ହାଇଦ୍ରାବାଦ: ଲୋକପ୍ରିୟତାର ଶୀର୍ଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (Narendra Modi) । ସୋସିଆଲ ମିଡିଆରେ ବି ଛାଇ ରହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ଏକାଧିକ ସର୍ଭେ ଅନୁସାରେ 2019 ଲୋକସଭା ନିର୍ବାଚନ ପରେ ପରେ ମୋଦିଙ୍କ ଲୋକପ୍ରିୟତା ବୃଦ୍ଧି ପାଇଛି । ଏହି ଲୋକପ୍ରିୟତା ଖାଲି ଦେଶରେ ନୁହେଁ ବିଦେଶରେ ମଧ୍ୟ । ଯାହା ଏବେ ଟ୍ବିଟରରେ ମଧ୍ୟ ସ୍ପଷ୍ଟ ହୋଇଛି ।
ବର୍ତ୍ତମାନ ପ୍ରଧାନମନ୍ତ୍ରୀଙ୍କ ମୋଦି ବ୍ୟକ୍ତିଗତ ମାଇକ୍ରୋ ବ୍ଲୋଗିଂ ସାଇଟ ଟ୍ବିଟରରେ ଅନୁଗାମୀ ସଂଖ୍ୟା 80 ମିଲିୟନ ପାର କରିଛି । ଅର୍ଥାତ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ବର୍ତ୍ତମାନ 80 କୋଟି (80mn Twitter followers) ରୁ ଅଧିକ ଲୋକ ଟ୍ବିଟରରେ ଫୋଲ କରୁଛନ୍ତି । ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ 2 ହଜାର 432 ଜଣଙ୍କୁ ଫଲୋ କରୁଛନ୍ତି ।
ବିଶ୍ବର ଜଣେ ପ୍ରଭାବଶାଳୀ ରାଜନେତା ଭାବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଖ୍ୟାତି ରହିଛି । ଫଳରେ ତାଙ୍କର ଅନୁଗାମୀ ସଂଖ୍ୟା ଖାଲି ଦେଶରେ ନୁହେଁ ବିଦେଶରେ ମଧ୍ୟ ରହିଛି । ବର୍ଷ ୨୦୦୯ ମସିହାରେ ମାଇକ୍ରୋ ବ୍ଲୋଗିଂ ସାଇଟ ଟ୍ୱିଟରରେ ନିଜ ଆକାଉଣ୍ଟ ଖୋଲିଥିଲେ ମୋଦି। ସେହିପରି ଦେଶର ଦ୍ବିତୀୟ ରାଜନେତା ଭାବେ ଗୃହମନ୍ତ୍ରୀ ଅମିତ ଶାହାଙ୍କ ଟ୍ବିଟରରେ ଅନୁଗାମୀ ରହିଛନ୍ତି 29.8 ମିଲିୟନ । ଅର୍ଥାତ ଶାହାଙ୍କୁ ପାଖାପାଖି 30 କୋଟି ଲୋକ ଅନୁସରଣ କରୁଛନ୍ତି । ତୃତୀୟରେ ରହିଛନ୍ତି ରାଜନାଥ ସିଂ । ତାଙ୍କର ଅନୁଗାମୀ ସଂଖ୍ୟା 22.4 ମିଲିୟନ ଥିବାବେଳେ, ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଅନୁଗାମୀ 20.3 ମିଲିୟନ ରହିଛନ୍ତି । ସେହିପରି କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ ଅନୁଗାମୀ 20.8 ମିଲିୟମ ରହିଛନ୍ତି । ଏହାବାଦ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ତଥା (PMO) ଇଣ୍ଡିଆର ଅନୁଗାମୀ ରହିଛନ୍ତି 49 ମିଲିୟନରୁ ଅଧିକ ।
ବିଶ୍ବର ଅନ୍ୟତମ ରାଜନେତା ତଥା ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମାଙ୍କ ସବୁଠାରୁ ସର୍ବାଧିକ 132.1 ମିଲିୟନ ରହିଛନ୍ତି। ଓବାମା ମଧ୍ୟ ପାଖାପାଖି 6 ଲକ୍ଷ ଲୋକଙ୍କୁ ଅନୁସରଣ କରୁଛନ୍ତି । ସେହିଭଳି ଆମେରିକାର ବର୍ତ୍ତମାନର ରାଷ୍ଟ୍ରପତି ଜୋ ବାଇଡେନଙ୍କ ଟ୍ବିଟରରେ ଅନୁଗାମୀ ରହିଛନ୍ତି 34.6 ମିଲିୟନ ।