ETV Bharat / bharat

ସ୍ପେସ୍ ଟେଲିସ୍କୋପ ଲଞ୍ଚ କଲା NASA - NASA launches revolutionary space telescope

ସ୍ପେସ୍ ଟେଲିସ୍କୋପ ଲଞ୍ଚ କଲା ନାସା । 14 ଟି ଦେଶର ହଜାରରୁ ଉର୍ଦ୍ଧ୍ବ ବୈଜ୍ଞାନିକ ଏବଂ ଇଞ୍ଜିନିୟର ଏହାର ନିର୍ମାଣ ପାଇଁ 40 ନିୟୁତ ଘଣ୍ଟା କାମ କରିବା ପରେ ଏହା ସଫଳତାର ସହ ପ୍ରସ୍ତୁତ ହୋଇଛି । ମହାକାଶ ଗବେଷଣା କ୍ଷେତ୍ରରେ ବେସ ପ୍ରଭାବଶାଳୀ ସାବ୍ୟସ୍ତ ହେବା ନେଇ ନାସାର ଦାବି । ଅଧିକ ପଢନ୍ତୁ

ସ୍ପେଷ ଟେଲିସ୍କୋପ ଲଞ୍ଚ କଲା ନାସା
ସ୍ପେଷ ଟେଲିସ୍କୋପ ଲଞ୍ଚ କଲା ନାସା
author img

By

Published : Dec 25, 2021, 9:42 PM IST

ଓ୍ବାଶିଂଟନ: ଆମେରିକୀୟ ମହାକାଶ ଗବେଷଣା ସଂସ୍ଥା (NASA) ଦକ୍ଷିଣ ଆମେରିକାର ଉତ୍ତର-ପୂର୍ବ ଉପକୂଳରେ ଫ୍ରେଞ୍ଚ ଗୁଇନାର କୋରୋ ଲଞ୍ଚ ଷ୍ଟେସନରୁ ବିଶ୍ୱର ସର୍ବବୃହତ ତଥା ଶକ୍ତିଶାଳୀ ଜେମ୍ସ ୱେବ୍ ସ୍ପେସ୍ ଟେଲିସ୍କୋପ ଲଞ୍ଚ କରିଛି । ନାସାର ପ୍ରଶାସକ ବିଲ୍ ନେଲସନ କହିଛନ୍ତି ଯେ ଏହା ଏକ ଅସାଧାରଣ ମିଶନ । ଏହାକୁ ଆରିଏନ୍-5 ଇସିଏ ରକେଟ୍ ସାହାଯ୍ୟରେ ମହାକାଶକୁ ପଠାଯାଇଥିବା ବେଳେ ପରୀକ୍ଷଣ ସଫଳ ହୋଇଥିବା ସେ ସୂଚନା ଦେଇଛନ୍ତି ।

ପୃଥିବୀଠାରୁ ପ୍ରାୟ 1.5 ମିଲିୟନ୍ କିଲୋମିଟର ଉଚ୍ଚତାରେ ଏହି ଟ୍ରକ୍ ଆକାରର ଟେଲିସ୍କୋପକୁ ସ୍ଥାପନ କରାଯାଇଛି । ଏହାର ସଫଳ ଅବସ୍ଥାନ ସହ ଗ୍ୟାଲେକ୍ସି, ଆଷ୍ଟେରଏଡ, ବ୍ଲାକ୍ ହୋଲ୍ ଏବଂ ଏଲିଏନ୍ସଙ୍କୁ ନେଇ ଜାରି ରହିଥିବା ଦାବି ଓ କଳ୍ପନାଜଳ୍ପନା ସନ୍ଧାନରେ ଏହା ବିଶେଷ ଭାବେ ସାହାଯ୍ୟ କରିବ ବୋଲି ନାସା ପକ୍ଷରୁ କୁହାଯାଇଛି ।

ଦଶନ୍ଧି ପୂର୍ବରୁ ପଠାଯାଇଥିବା ହବଲ୍ ଟେଲିସ୍କୋପ ‘ଜେମ୍ସ ୱେବ୍ ସ୍ପେସ୍’ ଟେଲିସ୍କୋପର ଏହା ହେଉଛି ପରବର୍ତ୍ତିତ ସଂସ୍କରଣ । ଏହାକୁ ନାସା, ୟୁରୋପୀୟ ସ୍ପେସ୍ ଏଜେନ୍ସି ଏବଂ କାନାଡିଆନ୍ ସ୍ପେସ୍ ଏଜେନ୍ସି ମିଳିତ ଭାବେ ଏହାକୁ ପ୍ରସ୍ତୁତ କରିଛନ୍ତି । ଏହାର ନିର୍ମାଣ 2004 ରେ ଆରମ୍ଭ ହୋଇଥିଲା । 14 ଟି ଦେଶର ହଜାରରୁ ଉର୍ଦ୍ଧ୍ବ ବୈଜ୍ଞାନିକ ଏବଂ ଇଞ୍ଜିନିୟର ଏହି ଅତ୍ୟାଧୁନିକ ସ୍ପେସ୍ ଟେଲିସ୍କୋପ ନିର୍ମାଣ ପାଇଁ 40 ନିୟୁତ ଘଣ୍ଟା କାମ କରିବା ପରେ ଏହା ସଫଳତାର ସହ ପ୍ରସ୍ତୁତ ହେବାରେ ସମ୍ଭବ ହୋଇ ପାରିଛି ।

ଏହା ଟେଲିସ୍କୋପର ନାମକରଣ ନାସାର ପୂର୍ବତନ ପ୍ରଶାସକ ଜେମ୍ସ ୱବଙ୍କ ନାମରେ ନାମିତ ହୋଇଛି । ବିଶିଷ୍ଟ ମହାକାଶ ବିଜ୍ଞାନୀ ଜେମ୍ସ ୱେବ୍ସେ 1961 ରୁ 1968 ପର୍ଯ୍ୟନ୍ତ ନାସାର ଦ୍ୱିତୀୟ ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରିଥିଲେ । ଏହାପୂର୍ବରୁ ସେ ଆମେରିକାର ବୈଦେଶିକ ବିଭାଗରେ ଅଣ୍ଡର ସେକ୍ରେଟାରୀ ଭାବରେ କାର୍ଯ୍ୟ କରିଥିଲେ । ନିର୍ମାଣାଧୀନ ଟେଲିସ୍କୋପକୁ ତତ୍କାଳୀନ ନାସା ପ୍ରଶାସକ ଜେମ୍ସ ୱେବ୍ ସମ୍ମାନରେ ନାମିତ କରାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.