ETV Bharat / bharat

ବର୍ଷର ପ୍ରଥମ 'ମନ୍ କି ବାତ୍': ଗଣତନ୍ତ୍ର ଦିବସରେ ତ୍ରିରଙ୍ଗାର ଅସମ୍ମାନରେ ଦେଶବାସୀ ମର୍ମାହତ - ତ୍ରିରଙ୍ଗାର ଅସମ୍ମାନ ଦେଖି ଦେଶ ଆଶ୍ଚର୍ଯ୍ୟଚକିତ

ଗଣତନ୍ତ୍ର ଦିବସରେ ଚାଷୀମାନେ ରାଜଧାନୀ ଦିଲ୍ଲୀରେ ତ୍ରିରଙ୍ଗାକୁ ଅସମ୍ମାନ କରିଥିଲେ । ତେବେ ଏହାକୁ ଦେଖି ଦେଶବାସୀଙ୍କୁ ଝଟକା ଲାଗିବା ସହିତ ସମସ୍ତେ ଦୁଃଖିତ ବୋଲି ମୋଦି ମନ କି ବାତ୍‌ କାର୍ଯ୍ୟକ୍ରମରେ କହିଛନ୍ତି । ଅଧିକ ପଢନ୍ତୁ...

Nation shocked to see insult of tricolour on Republic day: PM Modi
ଗଣତନ୍ତ୍ର ଦିବସରେ ତ୍ରିରଙ୍ଗାର ଅସମ୍ମାନ ଦେଖି ଦେଶ ଦୁଃଖିତ
author img

By

Published : Jan 31, 2021, 1:04 PM IST

ନୂଆଦିଲ୍ଲୀ: ଗଣତନ୍ତ୍ର ଦିବସରେ ଦେଶର ଜାତୀୟ ପତାକାକୁ ଯେଉଁଭଳି ଭାବେ ଅସମ୍ମାନ କରାଗଲା, ତାହାକୁ ଦେଖି ଦେଶବାସୀଙ୍କୁ ଝଟକା ଲାଗିବା ସହିତ ସମସ୍ତେ ଦୁଃଖିତ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚଳିତ ବର୍ଷର ପ୍ରଥମ 'ମନ କି ବାତ୍‌'ରେ କହିଛନ୍ତି ।

ଗଣତନ୍ତ୍ର ଦିବସରେ ତ୍ରିରଙ୍ଗାର ଅସମ୍ମାନ ଦେଖି ଦେଶ ଦୁଃଖିତ

ମୋଦି ଏହି ମାସିକ ରେଡିଓ ପ୍ରୋଗ୍ରାମରେ କହିଛନ୍ତି ଯେ ଚଳିତ ବର୍ଷ କ୍ରିକେଟ କ୍ଷେତ୍ରରୁ ଦେଶକୁ ଭଲ ଖବର ମିଳିଛି । ପ୍ରଥମେ ଅଷ୍ଟ୍ରେଲିଆରେ ଆମର କ୍ରିକେଟ୍ ଦଳ କିଛି ଅସୁବିଧାର ସମ୍ମୁଖୀନ ହେବା ପେର ପୁଣି ସଫଳତାର ସହିତ ଏକ ବଡ଼ ପ୍ରତ୍ୟାବର୍ତ୍ତନ କରି ସିରିଜକୁ ଜିତିଥିଲେ । ଏଥିରୁ ଭାରତୀୟ କ୍ରିକେଟରଙ୍କ କଠିନ ପରିଶ୍ରମ ତଥା ଦଳୀୟ କାର୍ଯ୍ୟର ପରିଚୟ ମିଳିବା ସହିତ ସେମାନେ ଦେଶବାସୀଙ୍କୁ ପ୍ରେରିତ କରିପାରିଛନ୍ତି । କିନ୍ତୁ ଏହାରି ଭିତରେ ଜାନୁଆରୀ 26 ତାରିଖରେ ତ୍ରିରଙ୍ଗା ପତାକାକୁ ଅସମ୍ମାନ ହୋଇଥିବାର ଦେଖି ଦେଶବାସୀଙ୍କୁ ଝଟକା ଲାଗିଛି । କିନ୍ତୁ ଆଗାମୀ ଦିନକୁ ଆମେ ଆଶା ଏବଂ ନୂତନତା ସହିତ ପୂର୍ଣ୍ଣ କରିବା ବୋଲି ମୋଦି ଦେଶବାସୀଙ୍କୁ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଆହ୍ବାନ ଦେଇଛନ୍ତି ।

ଏହି କାର୍ଯ୍ୟକ୍ରମରେ ଗଣତନ୍ତ୍ର ଦିବସରେ ରାଜଧାନୀର ରାଜପଥରେ ହୋଇଥିବା ଚାଷୀ ହିଂସା ସମ୍ପର୍କରେ ମଧ୍ୟ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଜାନୁଆରୀ 26ରେ ଚାଷୀମାନେ କୃଷି ଆଇନ ବିରୋଧରେ ଦିଲ୍ଲୀରେ ହିଂସାକାଣ୍ଡ ରଚିଥିଲେ । ସେମାନେ ପୂର୍ବ ନିର୍ଦ୍ଧାରିତ ପଥରେ ଟ୍ରାକ୍ଟର ରାଲି ନ କରି ବ୍ୟାରିକେଡ଼ ଭାଙ୍ଗି ରାଜଧାନୀକୁ ଧସେଇ ପଶିବାକୁ ଉଦ୍ୟମ କରିଥିଲେ । ଯାହାଦ୍ବାରା ଚାଷୀ ଓ ପୋଲିସ କର୍ମଚାରୀଙ୍କ ମଧ୍ୟରେ ସଂଘର୍ଷ ଘଟିଥିଲା । ତେବେ ଆନ୍ଦୋଳନକାରୀମାନେ ଲାଲକିଲ୍ଲା ମଧ୍ୟକୁ ପ୍ରବେଶ କରି ଜାତୀୟ ପତାକାକୁ ତା' ସ୍ଥାନରୁ ହଟାଇଥିଲେ । ତେବେ ଚାଷୀ ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ଆସନ୍ତା ଫେବୃଆରୀ 2 ତାରିଖରେ ଆଲୋଚନା ହେବ ବୋଲି ମୋଦି କହିଛନ୍ତି ।

ଚଳିତ ବର୍ଷର ପ୍ରଥମ ମାସ ଜାନୁଆରୀକୁ ମୋଦି ମନେପକାଇ କହିଛନ୍ତି ଯେ ଦେଶବାସୀ ଲୋହରୀ, ମକର ସଂକ୍ରାନ୍ତି, ପୋଙ୍ଗଲ,ବିହୁ ଆଦି ଉତ୍ସବକୁ ଦେଶବାସୀ ବିଭିନ୍ନ ସ୍ଥାନରେ ଆନନ୍ଦର ସହିତ ପାଳନ କରିଛନ୍ତି । ତେବେ ଆଜି ଜାନୁଆରୀ ମାସର ଶେଷ ଦିନ । ଏହାରି ମଧ୍ୟରେ ଚଳିତ ବର୍ଷର ପ୍ରଥମ ମାସ ଶେଷ ହେବାକୁ ଯାଉଛି । ତେବେ ସମୟ ଦ୍ରୁତ ଗତିରେ ଚାଲୁଛି ବୋଲି ମୋଦି ନିଜର ଏହି ମାସିକ ରେଡିଓ ପ୍ରୋଗ୍ରାମରେ କହିଛନ୍ତି ।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.