ETV Bharat / bharat

ମୋଦିଙ୍କ ନିଷ୍ଠା: ପଇଡ଼ ପାଣି ପିଉଛନ୍ତି, ଚଟାଣରେ ଶୋଉଛନ୍ତି

author img

By ETV Bharat Odisha Team

Published : Jan 19, 2024, 11:39 AM IST

Modi to Follow Sattvic Diet : ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ପାଇଁ 11ଦିନ ଧରି ବ୍ରତ ପାଳନ କରୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଚଟାଣରେ ଶୋଇବା ସହିତ, ପଇଡ଼ ପାଣି ପିଉଛନ୍ତି । ଅଧିକ ପଢନ୍ତୁ

Modi to Follow Sattvic Diet
ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ପାଇଁ ନିଷ୍ଠାରେ ମୋଦି

ହାଇଦ୍ରାବାଦ: ଆଉ ମାତ୍ର 2 ଦିନର ଅପେକ୍ଷା । ମର୍ଯ୍ୟାଦା ପୁରୁଷ ରାମଚନ୍ଦ୍ରଙ୍କର ପ୍ରାଣ ପ୍ରତିଷ୍ଠା ଆସନ୍ତା 22 ତାରିଖରେ ଅନୁଷ୍ଠିତ ହେବ । ତେବେ ଅଯୋଧ୍ୟାରେ ରାମ ମନ୍ଦିରର ଉଦଘାଟନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି 11 ଦିନ ଧରି ବ୍ରତ ପାଳନ କରୁଛନ୍ତି । ସ୍ବତନ୍ତ୍ର ରୀତିନୀତି ଅନୁସାରେ ବ୍ରତ ପାଳନ କରୁଛନ୍ତି । 11ଦିନ ପାଇଁ ଏକ ରୋଟିନ ଆପଣାଇ ନିଷ୍ଠାରେ ରହୁଛନ୍ତି ପ୍ରଧାନମନ୍ତ୍ରୀ । ଏହି ଅନୁସାରେ, ପ୍ରଧାନମନ୍ତ୍ରୀ ମୋଦି ସାତ୍ତ୍ବିକ ଭୋଜନ ଆପଣାଇ ଭୂମିରେ ଶୋଇବା ସହିତ ପଇଡ଼ ପାଣି ପିଉଥିବା ନେଇ ଏକ ରିପୋର୍ଟରେ ପ୍ରକାଶ ପାଇଛି । ପ୍ରକାଶଥାଉକି, ଗତ 12 ତାରିଖ ଦିନ ରାମଲାଲାଙ୍କ ପାଇଁ ବ୍ରତ ରଖିବା ନେଇ ଘୋଷଣା କରିଥିଲେ ପ୍ରଧାନମନ୍ତ୍ରୀ । 12 ତାରିଖରୁ ବ୍ରତ ଆରମ୍ଭ ହୋଇଥିବା ବେଳେ ଆଜି ଅଷ୍ଟମ ଦିନ ।

ସୂଚନା ଅନୁସାରେ ପ୍ରଧାନମନ୍ତ୍ରୀଙ୍କ ପ୍ରବକ୍ତା ଏନେଇ କହିଛନ୍ତି, ପଇଡ଼ ପାଣି ସାତ୍ତ୍ବିକ ଭୋଜନର ଏକ ଅଂଶ। ପ୍ରାଣ ପ୍ରତିଷ୍ଠା ପୂର୍ବରୁ ଏହା ପିଇବା ଆବଶ୍ୟକ । ପ୍ରଭାତରୁ ଉଠି ସାତ୍ତ୍ବିକ ଡାଏଟ ଆପଣେଇବା ସହିତ ମୋଦି ଗତ ସପ୍ତାହେ ଧରି ପଶ୍ଚିମ ଏହଂ ଦକ୍ଷିଣ ଭାରତ ପରିଦର୍ଶନ କରୁଛନ୍ତି । ନିକଟରେ ମୋଦି ନାସିିକରେ ରହିଥିବା ପଞ୍ଚବଟି ଗସ୍ତ କରିଥିଲେ । ସେଠାରେ ଭଗବାନ ରାମ ବନବାସ ସମୟରେ କିଛି ସମୟ ଅତିବାହିତ କରିଥିଲେ । ଏହାପରେ କେରଳର ଗୁରୁବାୟୁର ମନ୍ଦିର ଏବଂ ଆନ୍ଧ୍ରପ୍ରଦେଶର ବୀରଭଦ୍ର ମନ୍ଦିର ପରିଦର୍ଶନ କରିଥିଲେ ମୋଦି ।

ଏହା ମଧ୍ୟ ପଢନ୍ତୁ: ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ନେଇ ମୋଦିଙ୍କ ସ୍ବତନ୍ତ୍ର ଅଡିଓ ସନ୍ଦେଶ; ପାଳିଲେ ୧୧ ଦିନିଆ ବ୍ରତ

ଖବର ଅନୁସାରେ, ଆସନ୍ତାକାଲି ଅର୍ଥାତ 20 ତାରିଖରେ ତାମିଲନାଡୁ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ । ଗସ୍ତ ସମୟରେ ସେ ରଙ୍ଗନାଥସାମୀ ମନ୍ଦିର ପରିଦର୍ଶନ କରିବେ । ସେଠାରେ କମ୍ବା ରାମାୟଣର କିଛି ସ୍କନ୍ଦ ପାଠ କରିବା ସହିତ ପଣ୍ଡିତଙ୍କଠାରୁ ଶୁଣି ସମୟ ଅତିବାହିତ କରିବେ ବୋଲି କୁହାଯାଇଛି । ଏହାପରେ ମୋଦି ରାମେଶ୍ବରମ୍ ଗସ୍ତ କରିବେ। ସଂସ୍କୃତ, ଆୱାଡି, କାଶ୍ମୀରୀ, ଗୁରୁମୁଖୀ, ଆସାମୀ, ବଙ୍ଗାଳୀ, ମୈଥିଲୀ ଏବଂ ଗୁଜରାଟୀରେ ରାମାୟଣ ଶୁଣିବେ । ଶନିବାର ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ମୋଦି ଶ୍ରୀ ଅରୁଲିମଗୁ ରାମନାଥସ୍ୱାମୀ ମନ୍ଦିରରେ ଭଜନ କିମ୍ବା ଭକ୍ତି ଗୀତ ଶୁଣିବେ । ପରଦିନ ଅର୍ଥାତ୍ ରବିବାର ଦିନ ଧନୁଷକୋଡିରେ ଥିବା କୋଥାନାରାମସ୍ୱାମୀ ମନ୍ଦିର ପରିଦର୍ଶନ କରିବେ ଏବଂ ପରେ ଅରିଚାଲ ମୁନାଇ ଯିବେ ।

ବ୍ୟୁରୋ ରିପୋର୍ଟ, ଇଟିିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.