ୍ଭ କରିଥିଲେ । ଏହି ପୁସ୍ତକରୁ ଯୁବ ପିଢିଙ୍କୁ ଲୌହମାନବଙ୍କ ବିଷୟରେ ଅଧିକରୁ ଅଧିକ ପଢିବାକୁ ଆହ୍ବାନ କରିଛନ୍ତି ପ୍ରଧାନମନ୍ତ୍ରୀ । ଏକତା ହିଁ ବଳ । ସମସ୍ତେ ଏକତାର ସହିତ ଏକଜୁଟ ହୋଇ ଦେଶ ପାଇଁ କିଛି ନୂତନ କରିବାକୁ ଆହ୍ବାନ ଦେଇଛନ୍ତି ମୋଦି ।

ପ୍ରକୃତି, ଜଙ୍ଗଲ ଓ ଜମି ରକ୍ଷା କରିବାରେ ବର୍ସା ମୁଣ୍ଡାଙ୍କ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଥିଲା । ଭଗବାନ ବିର୍ସା ମୁଣ୍ଡାଙ୍କ ଅବଦାନକୁ ମନେ ପକାଇଛନ୍ତି ମୋଦି । ନଭେମ୍ବର ୧୫ରେ ବର୍ସା ମୁଣ୍ଡାଙ୍କ ଜନ୍ମ ବାର୍ଷିକୀ । ‘ଧରତୀ ଆବା’ ଭାବରେ ବିର୍ସା ବେଶ ଜଣାଶୁଣା ତାଙ୍କୁ ପୃଥିବୀରେ ବାପା ବୋଲି କୁହାଯାଏ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ । ପ୍ରକୃତି ଓ ଜଙ୍ଗଲକୁ ସୁରକ୍ଷା ଦେବା ପାଇଁ ବିର୍ସା ମୁଣ୍ଡା ଲଢେଇ କରିଛନ୍ତି । ତାଙ୍କର ଏହି ମୂଲ୍ୟବାନ ଅବଦାନ ମୋତେ ପ୍ରକୃତିପ୍ରେମୀ କରିଛି ସେ ଅନେକଙ୍କ ପାଇଁ ପ୍ରେରଣା ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ପ୍ରତି ମାସ ଶେଷ ରବିବାର ଏହି ରେଡିଓ କାର୍ଯ୍ୟକ୍ରମ ପ୍ରସାରିତ ହୋଇଥାଏ । ମାତ୍ର ଚଳିତ ମାସ ଶେଷ ରବିବାର ପୂର୍ବ ରବିବାର ଏହି କାର୍ଯ୍ୟକ୍ରମ ପ୍ରସାରିତ ହୋଇଛି ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.