ETV Bharat / bharat

ଉତ୍କଳ ଦିବସ: ଶୁଭେଚ୍ଛା ବାର୍ତ୍ତା ଦେଲେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀ - ମୁଖ୍ୟାମନ୍ତ୍ରୀଙ୍କ ଶୁଭେଚ୍ଛା

ଆଜି ଉତ୍କଳ ଦିବସ । 1936 ମସିହା ଆଜିର ଦିନରେ ଆମ ରାଜ୍ଯ ଓଡିଶା ପାଇଥିଲା ନୂଆ ପରିଚୟ । ଏହି ଦିବସ ଉପଲକ୍ଷେ ଓଡିଶାବାସୀଙ୍କୁ ଛୁଟିଛି ଶୁଭେଚ୍ଛାର ସୁଅ । ଅଧିକ ପଢନ୍ତୁ...

ଉତ୍କଳ ଦିବସ
ଉତ୍କଳ ଦିବସ
author img

By

Published : Apr 1, 2021, 10:04 AM IST

ଭୁବନେଶ୍ବର: ଆଜି ଉତ୍କଳ ଦିବସ । 1936 ମସିହା ଆଜିର ଦିନରେ ଆମ ରାଜ୍ଯ ଓଡିଶା ପାଇଥିଲା ନୂଆ ପରିଚୟ । ନବଗଠିତ ରାଜ୍ୟ ଭାବରେ ଦେଶର ମାନଚିତ୍ରରେ ସ୍ଥାନ ପାଇଥିଲା ଉତ୍କଳ ପ୍ରଦେଶ । ଏହି ଦିବସ ଅବସରରେ ଓଡିଶାବାସୀଙ୍କୁ ଛୁଟିଛି ଶୁଭେଚ୍ଛାରେ ସୁଅ । ରାଷ୍ଟ୍ରପତିଙ୍କଠାରୁ ଆରମ୍ଭ କରି ପ୍ରଧାନମନ୍ତ୍ରୀ ଓ ଓଡିଶାର ମୁଖ୍ୟମନ୍ତ୍ରୀ ଓଡିଶାବାସୀଙ୍କୁ ଶୁଭେଚ୍ଛା ଜଣାଉଛନ୍ତି ।

ରାଷ୍ଟ୍ରପତିଙ୍କ ଶୁଭେଚ୍ଛା
ରାଷ୍ଟ୍ରପତିଙ୍କ ଶୁଭେଚ୍ଛା

ଉତ୍କଳ ଦିବସରେ ସମସ୍ତ ଓଡିଶାବାସୀଙ୍କୁ ମୋର ଅଭିନନ୍ଦନ । ମାନବିକତାକୁ ପ୍ରେମ ଏବଂ ଶାନ୍ତିର ଚିରନ୍ତନ ବାର୍ତ୍ତା ଦେଉଥିବା ଏହି ଭୂମିର ଅନନ୍ୟ ସାଂସ୍କତିକ ଐତିହ କଳା ଓ ନୃତ୍ଯ ପାଇଁ ଦେଶ ଗର୍ବିତ ବୋଲି କହିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ ।

ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା
ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

ଉତ୍କଳ ଦିବସ ଅବସରରେ ଓଡିଶାବାସୀଙ୍କୁ ମୋର ଶୁଭେଚ୍ଛା । ଓଡିଶାର ସଂସ୍କୃତିକୁ ମୋର ସମ୍ମାନ । ଦେଶର ପ୍ରଗତି ପାଇଁ ଓଡିଶାର ଅବଦାନ ଅତୁଳନୀୟ ବୋଲି କହିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ଉତ୍କଳ ଦିବସରେ ଶୁଭେଚ୍ଛା
ଉତ୍କଳ ଦିବସରେ ଶୁଭେଚ୍ଛା

ରାଜ୍ୟବାସୀଙ୍କୁ ଉତ୍କଳ ଦିବସର ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଭିନ୍ନ କ୍ଷେତ୍ରରେ ଓଡିଶାରେ ସ୍ବତନ୍ତ୍ର ପରିଚୟକୁ ବଜାୟ ରଖିବା ସହ ଏହାକୁ ଆହୁରି ଆଗକୁ ନେବାକୁ ସଂକଳ୍ପ ନେବାକୁ କହିଛନ୍ତି ନବୀନ ।

କେନ୍ଦ୍ର ଗୃହମନ୍ତ୍ରୀଙ୍କ ଶୁଭେଚ୍ଛା
କେନ୍ଦ୍ର ଗୃହମନ୍ତ୍ରୀଙ୍କ ଶୁଭେଚ୍ଛା

ଉତ୍କଳ ଦିବସ ଉପଲକ୍ଷେ ଓଡିଶାବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । ଏହା ସହିତ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ନିକଟରେ ସମସ୍ତଙ୍କ ମଙ୍ଗଳ ଏବଂ ସମୃଦ୍ଧି କାମନା କରିଛନ୍ତି ଶାହା ।

ଧର୍ମେନ୍ଦ୍ର ପ୍ରଧାନଙ୍କ ଶୁଭେଚ୍ଛା
ଧର୍ମେନ୍ଦ୍ର ପ୍ରଧାନଙ୍କ ଶୁଭେଚ୍ଛା

ପବିତ୍ର ଉତ୍କଳ ଦିବସ ଅବସରରେ ସମସ୍ତ ଓଡ଼ିଆ ଭାଇ ଓ ଭଉଣୀ ମାନଙ୍କୁ ମୋର ଶୁଭକାମନା । ଏହି ଅବସରରେ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ମହାନ୍ ସେନାନୀଙ୍କୁ ମୋର କୋଟି କୋଟି ପ୍ରଣାମ । ଏକ ସୁସ୍ଥ ଓ ସମୃଦ୍ଧ ଓଡ଼ିଶା ଗଠନ କରିବା ପାଇଁ ସଂକଳ୍ପ ନେବାକୁ କହିଲେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.